Below header

ମହାବୀର ମୃତ୍ୟୁକୁ ନେଇ ନୂଆମୋଡ଼: ଫାସରେ ମରିଛି ବାଘ, ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ଦେଲା ରିପୋର୍ଟ

ଅନୁଗୁଳ(କେନ୍ୟୁଜ୍) : ସାତକୋଶିଆରେ କେମିତି ମଲା ମହାବଳ ? ମହାବୀର ମୃତ୍ୟୁକୁ ନେଇ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ବା ଏନ୍‌ଟିସିଏ ଓ ଓ୍ଵାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ବା ଡବଳୁଆଇଆଇ ର ରିପୋର୍ଟରୁ କିଛି ସୂଚନା ମିଳିଛି । ଅନ୍ୟ କୌଣସି ପଶୁ ଶିକାର ବେଳେ ଟାର୍ଗେଟ ଭିତରକୁ ମହାବଳ ଆସିଥିବା କୁହାଯାଇଛି । ପରୋକ୍ଷରେ ଶିକାର କାରଣରୁ ମହାବଳର ମୃତ୍ୟୁ ହୋଇଥିବା କୁହାଯାଉଛି । ମହାବଳର ମୃତ୍ୟୁ ପରେ ସାତକୋଶିଆରେ ଏନ୍‌ଟିସିଏ ଓ ଡବଳୁଆଇଆଇ ସ୍ୱତନ୍ତ୍ର ଟିମ୍‌ ଆସି ତଦନ୍ତ କରିଥିଲେ । ସେମାନଙ୍କ ରିପୋର୍ଟରେ ଶିକାର କାରଣରୁ ମହାବୀରର ମୃତ୍ୟୁ ହୋଇଥିବା କୁହାଯାଉଛି । ତେବେ ପୋଷ୍ଟ ମର୍ଟମ ରିପୋର୍ଟରୁ ମଲଟିପୁଲ ଅର୍ଗାନ ଫେଲୁଏର ଯୋଗୁଁ ମହାବଳ ମହବୀରର ମୃତ୍ୟୁ ହୋଇଥିବା ଜଣା ପଡ଼ିଥିଲା । ବେକରେ ଥିବା ଆଘାତ ଅଧିକ ସଂକ୍ରମିତ ହେବାରୁ ଅର୍ଗାନ ଫେଲୁଏର ହୋଇଥିବା ବନ ବିଭାଗ ତରଫରୁ କୁହାଯାଇଥିଲା । ଏବେ ଏନ୍‌ଟିସିଏ ଓ ଡବଳୁଆଇଆଇ ର ରିପୋର୍ଟ ମହାବଳର ମୃତ୍ୟୁ ଘଟଣା ନୂଆମୋଡ଼ ନେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.