ଭାରି ପଡ଼ିଲା ଲାଞ୍ଚ ନେବା: ୩ ଲାଞ୍ଚୁଆ ଅଫିସରଙ୍କୁ ଦଣ୍ଡିତ କଲେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ

ଗୋଟିଏ ଦିନରେ ତିନି ଜଣ ଲାଞ୍ଚୁଆ ସରକାରୀ ଅଫିସରଙ୍କୁ ଦଣ୍ଡିତ କଲେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦଣ୍ଡିତ କରିଛନ୍ତି । ଜରିମାନା ସହିତ ମିଳିଲା ଜେଲଦଣ୍ଡାଦେଶ।

ବ୍ରହ୍ମପୁର (କେନ୍ୟୁଜ): ଗୋଟିଏ ଦିନରେ ତିନି ଜଣ ଲାଞ୍ଚୁଆ ସରକାରୀ ଅଫିସରଙ୍କୁ ଦଣ୍ଡିତ କଲେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦଣ୍ଡିତ କରିଛନ୍ତି । ବ୍ରହ୍ମପୁର ବିଦ୍ୟୁତ ବିଭାଗର ଅବସର ପ୍ରାପ୍ତ ହେଡକ୍ଲର୍କ ଯୁଗଳ କିଶୋର ପରିଡ଼ାଙ୍କୁ ଭିଜିଲାନ୍ସ କୋର୍ଟ ବର୍ଷେ ଜେଲ୍ ଦଣ୍ଡ ସହ ୫ ହଜାର ଟଙ୍କା ଅର୍ଥଦଣ୍ଡାଦେଶ ଦେଇଛନ୍ତି । ଯୁଗଳ କିଶୋର ଜଣେ ଅବସର ପ୍ରାପ୍ତ ଲାଇନମ୍ୟାନଙ୍କ ପ୍ରୋଭିଡେଣ୍ଟ ଫଣ୍ଡ କାଗଜପତ୍ର କରାଇ ଦେବା ବାବଦରେ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ।

ସେହିପରି ସୁନ୍ଦରଗଡ଼ କୁତ୍ରା ବ୍ଲକର ପୂର୍ବତନ ହେଡକ୍ଲର୍କ ଦ୍ରୁପଦ ସାହସିଆଙ୍କୁ ଲାଞ୍ଚ ନେବା ଅଭିଯୋଗରେ ୭ ମାସ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଆହୁରି ମଧ୍ୟ ଇଲେକଟ୍ରି ବିଲ୍ ଠିକ୍ କରିବା ବାବଦରେ ଲାଞ୍ଚ ନେଇ ଧରାପଡ଼ିଥିବା ଅନୁଗୁଳ ବଇଣ୍ଡା ସେକସନର ପୂର୍ବତନ ଜୁନିୟର ମ୍ୟାନେଜର ସରୋଜ କୁମାର ଦାସଙ୍କୁ ଭିଜିଲାନ୍ସ କୋର୍ଟ ୩ ବର୍ଷ ଜେଲଦଣ୍ଡାଦେଶ ସହିତ ୫ ହଜାର ଟଙ୍କା ଅର୍ଥଦଣ୍ଡ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.