Below header

୯ ଘଣ୍ଟାର ସଂଘର୍ଷ ପରେ ନୂଆ ଜୀବନ ପାଇଲେ ମହିଳା, ଭୂକମ୍ପ ପରେ ନେପାଳରୁ ଆସିଲା ହୃଦୟ ବିଦାରକ ଭିଡିଓ

ଭୂକମ୍ପ ପରେ ନେପାଳରୁ ଆସିଲା ହୃଦୟ ବିଦାରକ ଭିଡିଓ।ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଭୂକମ୍ପରେ ପୋତି ହୋଇଯାଇଥିବା ମାଟି ତଳୁ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି।ଏହି ମହିଳା ଦୀର୍ଘ ୯ ଘଣ୍ଟା ଧରି ଘରର ମାଟି ତଳେ ପୋତି ହୋଇ ରହିଯାଇଥିଲେ।

ନୂଆଦିଲ୍ଲୀ : ଶୁକ୍ରବାର ରାତିରେ ନେପାଳରେ ୬.୪ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଦିଲ୍ଲୀ-ଏନସିଆର ଅଞ୍ଚଳ, ବିହାର, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ସମେତ ଉତ୍ତର ଭାରତରେ ଏହାର ତୀବ୍ରତା ଅନୁଭୂତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ରାତି ୧୧ଟା ୩୨ ମିନିଟରେ ଭୂପୃଷ୍ଠର ୧୦ କିଲୋମିଟର୍ ଗଭୀରରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାରି ଭିତରେ ନେପାଳର ଜାଜରକୋଟରୁ ଏକ ହୃଦୟ ବିଦାରକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଭୂକମ୍ପରେ ପୋତି ହୋଇଯାଇଥିବା ମାଟି ତଳୁ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ମହିଳା ଦୀର୍ଘ ୯ ଘଣ୍ଟା ଧରି ଘରର ମାଟି ତଳେ ପୋତି ହୋଇ ରହିଯାଇଥିଲେ। ଉଦ୍ଧାରକାରୀ ଦଳ ପହଞ୍ଚିବା ପରେ ମହିଳାଙ୍କ ସ୍ୱର ଶୁଣିବାକୁ ପାଇଥିଲେ । ପରେ ତାଙ୍କୁ ମାଟି ତାଳୁ ଟାଣି ଉପରକୁ ଆଣିଥିଲେ । ଫଳରେ ମହିଳା ଜଣଙ୍କ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ।

ପୁଣି ଆଜି ଭୂମିକମ୍ପରେ ଥରିଛି ନେପାଳ । ଭୂମିକମ୍ପର ତୀବ୍ରତା ୩.୬ ରହିଛି । ଏନେଇ ସୂଚନା ଦେଇଛି ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି । ତେବେ ନେପାଳରେ ହୋଇଥିବା ଭୂକମ୍ପର ପ୍ରଭାବ ଭାରତରେ ଅନୁଭୂତ ହୋଇନି । ସେହିପରି ବିଳମ୍ବିତ ରାତିରେ ଆଫଗାନିସ୍ତାନର ଫୈଜାବାଦରେ ମଧ୍ୟ ଜୋରଦାର ଭୂକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଆଫଗାନିସ୍ତାନରେ ୪.୫ ତିବ୍ରତାର ଭୂକମ୍ପ ହୋଇଛି ।

ସୂଚନା ଅନୁସାରେ ଗତ ୨ ଦିନ ତଳେ ବଡ଼ ଧରଣର ଭୂକମ୍ପ ନେପାଳରେ ଭୟଙ୍କର ବିନାଶ ଘଟାଇଥିଲା। ଏଥିରେ ୧୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅତି କମରେ ୩୭୫ ଜଣ ଆହତ ହୋଇଥିଲେ । ତେବେ ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି । ଗବେଷଣାରୁ ଜଣାଯାଇଛି ଯେ ପଶ୍ଚିମ ନେପାଳରେ ପ୍ରାୟ ୫୦୦ ବର୍ଷ ଧରି ପୃଥିବୀ ପୃଷ୍ଠରେ ଅଧିକ ଭୂକମ୍ପ ଶକ୍ତି ଜମା ହୋଇ ରହିଛି । ତେଣୁ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଆସନ୍ତା ସମୟରେ ରିକ୍ଟର ସ୍କେଲ୍‌ରେ ଆଠ କିମ୍ବା ଏହା ଠାରୁ ଅଧିକ ତୀବ୍ରତାର ଭୂକମ୍ପ ହେବାର ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.