ପଡ଼ିଆ ଭିତରେ କିପରି ଡ୍ୟାନ୍ସ କଲେ କ୍ୟାପଟେନ୍ ବିରାଟ କୋହଲି, ଦେଖନ୍ତୁ ଏହି ଭିଡିଓ

ବିରାଟ କୋହଲିଙ୍କ ଡ୍ୟାନ୍ସ । ପଡ଼ିଆ ଭିତରେ ନାଚିଲେ କ୍ୟାପଟେନ୍ । ଭିଡିଓକୁ ଦେଖିଲେ ଜାଣିପାରିବେ କେମିତି ଡ୍ୟାନ୍ସ କରି ମନ ଖୁସି କରୁଛନ୍ତି କୋହଲି । ଆଡିଲେଡ୍ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୩୫ ରନ୍ରେ ଅଲ୍ ଆଉଟ୍ ହୋଇଥିଲା । ତୃତୀୟ ଦିନ ଖେଳର ପ୍ରଥମ ସେସନ୍ ବର୍ଷା ପାଇଁ ବାଧାପ୍ରାପ୍ତ ହୋଇଥିଲା । କିନ୍ତୁ ଭାରତର ପ୍ରଥମ ଇନିଂସ ସ୍କୋରଠାରୁ ୧୫ ରନ୍ ପଛରେ ରହିଯାଇଛି କଙ୍ଗାରୁ ବାହିନୀ । କମାଲ୍ କରିଥିଲେ ଭାରତୀୟ ବୋଲର । ଏଥିରେ ଉତ୍ସାହିତ ହୋଇ ସ୍ଲିପ୍ କର୍ଡନରେ ଫିଲ୍ଡିଂ କରିବା ବେଳେ ଖୁସିରେ ଡ୍ୟାନ୍ସ କରିଥିଲେ କୋହଲି । କିଛି ଷ୍ଟେପ କରିଥିଲେ ।
ସେହି ସମୟର ଭିଡିଓ କ୍ରିକେଟ ଅଷ୍ଟ୍ରେଲିଆ ନିଜ ଅଫିସିଆଲ୍ ଟ୍ଵିଟର୍ ଆକାଉଣ୍ଟରେ ପୋଷ୍ଟ କରିଛି । ଏହାର କ୍ୟାପସନ୍ ରଖିଛି Virat’s Loving it । ସେପଟେ କୋହଲିଙ୍କ ଏଭଳି ଡ୍ୟାନ୍ସ ଉପରେ ପ୍ରତିକ୍ରିୟା ରଖିଛନ୍ତି ଅଷ୍ଟ୍ରେଲିଆ କୋଚ୍ ଜଷ୍ଟିନ ଲାଙ୍ଗର୍ । ସେ କହିଛନ୍ତି, ବିରାଟ କୋହଲିଙ୍କଠାରେ ଏଭଳି ଉତ୍ସାହ ଦେଖି ସେ ଖୁସି । କିନ୍ତୁ ଅଷ୍ଟ୍ରେଲିଆ ଖେଳାଳି ଏଭଳି କରିଥିଲେ ବିଶ୍ୱ କ୍ରିକେଟ ତାହାକୁ ଭିନ୍ନ ଦୃଷ୍ଟିଭଙ୍ଗୀରେ ଦେଖି ଥାଆନ୍ତା ।
ଦେଖନ୍ତୁ ଭିଡିଓ :