ଏବେଠୁ ହୋଇଯାନ୍ତୁ ସାବଧାନ, ନଚେତ ଆଗକୁ ଯାଇ ହୋଇପାରନ୍ତି ଭାଇରାଲ !

ସୋସିଆଲ ମିଡିଆରେ ଅଜଣା ଲୋକଙ୍କ ସହିତ ଚାଟିଂ କରୁଛନ୍ତି କି ? ତେବେ ହୋଇଯାନ୍ତୁ ସାବଧାନ ! ଏହା ଆପଣଙ୍କୁ ପକାଇପାରେ ଅସୁବିଧାରେ। ଆଜିକାଲିର ଡିଜିଟାଲ ଦୁନିଆରେ ସମସ୍ତେ ପ୍ରାୟ ସୋସିଆଲ ମିଡିଆରେ ଆକ୍ଟିଭ ରହୁଛନ୍ତି। ସୋସିଆଲ ମିଡିଆ ଫେସବୁକ ଦ୍ବାରା ଆମେ ଆମ ପୁରୁଣା ସାଂଗକୁ ଖୋଜି ପାଇପାରୁ, ଏହା ସହିତ ନୂଆ ସାଂଗମାନେ ମିଳିଯାନ୍ତି। ସୋସିଆଲ ମିଡିଆ ଜରିଆରେ ସମସ୍ତ ତଥ୍ୟ ସମସ୍ତଙ୍କୁ ସଂଗେ ସଂଗେ ମିଳିପାରୁଛି କିନ୍ତୁ ଏହି ସୋସିଆଲ ମିଡିଆର ଦୁରୁପଯୋଗ କରୁଛନ୍ତି କିଛି ଅସାମାଜିକ ଯୁବକ। ଏହି ଅସାମାଜିକ ଯୁବଙ୍କ ଖରାପ କାରନାମା ପାଇଁ ବହୁ ଯୁବତୀଙ୍କ ଜୀବନ ହାନି ମଧ୍ୟ ହେଲାଣି।

ଆମ ରାଜ୍ୟ ଝାରସୁଗୁଡାରୁ ସାମ୍ନାକୁ ଆସିଛି ଏମିତି ଏକ ଘଟଣା ଯାହା ଆପଣଙ୍କର ହୋସ ଉଡାଇ ଦେବ। ଯଦି ଆପଣ ସୋସିଆଲ ମିଡିଆରେ ଆକ୍ଟିଭ ରହୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ବେଶ ଜରୁରୀ। ପ୍ରଥମେ ଫେକ ଆକାଉଣ୍ଟ ଆଉ ତାପରେ ଅଜଣା ଝିଅଙ୍କ ସହିତ ବନ୍ଧୁତା । ଏହି ସବୁ ପରେ ଆରମ୍ଭ ହୋଇଯାଏ ବ୍ଲାକମେଲ୍। ଫେସବୁକରେ ଫେକ ଆକାଉଣ୍ଟ ଖୋଲିଥିବା ଜଣେ ଯୁବକକୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ହେଲେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ବନ୍ଧବାହାଲର ମୁକେଶ ବାରିକ। ସେ ଏକ ସଂସ୍ଥାରେ ସିକ୍ୟୁରିଟୀ ଗାର୍ଡ ଭାବେ କାମ କରୁଥିଲା। ଯୁକ୍ତ ୩ ଶେଷ ବର୍ଷର ପଢ଼ୁଥିବା ୨୧ ବର୍ଷର ଏହି ଯୁବକ ଗିରଫ ହେବାପରେ ଚାଞ୍ଚଲ୍ୟକାର କାରନାମା ସାମ୍ନାକୁ ଆସିଛି। କାରଣ ଗୋଟିଏ କିମ୍ବା ଦୁଇଟି ନୁହେଁ ଏହି ଯୁବକ ପାଖାପାଖି ୩୫ରୁ ଅଧିକ ଫେକ ଆକାଉଣ୍ଟ ଖୋଲି ଯୁବତୀମାନଙ୍କୁ ବ୍ଲାକମେଲ କରୁଥିବା ଅଭିଯୋଗ ହୋଇଛି।

