କ୍ରୀଡା

ଚୁଟି କାଟିବା ବେଳେ ପାକିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚର ମଜା ନେଲେ ବିରାଟ କୋହଲି, ଫଟୋ ଭାଇରଲ

ଆଇସିସି ବିଶ୍ୱକପ ୨୦୨୩ରେ ସାଉଥ ଆଫ୍ରିକା ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ଚୁଟି କାଟିଛନ୍ତି । ଆଜି ସାଉଥ ଆଫ୍ରିକା ସହିତ ମ୍ୟାଚ କୋଲକତାର ଇଡେନ ଗାର୍ଡେନରେ ଖେଳାଯିବ ।

ଗତକାଲି ବିଶ୍ୱକପ ମ୍ୟାଚ୍‌ ବେଙ୍ଗାଲୁରୁର ଏମ୍ମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିଲା । ପାକିସ୍ତାନ ବନାମ ନ୍ୟୁଜିଲାଣ୍ଡ ମ୍ୟାଚ୍‌ ଖେଳାଯାଇଥିଲା । ଏହି ମ୍ୟାଚକୁ ପାକିସ୍ତାନ ଜିତି ସେମିଫାଇନାଲରେ ପ୍ରବେଶ କରିଛି ।

ନିଜର ୩୫ ତମ ଜନ୍ମଦିନ ପାଳନ କରିବା ପୂର୍ବରୁ ବିରାଟ କୋହଲି ଚୁଟି କାଟିଛନ୍ତି । ଆଉ ଜନ୍ମଦିନ ପୂର୍ବରୁ ଚୁଟି କାଟୁଥିବା ବେଳେ ବିରାଟ ପାକିସ୍ତାନ ବନାମ ନ୍ୟୁଜିଲାଣ୍ଡ ମ୍ୟାଚର ମଜା ଉଠାଇଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଭାରତ ଏବଂ ସାଉଥ ଆଫ୍ରିକା ବିଶ୍ୱକପ ୨୦୨୩ ସେମିଫାଇନାଲ ପାଇଁ କ୍ୱାଲିଫାଏ କରିସାରିଛି । ଅଷ୍ଟ୍ରେଲିଆ ମଧ୍ୟ ସେମିରେ ପ୍ରବେଶ କରିବ । ତେବେ ଚତୁର୍ଥ ଟିମ ଭାବେ ନ୍ୟୁଜିଲାଣ୍ଡ, ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ କଡ଼ା ଟକ୍କର ହେବାକୁ ଯାଉଛି । ତେବେ ବିଶ୍ୱକପରେ ଭାରତ ଏକମାତ୍ର ଟିମ ଯିଏକି ଏପର୍ଯ୍ୟନ୍ତ କୌଣସି ଗୋଟିଏ ମ୍ୟାଚ ହାରିନାହିଁ ।

ଆଜି ବିରାଟଙ୍କ ଜନ୍ମଦିନ । ଆଉ ବିରାଟ ଆଜି ଇଡେନ ଗାର୍ଡେନରେ କମାଲ କରିବେ ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି । ବିରାଟଙ୍କ ଜନ୍ମଦିନରେ କ୍ରିକେଟ ସଂଘ ୭୦ ହଜାର ମୁଖା ବାଣ୍ଟିଛି । ଫଳରେ ଆଜି ଇଡେନ ଗାର୍ଡେନରେ କୋହଲିଙ୍କ ମୁହଁ ଚାରିଆଡେ ଦେଖାଯିବ ।

Swagatika

Recent Posts

Airtelର ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ, ୪୦୦ ଟଙ୍କାରୁ କମ୍ ମୂଲ୍ୟରେ ମିଳିବ ଦୁଇ ମାସରୁ ଅଧିକ ଭାଲିଡିଟି

ଏୟାରଟେଲ ହେଉଛି ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ କମ୍ପାନୀ । ଯେତେବେଳେ ଟେଲିକମ୍ ସେକ୍ଟରରେ ଶକ୍ତିଶାଳୀ ନେଟୱାର୍କ ଏବଂ ଡାଟା…

57 seconds ago

ଜୁଲାଇ ୧ରୁ ଲାଗୁ ହେବ ଭାରତୀୟ ନ୍ୟାୟ ସଂହିତା, ଅକାମୀ ହେବ ପୁରୁଣା IPC ଓ CRPC

ଜୁଲାଇ ୧ରୁ ଲାଗୁ ହେବ ଭାରତୀୟ ନ୍ୟାୟ ସଂହିତା । ଏହି ପରିପ୍ରେକ୍ଷିରେ ସବୁ ରାଜ୍ୟର ଡ଼ିଜିଙ୍କ ସହ ବୈଠକ…

11 mins ago

ନିଜ ଭାଗ୍ୟକୁ ଆଦରୀ ରହୁଛନ୍ତି ଦୁଇ ଛାତ୍ରୀ, ପାଠ ପଢ଼ିବାରେ ବାଧକ ସାଜୁଛି ଟଙ୍କା

ବ୍ରହ୍ମପୁର (କେନ୍ୟୁଜ): ପାଠ ପଢ଼ିବାକୁ ମନ ଦୁଇ ଛାତ୍ରୀଙ୍କର । ହେଲେ ଅର୍ଥାଭାବ ଯୋଗୁଁ ଏହି ଇଚ୍ଛାକୁ ସେମାନେ ମାରିବାକୁ…

14 mins ago

କିଡ୍ନୀ ରୋଗରେ ଆକ୍ରାନ୍ତ ମାନସ, ଭଲ ହେବେ କେମିତି ସେହି ଚିନ୍ତାରେ ଘର ଲୋକେ

ଜଗତସିଂପୁର (କେନ୍ୟୁଜ) : ହସଖୁସିରେ ଚଳୁଥିଲା ପ୍ରମୋଦ ମଲ୍ଲିକଙ୍କ ପରିବାର । ହଠାତ ବର୍ଷକ ତଳେ ପରିବାର ଉପରେ ଯେମିତି…

17 mins ago

ଦୁଇଜଣ ନିଯୁକ୍ତ ପାଇଛନ୍ତି ମାସକୁ ମାସ ଦରମା ବି ପାଉଛନ୍ତି, ହେଲେ ଦେଖାନାହିଁ ଡାକଘରେ

ହରଭଙ୍ଗା (କେନ୍ୟୁଜ) : ୬ ମାସ ହେଲା ଖୋଲିଛି । ଦୁଇଜଣ ନିଯୁକ୍ତି ବି ହୋଇଛନ୍ତି । ହେଲେ ଦିନେ…

20 mins ago

ସୁଶାନ୍ତ ସିଂ ରାଜପୁତଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀରେ ଦେଖନ୍ତୁ କିଛି ଖାସ ଫଟୋ, ଥିଲେ ସର୍ବଗୁଣ ସମ୍ପର୍ଣ୍ଣ

ଜୁନ୍ ୧୪,୨୦୨୦ ରେ ୩୪ ବର୍ଷ ବୟସରେ ସୁଶାନ୍ତ ସିଂ ରାଜପୁତ ହଠାତ୍ ଏହି ଦୁନିଆକୁ ବିଦାୟ ଦେଇଥିଲେ ।…

34 mins ago