Below header

ଦିନେ କାନ୍ଦି କାନ୍ଦି ଦୁଃଖ ବଖାଣୁଥିବା ଆଲୋକ ମୌର୍ଯ୍ୟ କାହିଁକି ନେଲେ ୟୁଟର୍ଣ୍ଣ ?

ୟୁପିର ପିସିଏସ୍ ଅଧିକାରୀ ଜ୍ୟୋତି ମୌର୍ଯ୍ୟ ଏବଂ ତାଙ୍କ ସ୍ୱାମୀ ଆଲୋକ ମୌର୍ଯ୍ୟଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ନେଇଛି ନୂଆ ମୋଡ଼ । ଗଣମାଧ୍ୟମ ସାମ୍ନାରେ ଦିନେ କାନ୍ଦି କାନ୍ଦି ନିଜର ଦୁଃଖ କହୁଥିବା ଆଲୋକ ମୌର୍ଯ୍ୟ ହଠାତ୍ ୟୁ ଟର୍ଣ୍ଣ ନେଇଛନ୍ତି । ସେ ତାଙ୍କ ପତ୍ନୀ ଜ୍ୟୋତି ମୌର୍ଯ୍ୟଙ୍କ ବିରୋଧରେ କରିଥିବା ସମସ୍ତ ଅଭିଯୋଗକୁ ପ୍ରତ୍ୟାହାର କରିନେଇଥିବା ସୂଚନା ମିଳିଛି ।

ୟୁପିର ପିସିଏସ୍ ଅଧିକାରୀ ଜ୍ୟୋତି ମୌର୍ଯ୍ୟ ଏବଂ ତାଙ୍କ ସ୍ୱାମୀ ଆଲୋକ ମୌର୍ଯ୍ୟଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ନେଇଛି ନୂଆ ମୋଡ଼ । ଗଣମାଧ୍ୟମ ସାମ୍ନାରେ ଦିନେ କାନ୍ଦି କାନ୍ଦି ନିଜର ଦୁଃଖ କହୁଥିବା ଆଲୋକ ମୌର୍ଯ୍ୟ ହଠାତ୍ ୟୁ ଟର୍ଣ୍ଣ ନେଇଛନ୍ତି । ସେ ତାଙ୍କ ପତ୍ନୀ ଜ୍ୟୋତି ମୌର୍ଯ୍ୟଙ୍କ ବିରୋଧରେ କରିଥିବା ସମସ୍ତ ଅଭିଯୋଗକୁ ପ୍ରତ୍ୟାହାର କରିନେଇଥିବା ସୂଚନା ମିଳିଛି । ମାମଲାରେ ଏହି ନାଟକୀୟ ଟ୍ଵିଷ୍ଟ ଏବେ ସମସ୍ତଙ୍କୁ ଚକିତ କରିଛି ।

ଆଲୋକ ମୌର୍ଯ୍ୟ ହଠାତ୍ ୟୁ ଟର୍ଣ୍ଣ ନେବା ପରେ, ବର୍ତ୍ତମାନ ଗଣମାଧ୍ୟମ ଏବଂ ସାଧାରଣ ଜନତା ତାଙ୍କୁ ସହାନୁଭୂତି ଦେଖାଉଛନ୍ତି ଯେ ସେ କାହିଁକି ଅଭିଯୋଗକୁ ଫେରାଇ ନେଇଛନ୍ତି? ତେବେ ଆଲୋକ ମୌର୍ଯ୍ୟ ଏହା ଉପରେ କୌଣସି ଉତ୍ତର ଦେଇନାହାଁନ୍ତି ।

ତଦନ୍ତ କମିଟି ସମ୍ମୁଖରେ ହାଜର ହୋଇ ଅଭିଯୋଗ ପ୍ରତ୍ୟାହାର କରିନେଲେ ଆଲୋକ :

ଯାହା ଜଣାପଡିଛି, ଗତ ସୋମବାର ଦିନ ଆଲୋକ ତାଙ୍କ ପତ୍ନୀ ଜ୍ୟୋତିଙ୍କ ବିରୋଧରେ ପ୍ରୟାଗରାଜର ଅତିରିକ୍ତ କମିଶନର ଅମୃତ ଲାଲ ବିନ୍ଦଙ୍କ ନିକଟରେ ହାଜର ହୋଇ ପ୍ରମାଣ ଉପସ୍ଥାପନ କରିବାର ଥିଲା, କିନ୍ତୁ ସେ ଏହାର ବିପରୀତ କାର୍ଯ୍ୟ କରିଥିଲେ ।

