Below header

୬ ମାସରେ ୨୧ କୋଟି ରୋଜଗାର କଲା ପରିବା ବାଲା, ଶେଷରେ ବାନ୍ଧିଲା ପୋଲିସ୍

ମହଙ୍ଗା ପଡିଲା କୋଟିପତି ହେବା ନିଶା ପଡିଲା ମହଙ୍ଗା । ଶେଷରେ ଜେଲ୍ ଯିବାକୁ ପଡିଲା ୨୭ ବର୍ଷ ବୟସ୍କ ଜଣେ ଯୁବକକୁ । ଯିଏକି ପନିପରିବା ବିକି ପେଟ ପୋଷୁଥିଲା। ହେଲେ ଅଳ୍ପ ଦିନରେ କୋଟିପତି ହେବା ନିଶା ତାକୁ ପାଗଳ କଲା । ଯାହାଫଳରେ ସେ ଆପଣାଇ ନେଲା ଠକେଇର ରାସ୍ତା ।

ଉତ୍ତରାଖଣ୍ଡ: ମହଙ୍ଗା ପଡିଲା କୋଟିପତି ହେବା ନିଶା। ଶେଷରେ ଜେଲ୍ ଯିବାକୁ ପଡିଲା ୨୭ ବର୍ଷ ବୟସ୍କ ଜଣେ ଯୁବକକୁ । ଯିଏକି ପନିପରିବା ବିକି ପେଟ ପୋଷୁଥିଲା। ହେଲେ ଅଳ୍ପ ଦିନରେ କୋଟିପତି ହେବା ନିଶା ତାକୁ ପାଗଳ କଲା । ଯାହାଫଳରେ ସେ ଆପଣାଇ ନେଲା ଠକେଇର ରାସ୍ତା । ହଁ ଦର୍ଶକବନ୍ଧୁ ଋଷଭ ଶର୍ମା ନାମକ ଜଣେ ଯୁବକ ୨୧ କୋଟି ଟଙ୍କା ରୋଜଗାର କରିବା ପରେ ତାକୁ ଗିରଫ କରିଛି ପୋଲିସ୍ । ଅନ୍ୟମାନଙ୍କୁ ଭୁଆଁ ବୁଲାଇ ୱାର୍କ ଫର୍ମ ହୋମ୍ ଜରିଆରେ ଜାଲିଆତି କରିବା ଅଭିଯୋଗରେ ତାକୁ ଗିରଫ କରାଯାଇଛି।

ପୋଲିସର ସୂଚନାନୁସାରେ, ସେ ୧୦ ଟି ରାଜ୍ୟରେ ପଞ୍ଜୀକୃତ ହୋଇଥିବା ୩୭ ଟି ଠକେଇ ମାମଲାରେ ସିଧାସଳଖ ଜଡିତ ଥିଲା। କେବଳ ଏତିକି ନୁହେଁ ୮୫୫ ଅନ୍ୟାନ୍ୟ ମାମଲାରେ ମଧ୍ୟ ସେ ସମ୍ପୃକ୍ତ । ଉତ୍ତରାଖଣ୍ଡ ପୋଲିସ ଅଧିକାରୀ ଅଙ୍କୁଷ ମିଶ୍ର କହିଛନ୍ତି ଯେ, କିଛି ବର୍ଷ ପୂର୍ବେ ସେ ଫରିଦାବାଦରେ ପନିପରିବା ଏବଂ ଫଳ ବିକ୍ରି କରୁଥିଲେ । ଅନ୍ୟ ବ୍ୟବସାୟୀଙ୍କ ପରି ସେ ମଧ୍ୟ କରୋନା ମହାମାରୀ ସମୟରେ ବ୍ୟାପକ କ୍ଷତି ସହିଥିଲେ ଏବଂ ତାଙ୍କୁ ବ୍ୟବସାୟ ବନ୍ଦ କରିବାକୁ ପଡିଥିଲା। ପରବର୍ତ୍ତୀ କିଛି ମାସ ପାଇଁ ସେ ନିଜ ପରିବାରର ଭରଣ ପୋଷଣ କରିବା ପାଇଁ ବିଭିନ୍ନ WFH ଅଫରର ସାହାରା ନେଇଥିଲା।

