କ୍ରୀଡା

ଏସିଆ କପ୍‌ ପାଇଁ ନୂଆ ହେୟାର କଟ୍‌ ନେଲେ ବିରାଟ, ଫଟୋ ଭାଇରଲ

ଏସିଆ କପ୍‌ ପୂର୍ବରୁ ବିରାଟ କୋହଲିଙ୍କ ଲୁକ୍‌ରେ ପରିବର୍ତ୍ତନ । ନୂଆ ହେୟାର କଟ୍‌ କରିବା ପରେ ସୋସିଆଲ ମିଡିଆରେ ବିରାଟଙ୍କ ଫଟୋ ଭାଇରଲ ହେବାରେ ଲାଗିଛି ।

କୋହଲି ଇନଷ୍ଟା ଷ୍ଟୋରୀରେ ନୂଆ ହେୟାରକଟ୍‌ ଫଟୋ ସେୟାର କରିଛନ୍ତି । ଏହି ଫଟୋ ସହିତ ଲେଖିଛନ୍ତି, ‘ସବୁବେଳେ ଟପ୍‌ କାମ କରନ୍ତି, ମାଇଁ ମ୍ୟାନ୍‌ ଅଲଫହାଦ ଅହମଦ । କୋହଲିଙ୍କ ଏଭଳି ଅବତାର ଦେଖି ଫ୍ୟାନ୍ସ କମେଣ୍ଟ କରୁଛନ୍ତି । ଅନେକ ଲୋକ କୋହଲି ହେୟାର କଟ୍‌କୁ ପ୍ରଶଂସା କରିଛନ୍ତି । ଅନେକ ବିରାଟଙ୍କୁ ସବୁଠାରୁ ଷ୍ଟାଇଲିଶ କ୍ରିକେଟର ବୋଲି କହିଛନ୍ତି ।

ଆଉ କିଛି ବିରାଟଙ୍କ ଲୁକକୁ ଈଶାନ କିଶନଙ୍କ ଲୁକ୍‌ ସହିତ ତୁଳନା କରିଛନ୍ତି । କିଛିଦିନ ତଳେ ଈଶାନଙ୍କର ନୂଆ ହେୟାର ଷ୍ଟାଇଲ ଭାଇରଲ ହୋଇଥିଲା । ଯେଉଁଥିରେ ଈଶାନଙ୍କ ହେୟାର କଟ୍‌ ବିରାଟଙ୍କ ଭଳି ଦେଖାଯାଉଥିଲା ।
ଆସନ୍ତାକାଲିରୁ ଏସିଆ କପ୍‌ ୨୦୨୩ ଆରମ୍ଭ ହେଉଛି । ଏସିଆ କପର ୪ଟି ମ୍ୟାଚ୍‌ ପାକିସ୍ତାନ ଏବଂ ୯ଟି ଶ୍ରୀଲଙ୍କାରେ ଖେଳାଯିବ । ଟିମ୍‌ ଇଣ୍ଡିଆ ସେପ୍ଟେମ୍ବର ୨ ତାରିଖରୁ ମ୍ୟାଚ ଖେଳିବ । ପ୍ରଥମେ ନିଜର ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହିତ ହେବ । ଭାରତୀୟ ଟିମ ଖୁବଶୀଘ୍ର ଏଥିପାଇଁ ଶ୍ରୀଲଙ୍କା ଗସ୍ତ କରିବ ।

ଚଳିତବର୍ଷ ଏସିଆ କପ୍ ଦିନିକିଆ ଫର୍ମାଟରେ ଖେଳାଯିବ । ୩୦ ଅଗଷ୍ଟରେ ହେବାକୁ ଥିବା ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ପାକିସ୍ତାନ ଏବଂ ନେପାଳ । ଭାରତ-ପାକିସ୍ତାନ ମଧ୍ୟରେ ମହା ମୁକାବିଲା ସେପ୍ଟେମ୍ବର ୨ ତାରିଖରେ ଖେଳାଯିବ । ଶ୍ରୀଲଙ୍କାରେ ଦୁଇ ଦେଶ ମଧ୍ୟରେ ମ୍ୟାଚ୍‌ ଖେଳାଯିବ ।
ଭାରତୀୟ ଟିମ୍‌ : ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍‌, ହାର୍ଦ୍ଦିକ ପାଣ୍ଡ୍ୟା, ବିରାଟ କୋହଲି, କେଏଲ ରାହୁଲ(ଓ୍ଵିକେଟ କିପର), ଶ୍ରେୟସ ଆୟର, ରବୀନ୍ଦ୍ର ଜାଡେଜା, ଜସପ୍ରୀତ ବୁମରା, ମହମ୍ମଦ ସାମି, ମହମ୍ମଦ ସିରାଜ, କୁଲଦୀପ ଯାଦବ, ଈଶାନ କିଶନ(ଓ୍ଵିକେଟ କିପର), ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ପ୍ରସିଦ୍ଧ କ୍ରିଷ୍ଣା, ସଞ୍ଜୁ ସାମସନ (ବ୍ୟାକ୍‌ଅପ୍‌)
Swagatika

Recent Posts

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

14 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

17 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

20 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

26 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

41 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

1 hour ago