ଚୁଟି କାଟିବା ବେଳେ ପାକିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚର ମଜା ନେଲେ ବିରାଟ କୋହଲି, ଫଟୋ ଭାଇରଲ
ଜନ୍ମଦିନ ପୂର୍ବରୁ ଚୁଟି କାଟୁଥିବା ବେଳେ ବିରାଟ ପାକିସ୍ତାନ ବନାମ ନ୍ୟୁଜିଲାଣ୍ଡ ମ୍ୟାଚର ମଜା ଉଠାଇଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଆଇସିସି ବିଶ୍ୱକପ ୨୦୨୩ରେ ସାଉଥ ଆଫ୍ରିକା ବିପକ୍ଷ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ଚୁଟି କାଟିଛନ୍ତି । ଆଜି ସାଉଥ ଆଫ୍ରିକା ସହିତ ମ୍ୟାଚ କୋଲକତାର ଇଡେନ ଗାର୍ଡେନରେ ଖେଳାଯିବ ।
ଗତକାଲି ବିଶ୍ୱକପ ମ୍ୟାଚ୍ ବେଙ୍ଗାଲୁରୁର ଏମ୍ମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିଲା । ପାକିସ୍ତାନ ବନାମ ନ୍ୟୁଜିଲାଣ୍ଡ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚକୁ ପାକିସ୍ତାନ ଜିତି ସେମିଫାଇନାଲରେ ପ୍ରବେଶ କରିଛି ।
ନିଜର ୩୫ ତମ ଜନ୍ମଦିନ ପାଳନ କରିବା ପୂର୍ବରୁ ବିରାଟ କୋହଲି ଚୁଟି କାଟିଛନ୍ତି । ଆଉ ଜନ୍ମଦିନ ପୂର୍ବରୁ ଚୁଟି କାଟୁଥିବା ବେଳେ ବିରାଟ ପାକିସ୍ତାନ ବନାମ ନ୍ୟୁଜିଲାଣ୍ଡ ମ୍ୟାଚର ମଜା ଉଠାଇଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି ।
Virat Kohli were watching Fakhar Zaman madness & Babar Azam classy innings last night while having hair cut. pic.twitter.com/umap2UPIaj
— Nawaz 🇵🇰 (@Rnawaz31888) November 5, 2023
ଭାରତ ଏବଂ ସାଉଥ ଆଫ୍ରିକା ବିଶ୍ୱକପ ୨୦୨୩ ସେମିଫାଇନାଲ ପାଇଁ କ୍ୱାଲିଫାଏ କରିସାରିଛି । ଅଷ୍ଟ୍ରେଲିଆ ମଧ୍ୟ ସେମିରେ ପ୍ରବେଶ କରିବ । ତେବେ ଚତୁର୍ଥ ଟିମ ଭାବେ ନ୍ୟୁଜିଲାଣ୍ଡ, ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ କଡ଼ା ଟକ୍କର ହେବାକୁ ଯାଉଛି । ତେବେ ବିଶ୍ୱକପରେ ଭାରତ ଏକମାତ୍ର ଟିମ ଯିଏକି ଏପର୍ଯ୍ୟନ୍ତ କୌଣସି ଗୋଟିଏ ମ୍ୟାଚ ହାରିନାହିଁ ।
ଆଜି ବିରାଟଙ୍କ ଜନ୍ମଦିନ । ଆଉ ବିରାଟ ଆଜି ଇଡେନ ଗାର୍ଡେନରେ କମାଲ କରିବେ ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି । ବିରାଟଙ୍କ ଜନ୍ମଦିନରେ କ୍ରିକେଟ ସଂଘ ୭୦ ହଜାର ମୁଖା ବାଣ୍ଟିଛି । ଫଳରେ ଆଜି ଇଡେନ ଗାର୍ଡେନରେ କୋହଲିଙ୍କ ମୁହଁ ଚାରିଆଡେ ଦେଖାଯିବ ।