ପୋଲିସ ଅଧିକାରୀ ଆହୁରି ମଧ୍ୟ କହିଛନ୍ତି କି, ଋଷଭ ତାର ଜଣେ ପୁରୁଣା ବନ୍ଧୁକୁ ଭେଟିଥିଲା ଯିଏ କି ପୂର୍ବରୁ ଅନଲାଇନ୍ ଠକେଇରେ ଜଡିତ ଥିଲା। ତେବେ ସେ ମାତ୍ର ଛଅ ​​ମାସ ମଧ୍ୟରେ ଜାଲିଆତି କରିବା ଆରମ୍ଭ କରିବା ସହିତ ପାଖାପାଖି ୨୧ କୋଟି ଟଙ୍କା ଆୟ କରିଥିଲା । ନିକଟରେ ଡେରାଡୁନ୍‌ର ଜଣେ ବ୍ୟବସାୟୀ ଯିଏକି ୨୦ ଲକ୍ଷ ଟଙ୍କା ଠକାମୀର ଶୀକାର ହୋଇଥିଲେ । ତେବେ ଗତ ଅକ୍ଟୋବର ୨୮ ତାରିଖରେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଜଣାପଡିଛି ।

ଏହି ଠକେଇର ଏକ ଅଂଶ ଭାବରେ ଋଷଭ “Marriot Bonvoy” marriotwork.com ନାମକ ଏକ ଫେକ୍ ୱେବସାଇଟ୍ ତିଆରି କରିଥିଲେ । ଯାହା ହୋଟେଲ ସଂସ୍ଥା ର ମୂଳ ୱେବସାଇଟ୍, marriot.com ସହିତ ପାଖାପାଖି ସମାନ ଥିଲା । ତା’ପରେ, ବ୍ୟବସାୟୀ ଜଣକ ଅଗଷ୍ଟ ୪ ତାରିଖରେ ,ଏକ ହ୍ୱାଟ୍ସ ଆପ୍ ମେସେଜ ପାଇଥିଲେ । ଯେଉଁଥିରେ ୱାର୍କ ଫର୍ମ ହୋମ୍ ସହ ପାର୍ଟ ଟାଇମ୍ ଚାକିରି ନେଇ ଏକ ବିଜ୍ଞପ୍ତି ରହିଥିଲା ।

ବ୍ୟବସାୟୀ ଜଣକ ତାଙ୍କ ଅଭିଯୋଗରେ କହିଛନ୍ତି ଯେ , “ଯେହେତୁ ଅଫରଟି ପ୍ରକୃତ ମନେ ହେଉଥିଲା, ସେ ମେସେଜ ପଠାଇଥିବା ନମ୍ବରକୁ ଫୋନ୍ କରି ଡକାଇଲେ। ଜଣେ ବ୍ୟକ୍ତି ନିଜକୁ ମ୍ୟାରିଅଟ୍ ବୋନଭୋଇଙ୍କ ପ୍ରତିନିଧୀ ଋଷଭ ଶର୍ମା ବୋଲି ପରିଚୟ ଦେଇଥିଲା । ସେ  ତାର ସହକର୍ମୀ ସୋନିଆ ସହ ବି ପରିଚିତ କରାଇଥିଲା, ଯିଏ ଦଳର ଅନ୍ୟତମ ହୋଟେଲର ସହଯୋଗୀ ବୋଲି ସେ କହିଥିଲା।

ପ୍ରଥମେ ବ୍ୟବସାୟୀ ଜଣକ ୧୦ହଜାର ଟଙ୍କା ପ୍ରଦାନ କରିଥିଲେ। ପରେ ତାଙ୍କୁ ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟରେ ଦ୍ୱିତୀୟ ଥର ପାଇଁ ସମାନ ରାଶି ପ୍ରଦାନ କରାଯାଇଥିଲା । ଅବଶ୍ୟ, ଖୁବ୍ ଶୀଘ୍ର, ବିନିଯୋଗ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଲା ।

ପ୍ରତ୍ୟେକ ଥର ବ୍ୟବସାୟୀ ଜଣକ ତାଙ୍କ ଟଙ୍କା ରିଟର୍ନ ମାଗିବାବେଳକୁ, ସେମାନେ ତାଙ୍କୁ ଅଧିକ ବିନିଯୋଗ କରିବାକୁ ପ୍ରବର୍ତ୍ତାଉଥିଲେ ଏବଂ ଲାଭ ଏକ କୋଟି ଯାଏ ହୋଇପାରେ ବୋଲି କହିଥାନ୍ତି । କିଛି ସମୟ ପରେ, ସେମାନେ ବ୍ୟକ୍ତିଙ୍କ କଲ ଏବଂ ମେସେଜ ଗୁଡିକର ଉତ୍ତର ଦେବା ବନ୍ଦ କରି ନମ୍ବର ବନ୍ଦ କରିଦେଇଥିଲେ ।  ସେତେବେଳକୁ ୨୦  ଲକ୍ଷ ଟଙ୍କା ବିନିଯୋଗ କରିସାରିଥିଲେ ବୋଲି ବ୍ୟବସାୟୀ ଜଣକ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.