ଫେକ ଆକାଉଣ୍ଟ ଖୋଲି ଯୁବତୀମାନଙ୍କୁ ଫ୍ରେଣ୍ଡ ରିକୁଏଷ୍ଟ ପଠାଇବା ପରେ ସେମାନଙ୍କ ସହିତ ଚାଟିଂ କରୁଥିଲା। କେବଳ ଏତିକି ନୁହେଁ ଚାଟିଂ ମାଧ୍ୟମରେ ଅଶ୍ଳୀଳ ଫଟୋ ମଧ୍ୟ ମାଗୁଥିଲା। ଯୁବତୀମାନଙ୍କ ସହିତ ସଂପର୍କ ବଢ଼ାଇ ସେମାନଙ୍କ ସହିତ ଶାରୀରିକ ସଂପର୍କ ରଖୁଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା। ଏହି ଘଟଣାର ପର୍ଦ୍ଦାଫାସ କରିଛି ଝାରସୁଗୁଡା ପୋଲିସ। ଅଭିଯୁକ୍ତକୁ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ଯୁବତୀଙ୍କ ନଗ୍ନ ଫଟୋ ଭାଇରାଲ କରିବା ଘଟଣା ପ୍ରଥମ ଥର ପାଇଁ ବେଲପାହାଡ ଅଞ୍ଚଳରୁ ଆସିଥିଲା। ଏନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା। ତେବେ ପୋଲିସ ଏହି ଘଟଣାର କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ମୁକେଶର କାରନାମା ବଢ଼ି ଚାଲିଥିଲା। ପରେ ଲଖନପୁର ଏବଂ ଝାରସୁଗୁଡା ଅଞ୍ଚଳରୁ ସମାନ ଅଭିଯୋଗ ଆସିବା ପରେ ତତ୍ପରତା ଦେଖାଇଥିଲା ପୋଲିସ। ଝାରସୁଗୁଡାର ବିଭିନ୍ନ ଥାନାରେ ମୁକେଶ ବିରୁଦ୍ଧରେ ରହିଛି ଏକାଧିକ ମାମଲା। ଜବତ ହୋଇଥିବା ଫଟୋ ଏତେ ଅଶ୍ଲୀଳ ଯେ ତାକୁ କାହାକୁ ଦେଖାଇ ବି ହେବ ନାହିଁ । ଏଭଳି କାରନାମା କରି ଅନେକ ଯୁବତୀଙ୍କ ଜୀବନ ନଷ୍ଟ କରିବାକୁ ଧମକ ଦେଇଥଲା ମୁକେଶ ।

ତେବେ ଏଭଳି ମାରାତ୍ମକ ବ୍ୟକ୍ତିଙ୍କ ଠାରୁ କିଭଳି ଦୂରଇ ରହିବେ ଏବଂ ବିଶେଷ କରି ସୋସିଆଲ ମିଡିଆରେ ସତର୍କ ରହିବେ ସେ ବିଷୟରେ ଭଲ ଭାବେ ଜାଣି ନିଅନ୍ତୁ । କାରଣ ଟିକିଏ ଅସାବଧାନତା ଆପଣଙ୍କ ଜୀବନକୁ ବରବାଦ କରି ଦେଇ ପାରେ ।

ତେବେ ଯୁବତୀମାନେ ଏହା ଉପରେ ଧ୍ୟାନ ରଖନ୍ତୁ !

-ପ୍ରଥମେ ଆପଣ ଫ୍ରେଣ୍ଡ ରିକୁଏଷ୍ଟ କରୁଥିବା ବ୍ୟକ୍ତିଙ୍କର ପ୍ରୋଫାଇଲ ଚେକ କରନ୍ତୁ।

– ଦେଖନ୍ତୁ ଯେ ତାଙ୍କର ଏହି ଆକାଉଣ୍ଟ କେତେ ଦିନର ପୂର୍ବର ?

– ବ୍ୟକ୍ତିଙ୍କର ପୋଷ୍ଟରେ ଦେଖନ୍ତୁ କେଉଁଭଳି ଫଟୋ ପୋଷ୍ଟ କରାଯାଇଛି ?

-ନିଜସ୍ବ ଲେଖା କିମ୍ବା ଭିଡିଓ ପୋଷ୍ଟ କରୁଛନ୍ତି ନା ଫରୱାର୍ଡ ଡେଡ ?

-ଫ୍ୟାମିଲୀ ଫଟୋ ରହିଛି ନା ନାହିଁ ?

-ସେହି ବ୍ୟକ୍ତିଙ୍କର ଫ୍ରେଣ୍ଡ ଲିଷ୍ଟରେ ଦେଖନ୍ତୁ ମ୍ୟୁଚୁଆଲ କେତେ ଜଣ ?

-କାର‌୍ୟ୍ୟକ୍ଷେତ୍ରର ଠିକଣା ରହିଛି ନା ଓନ ଜବ ଲେଖା ଯାଇଛି।

-ଚେକ କରନ୍ତୁ ସେହି ଗୋଟିଏ ପ୍ରୋଫାଇଲରୁ ବାରମ୍ବାର ଆପଣଙ୍କ ପାଖକୁ ଫ୍ରେଣ୍ଡ ରିକୁଏଷ୍ଟ ଆସୁଛି କି ?

-ଯଦି ସେହି ଆକାଉଣ୍ଟରୁ ଆପଣଙ୍କର ମେସେଞ୍ଜରକୁ ମଧ୍ୟ ମେସେଜ ଆସୁଛି ତେବେ ତୁରନ୍ତ ତାଙ୍କୁ ବ୍ଲକ କରନ୍ତୁ।

Pritiparna

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

3 seconds ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

17 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

29 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

39 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

42 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago