ନିରୋଳା ଓ ନିବିଡ଼ ବନ୍ଧନର ଉଦାହରଣ: ମୃତ ମାଲିକର ଫେରିବା ବାଟକୁ ଚାହିଁ ବସିଛି କୁକୁର

ମାଲିକଙ୍କ ମୃତ୍ୟୁକୁ ହେଲାଣି ୪ ମାସ । ତଥାପି ବିଶ୍ବାସ କରିପାରୁନି ପୋଷା କୁକୁର । ମୃତ୍ୟୁ ପରେ ମାଲିକଙ୍କ ଶବ ଆସିଥିଲା ଶବାଗାରକୁ । ଏବେବି ସେଇଠୁ ଫେରି ଆସିବେ ବୋଲି ଆଶା କରି ଶବାଗାର ବାହାରେ ବସି ରହିଛି କୁକୁରଟି । ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୪ ମାସ ହେବ ଶବାଗାର ଆଗରୁ ହଟୁନି ପୋଷା କୁକୁରଟି ।

ନୂଆଦିଲ୍ଲୀ : ମାଲିକଙ୍କୁ ଅପେକ୍ଷା କରିଛି ”ରାମୁ” । ତାର ଭରସା ଅଛି ପୁଣି ମାଲିକ ଫେରି ଆସିବେ । ତେବେ ମାଲିକଙ୍କ ମୃତ୍ୟୁକୁ ହେଲାଣି ୪ ମାସ । ତଥାପି ବିଶ୍ବାସ କରିପାରୁନି ପୋଷା କୁକୁର । ମୃତ୍ୟୁ ପରେ ମାଲିକଙ୍କ ଶବ ଆସିଥିଲା ଶବାଗାରକୁ । ଏବେବି ସେଇଠୁ ଫେରି ଆସିବେ ବୋଲି ଆଶା କରି ଶବାଗାର ବାହାରେ ବସି ରହିଛି କୁକୁରଟି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କେରଳର କନ୍ନୁର ଜିଲ୍ଲାରେ । ଏହି କୁକୁର ଭିଡ଼ିଓ ଟି ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। ଯାହାକୁ ନେଇ ଲୋକ ମାନେ ଅନେକ ପ୍ରତିକ୍ରିୟା ଦେଉଛନ୍ତି ।  କେହି କେହି ଏହାକୁ ମଣିଷର ସାଥୀ ବୋଲି କହୁଥିବା ବେଳେ ଅନ୍ୟମାନେ ଏହାକୁ ପ୍ରକୃତ ବିଶ୍ଵସ୍ଥ ବୋଲି କହୁଛନ୍ତି ।

ବୋଧହୁଏ ସେ ଜାଣି ନାହିଁ ଯେ ତା ମାଲିକ ଆଉ ଏହି ଦୁନିଆରେ ନାହାଁନ୍ତି।  ଯେଉଁ ମାଲିକ ତାକୁ ପାଳିପୋଷି ବଡ କରିଥିଲେ ସେହି ମାଲିକଙ୍କୁ ନପାଇ ଝରାଉଛି ଲୁହ । ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୪ ମାସ ହେବ ଶବାଗାର ଆଗରୁ ହଟୁନି ପୋଷା କୁକୁରଟି । ଶବାଗାର କବାଟ ଖୋଲିଲେ ଧାଇଁ ଯାଉଛି । କାଳେ ତା’ ମାଲିକ ସେହି ଘର ଭିତରୁ ବାହାରି ଆସିବେ ? ୪ ମାସ ପୂର୍ବେ ଜଣେ ରୋଗୀ ହସ୍ପିଟାଲକୁ ଆସିଥିଲେ । ରୋଗୀଙ୍କ ସହ ଆସିଥିଲା ରାମୁ । ହେଲେ ବ୍ୟକ୍ତି ଜଣକର ମୃତ୍ୟୁ ହୋଇଗଲା । ତାଙ୍କୁ ହସ୍ପିଟାଲରୁ ଶବାଗାର ନେବା ସମୟରେ କୁକୁରଟି ଦେଖିଥିଲା। ସେବେଠୁ ରାମୁ ଅନେଇ ରହିଛି ମାଲିକଙ୍କ ଫେରିବା ବାଟକୁ। ପ୍ରଥମେ ରାମୁ କିଛି ଖାଉନଥଲା । କେବଳ ଆଖିରୁ ଲୁହ ଗଡାଉଥିଲା। ମାତ୍ର ଏବେ ହସ୍ପିଟାଲ ଷ୍ଟାଫ୍ ଦେଉଥିବା ଖାଦ୍ୟ ଖାଉଛି । କିନ୍ତୁ ମାଲିକ ଫେରିବା ଆଶାରେ ଶବାଗାର ଛାଡି ଯାଉନାହିଁ । ଇଏ ହେଉଛି ମଣିଷ ଓ ପଶୁ ଭିତରେ ଥିବା ଅନାବିଳ ସ୍ନେହ ପ୍ରେମର ଏକ ଉଦାହରଣ ।

 

ସେପଟେ ହସ୍ପିଟାଲର ପରିଚାଳକ ରାଜେଶ କୁମାର କହିଛନ୍ତି ଯେ କୁକୁରଟି ପ୍ରାୟ ଚାରିମାସ ପୂର୍ବରୁ ଶବ ନିକଟରେ ବସିଥିବାର ଦେଖିଥିଲେ। ପ୍ରଥମ ଦିନରେ ଆମେ କୁକୁର ପ୍ରତି ଧ୍ୟାନ ଦେଇ ନଥିଲୁ। କିନ୍ତୁ ପରଦିନ ଆମର ଧ୍ୟାନ ପୋଷା କୁକୁର ଉପରେ ପଡିଲା। ଯେତେବେଳେ ଆମେ ସ୍ଥାନୀୟ ଲୋକଙ୍କୁ ଏହା ବିଷୟରେ ପଚାରିଲୁ, ସେମାନେ କହିଥିଲେ ଯେ ଏହି କୁକୁରଟି ଜଣେ ରୋଗୀ ସହିତ ଡାକ୍ତରଖାନାକୁ ଆସିଥିଲା, ଯାହାର ମୃତ୍ୟୁ ଘଟିଛି। ରାଜେଶ କହିଛନ୍ତି, ଏହାର ମାଲିକ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ। ଏପରିକି ସେ କହିଛନ୍ତି ଯେ ଡକ୍ଟର ମାୟା କୁକୁରର ନା ‘ରାମୁ’ ଦେଇଛନ୍ତି। କେବଳ ଶବାଗାର ନିକଟରେ ଶେଷ ହୋଇଥିବା ବାରଣ୍ଡାରେ ସେ ଚଲାବୁଲା କରୁଛି।  ଅନ୍ୟ ବୁଲା କୁକୁରଙ୍କ ସହିତ ମିଳାମିଶା କରୁନାହିଁ। କ୍ଳାନ୍ତ ହୋଇ ଶୋଇ ପଡ଼ିଲେ ବି ମଝିରେ ମଝିରେ ମୁ‌ଣ୍ଡ ଟେକି ଶବାଗାର ଆଡ଼କୁ ଚାହୁଁଛି।

ଦୟା ଦେଖାଇ ଲୋକେ ତାକୁ ଖାଇବାକୁ ଦେଇଥିଲେ। ପ୍ରଥମେ ପ୍ରଥମେ ସେ କିଛି ଖାଇଲା ନାହିଁ। ପରେ କେତୋଟି ବିସ୍କୁଟ୍‌ ଓ ସେପରି କିଛି ଖାଦ୍ୟ ଖାଇଲା। ତା’ ଚେହେରାରେ କେବେ ଆନନ୍ଦ ଭାବ ଥିବାର କେହି ଦେଖିନାହିଁ। ଡାକ୍ତର ମାୟା ଗୋପାଳକୃଷ୍ଣନ୍‌ ତାକୁ ରାମୁ ଡାକୁଛନ୍ତି ବୋଲି ରାଜେଶ କହିଛନ୍ତି। ସେ ମଧ୍ୟ ତାକୁ ଘରେ ରନ୍ଧା ଯାଇଥିବା ଖାଦ୍ୟ ଦେଉଛନ୍ତି। ରାମୁ ଅଣ୍ଡା ଓ ମାଛ ଖାଉଛି, କିନ୍ତୁ ଭାତ ଖାଉନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.