ଆଲୋକ ମୌର୍ଯ୍ୟ କମିଶନର ଅମୃତ ଲାଲ ବିନ୍ଦଙ୍କ ନିକଟରେ ହାଜର ହୋଇଥିଲେ ଏବଂ ପ୍ରାୟ ଅଧ ଘଣ୍ଟା ଧରି ଅନୁସନ୍ଧାନ କମିଟିର କାର୍ଯ୍ୟାଳୟରେ ଉପସ୍ଥିତ ରହିବା ପରେ ଲିଖିତ ଆବେଦନ କରି ଅଭିଯୋଗ ପତ୍ର ପ୍ରତ୍ୟାହାର କରି ନେଇଥିଲେ ।

alok-jyot

ବୈଧ୍ୟ ହେବ କୋର୍ଟଙ୍କ ନିଷ୍ପତ୍ତି : ଆଲୋକ ମୌର୍ଯ୍ୟ

ୟୁ-ଟର୍ଣ୍ଣ ନେବା ପରେ ଯେତେବେଳେ ତାଙ୍କୁ ଜ୍ୟୋତି ମୌର୍ଯ୍ୟଙ୍କ ବିରୋଧରେ ସେ କରିଥିବା ସମସ୍ତ ଅଭିଯୋଗ ବିଷୟରେ ପଚରାଗଲା, ସେ କହିଥିଲେ ମୁଁ ବହୁତ ଭାବିବା ପରେ ଅଭିଯୋଗ ପ୍ରତ୍ୟାହାର କରୁଛି । ତେବେ ଏହି ସମୟରେ ସେ ନିଶ୍ଚିତ ଭାବରେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ସହ ଜ୍ୟୋତି ମୌର୍ଯ୍ୟଙ୍କ ମଧ୍ୟରେ ଚାଲିଥିବା ମାମଲା ଜାରି ରହିବ ଏବଂ କୋର୍ଟ ଯାହା ନିଷ୍ପତ୍ତି ନେବେ ତାହା ବୈଧ୍ୟ ହେବ ।

ଅନ୍ୟପକ୍ଷରେ, ଆଲୋକ ମୌର୍ଯ୍ୟ ଭିଯୋଗ ପ୍ରତ୍ୟାହାର କରିବା ପରେ ଜ୍ୟୋତି ମୌର୍ଯ୍ୟଙ୍କୁ ଆଶ୍ଵସ୍ତି ମିଳିଛି । ସ୍ୱାମୀ ଆଲୋକ ମୌର୍ଯ୍ୟଙ୍କ ଅଭିଯୋଗ ପ୍ରତ୍ୟାହାର କରିବା ପରେ ଅନୁସନ୍ଧାନ କମିଟି ଏହାର ରିପୋର୍ଟ ପ୍ରୟାଗରାଜ କମିଶନରଙ୍କ ନିକଟକୁ ପଠାଇବ, ଯାହା ପରେ ସରକାର ନିଷ୍ପତ୍ତି ନେବେ କି ଏହି ମାମଲାର ତଦନ୍ତ ଆଗକୁ ଚାଲିବ କି ନାହିଁ ।

ସୂଚନା ଥାଉକି, ପୂର୍ବରୁ ଆଲୋକ ମୌର୍ଯ୍ୟ ହଠାତ୍ ଗଣମାଧ୍ୟମ ସମ୍ମୁଖରେ ଉପସ୍ଥିତ ହୋଇ ଅନେକ ଡକ୍ୟୁମେଣ୍ଟ୍ ଦେଖାଇଥିଲେ । ସେ କାନ୍ଦି କାନ୍ଦି କହିଥିଲେ ଯେ ଜ୍ୟୋତି ମୌର୍ଯ୍ୟ ଶିକ୍ଷିତ ହେବା ପରେ ପିସିଏସ୍ ଅଧିକାରୀ ହୋଇଥିଲେ । କିନ୍ତୁ ଏହି ପଦ ପାଇବା ମାତ୍ରେ ତାଙ୍କ ପତ୍ନୀ ତାଙ୍କୁ ଛାଡି ଚାଲିଗଲେ ।

ପିସିଏସ୍ ଅଧିକାରୀ ଜ୍ୟୋତି ମୌର୍ଯ୍ୟଙ୍କ ସ୍ୱାମୀ ଆଲୋକ କିଛି ମାସ ପୂର୍ବରୁ ତାଙ୍କ ପତ୍ନୀଙ୍କୁ ତାଙ୍କ ଜୀବନ ପ୍ରତି ବିପଦ ବୋଲି ଦର୍ଶାଇଥିଲେ । ଆଲୋକ ସୋସିଆଲ ମିଡିଆରେ ଏକ ଚାଟ୍ ମଧ୍ୟ ସେୟାର କରିଥିଲେ । ଯେଉଁଥିରେ ତାଙ୍କ ପତ୍ନୀ ଗାଜିଆବାଦରେ ରହୁଥିବା ହୋମ ଗାର୍ଡର କମାଣ୍ଡାଣ୍ଟ ମନୀଷଙ୍କ ସହ ସମ୍ପର୍କରେ ଥିବା ନେଇ ଅଭିଯୋଗ ହୋଇଥିଲା। ଦୁଇ ଜଣ ମିଳିତ ଭାବେ ଆଲୋକଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରିଥିଲେ । ଏହି ପ୍ରସଙ୍ଗରେ ଡିଜି ହୋମ ଗାର୍ଡ ବି.କେ ମୌର୍ଯ୍ୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଯେତେବେଳେ ଗୃହ ସୁରକ୍ଷା ବିଭାଗ ଏହି ଘଟଣାର ତଦନ୍ତ ଆରମ୍ଭ କଲା, ଜ୍ୟୋତି କହିଥିଲେ ଯେ ସେ ନିଜେ କୋର୍ଟରେ ଉତ୍ତର ଦେବେ ।

କେବଳ ଏତିକି ନୁହେଁ, ସରକାରଙ୍କ ନିକଟରେ ପିସିଏସ୍ ପତ୍ନୀ ଜ୍ୟୋତି ମୌର୍ଯ୍ୟଙ୍କ ଦୁର୍ନୀତି ସମ୍ପର୍କରେ ଆଲୋକ ମୌର୍ଯ୍ୟ ମଧ୍ୟ ଅଭିଯୋଗ କରିଥିଲେ ଏବଂ ପିସିଏସ୍ ଅଧିକାରୀ ହେବା ପରେ ସେ କୋଟି କୋଟି ମୂଲ୍ୟର ସମ୍ପତ୍ତି ସୃଷ୍ଟି କରିଥିବା ଅଭିଯୋଗ କରିଥିଲେ ।

ଅନ୍ୟପକ୍ଷରେ ଜ୍ୟୋତି ଧାମଙ୍ଗଞ୍ଜ ପୋଲିସ ଷ୍ଟେସନରେ ଆଲୋକ ଏବଂ ତାଙ୍କ ପରିବାର ବିରୋଧରେ ଯୌତୁକ ନିର୍ଯାତନା ମାମଲା ଦାୟର କରିଥିଲେ । ଆଲୋକଙ୍କ ୟୁ-ଟର୍ଣ୍ଣ ପରେ ଏବେ ଏହି ମାମଲା ସହ ଜଡିତ ଲୋକମାନେ କହିଛନ୍ତି ଯେ ତାଙ୍କ ଉପରେ କିଛି ଚାପ ପଡ଼ିଛି, ଯେଉଁଥିପାଇଁ ସେ ତାଙ୍କ ପତ୍ନୀ ଜ୍ୟୋତିଙ୍କ ବିରୋଧରେ ଆଣିଥିବା ସମସ୍ତ ଅଭିଯୋଗ ପ୍ରତ୍ୟାହାର କରି ନେଇଛନ୍ତି । ତେବେ ଘଟଣାର ସତ୍ୟାସତ୍ୟ କଣ ତାହା ସମୟ କହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.