ଏସିଆ କପ୍ ପାଇଁ ନୂଆ ହେୟାର କଟ୍ ନେଲେ ବିରାଟ, ଫଟୋ ଭାଇରଲ
ଆଉ ଦିନକ ପରେ ଏସିଆ କପ୍ ୨୦୨୩ ଆରମ୍ଭ ହେବ । ଆଉ ଟିମ୍ ଇଣ୍ଡିଆ ଏସିଆ କପ୍ ଖେଳିବା ପୂର୍ବରୁ ବିରାଟ କୋହଲି ନିଜ ଲୁକ୍ ଚେଞ୍ଜ କରିଛନ୍ତି । ନୂଆ ହେୟାରକଟ୍ କରି ଫ୍ୟାନ୍ସଙ୍କ ସହିତ ଇନଷ୍ଟାରେ ଫଟୋ ସେୟାର କରିଛନ୍ତି ।

ଏସିଆ କପ୍ ପୂର୍ବରୁ ବିରାଟ କୋହଲିଙ୍କ ଲୁକ୍ରେ ପରିବର୍ତ୍ତନ । ନୂଆ ହେୟାର କଟ୍ କରିବା ପରେ ସୋସିଆଲ ମିଡିଆରେ ବିରାଟଙ୍କ ଫଟୋ ଭାଇରଲ ହେବାରେ ଲାଗିଛି ।
କୋହଲି ଇନଷ୍ଟା ଷ୍ଟୋରୀରେ ନୂଆ ହେୟାରକଟ୍ ଫଟୋ ସେୟାର କରିଛନ୍ତି । ଏହି ଫଟୋ ସହିତ ଲେଖିଛନ୍ତି, ‘ସବୁବେଳେ ଟପ୍ କାମ କରନ୍ତି, ମାଇଁ ମ୍ୟାନ୍ ଅଲଫହାଦ ଅହମଦ । କୋହଲିଙ୍କ ଏଭଳି ଅବତାର ଦେଖି ଫ୍ୟାନ୍ସ କମେଣ୍ଟ କରୁଛନ୍ତି । ଅନେକ ଲୋକ କୋହଲି ହେୟାର କଟ୍କୁ ପ୍ରଶଂସା କରିଛନ୍ତି । ଅନେକ ବିରାଟଙ୍କୁ ସବୁଠାରୁ ଷ୍ଟାଇଲିଶ କ୍ରିକେଟର ବୋଲି କହିଛନ୍ତି ।
Virat Kohli in the new looks ahead of Asia Cup 2023. pic.twitter.com/Wv9qRwkhOL
— Mufaddal Vohra (@mufaddal_vohra) August 28, 2023
ଆଉ କିଛି ବିରାଟଙ୍କ ଲୁକକୁ ଈଶାନ କିଶନଙ୍କ ଲୁକ୍ ସହିତ ତୁଳନା କରିଛନ୍ତି । କିଛିଦିନ ତଳେ ଈଶାନଙ୍କର ନୂଆ ହେୟାର ଷ୍ଟାଇଲ ଭାଇରଲ ହୋଇଥିଲା । ଯେଉଁଥିରେ ଈଶାନଙ୍କ ହେୟାର କଟ୍ ବିରାଟଙ୍କ ଭଳି ଦେଖାଯାଉଥିଲା ।
ଆସନ୍ତାକାଲିରୁ ଏସିଆ କପ୍ ୨୦୨୩ ଆରମ୍ଭ ହେଉଛି । ଏସିଆ କପର ୪ଟି ମ୍ୟାଚ୍ ପାକିସ୍ତାନ ଏବଂ ୯ଟି ଶ୍ରୀଲଙ୍କାରେ ଖେଳାଯିବ । ଟିମ୍ ଇଣ୍ଡିଆ ସେପ୍ଟେମ୍ବର ୨ ତାରିଖରୁ ମ୍ୟାଚ ଖେଳିବ । ପ୍ରଥମେ ନିଜର ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହିତ ହେବ । ଭାରତୀୟ ଟିମ ଖୁବଶୀଘ୍ର ଏଥିପାଇଁ ଶ୍ରୀଲଙ୍କା ଗସ୍ତ କରିବ ।