Below header

ମଣିର ଜୀବନ ନେବା ପାଇଁ ବୁନ୍ଦାଏ ମାତ୍ର ବିଷ ଯଥେଷ୍ଟ, ଜାଣନ୍ତୁ ଦୁନିଆର ସବୁଠାରୁ ବିଷାକ୍ତ ବିଷର ନାମ

ଆସନ୍ତୁ ଜାଣିବା ଦୁନିଆର ସବୁଠାରୁ ବିଷାକ୍ତ ରାସାୟନିକ ପଦାର୍ଥ କଣ ଏବଂ ଏହା କେତେ ମାରାତ୍ମକ । ଏହାକୁ ଖାଇଲେ ମଣିଷର କଣ ଯେ ଅବସ୍ଥା ହେବ ତାହା ନକହିବା ଭଲ । ଏହାର ବୁନ୍ଦାଏ ମାତ୍ର ବିଷ ମଣିଷକୁ କ୍ଷଣିକରେ ଶେଷ କରିବା ପାଇଁ ଯଥେଷ୍ଟ ।

ବଲିଉଡ ହେଉ କିମ୍ବା ହଲିଉଡ ହେଉ ଯେତେବେଳେ ବି ଗୁପ୍ତଚରମାନେ ଧରା ପଡ଼ି ଯାଆନ୍ତି ସେମାନେ ସାଇନାଇଡ ଖାଇ ଜୀବନ ହାରିଥିବା ଆପଣମାନେ ଦେଖିଥିବେ ନିଶ୍ଚିତ । ତେବେ କୁହାଯାଏ ସାଇନାଇଡ ହେଉଛି ଦୁନିଆର ସବୁଠାରୁ ବିଷାକ୍ତ ରାସାୟନିକ ପଦାର୍ଥ । କିନ୍ତୁ ଏହା ବାସ୍ତବରେ ସବୁଠାରୁ ବିଷାକ୍ତ ରାସାୟନିକ ପଦାର୍ଥ ନୁହେଁ । ଏହି ବିଷଠାରୁ ବି ଅଧିକ ବିଷାକ୍ତ ବିଷ ରହିଛି, ଯାହା ଥରେ ମଣିଷ ଶରୀରରେ ପ୍ରବେଶ କରେ ତାର ମୃତ୍ୟୁ ସୁନିଶ୍ଚିତ । ତେବେ ଆସନ୍ତୁ ଜାଣିବା ଦୁନିଆର ସବୁଠାରୁ ବିଷାକ୍ତ ରାସାୟନିକ ପଦାର୍ଥ କଣ ଏବଂ ଏହା କେତେ ମାରାତ୍ମକ । ଏହାକୁ ଖାଇଲେ ମଣିଷର କଣ ଯେ ଅବସ୍ଥା ହେବ ତାହା ନକହିବା ଭଲ । ଏହାର ବୁନ୍ଦାଏ ମାତ୍ର ବିଷ ମଣିଷକୁ କ୍ଷଣିକରେ ଶେଷ କରିବା ପାଇଁ ଯଥେଷ୍ଟ ।

ଦୁନିଆର ସବୁଠାରୁ ବିଷାକ୍ତ ବିଷର ନାଁ ହେଉଛି ବଟୁଲିନମ୍ ଟକ୍ସିନ୍ । ଏହି ବିଷର କେବଳ ଗୋଟିଏ ନାନୋ ଗ୍ରାମ ଆପଣଙ୍କୁ କ୍ଷଣିକରେ ମାରିବା ପାଇଁ ହିଁ ଯଥେଷ୍ଟ । ଏହି ବିଷ ତିଆରି କରିବା ପାଇଁ କ୍ଲୋଷ୍ଟ୍ରିଡିୟମ୍ ବଟୁଲିନମ୍ ନାମକ ଏକ ବ୍ୟାକ୍ଟେରିଆ ବ୍ୟବହାର କରାଯାଇଥାଏ । ଏହି ବ୍ୟାକ୍ଟେରିଆ ଯୋଗୁଁ ମଣିଷର ଫୁଡ ପଏଜନିଙ୍ଗ ସମସ୍ୟା ଦେଖାଯାଏ । ଏହା ଏତେ ବିପଜ୍ଜନକ ଯେ ଆପଣ ଏହାକୁ ବଜାରର କୌଣସି ସ୍ଥାନରେ ପାଇବେ ନାହିଁ । ଏହି ବିଷ କେବଳ ସେହି କମ୍ପାନୀଗୁଡିକ କିଣିପାରିବେ ଯେଉଁମାନଙ୍କୁ ଅନୁମତି ମିଳିଛି । ଗୋଟିଏ ପଟେ ଏହି ବିଷ ମାରାତ୍ମକ ହୋଇଥିବାବେଳେ ଅନ୍ୟପଟେ ଏହି ବିଷ ସାହାଯ୍ୟରେ ଅନେକ ପ୍ରଡକ୍ଟ ମଧ୍ୟ ପ୍ରସ୍ତୁତ କରାଯାଏ । ଆପଣ ଭାବୁଥିବେ ଯେ ଏହି ବିଷ ତ ଦୁନିଆର ସବୁଠାରୁ ବିଷାକ୍ତ ବିଷ ତେବେ ଏହାକୁ ପୁଣି କେଉଁ ପ୍ରଡକ୍ଟ ତିଆରି କରିବାରେ ବ୍ୟବହାର କରାଯାଏ ।

ତେବେ ବଟୁଲିନମ୍ ଟକ୍ସିନ୍ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁ ମୁଖରେ ପହଞ୍ଚାଉଥିବାବେଳେ ଅନ୍ୟପଟେ ଏହାକୁ ବ୍ୟବହାର କରି ଅନେକ ବ୍ୟୁଟି ପ୍ରଡକ୍ଟ ପ୍ରସ୍ତୁତ କରାଯାଏ । ସୂଚନା ଥାଉକି ଏହି ବିଷ ସାହାଯ୍ୟରେ ଏକ ଫେସ୍‌ ଫ୍ରିଜିଂ ଇଞ୍ଜେକ୍ସନ୍ ତିଆରି ହୁଏ, ଯାହାକୁ ବୋଟକ୍ସ କୁହାଯାଏ । ଲୋକମାନେ ନିଜକୁ ସୁନ୍ଦର ରଖିବା ପାଇଁ ଏହାକୁ ବ୍ୟବହାର କରନ୍ତି । ଏହାକୁ ବ୍ୟବହାର କରିବା ଦ୍ୱାରା ଚେହେରାରେ ରିଙ୍କଲ୍ସ ହୋଇନଥାଏ ।

ସାଇନାଇଡ୍ ଏବଂ ବଟୁଲିନମ୍ ଟକ୍ସିନ୍ ବିଷାକ୍ତ ହେବା ସହିତ ଆର୍ସେନିକ୍ କିମ୍ବା ଟେଟ୍ରୋଡୋଟକ୍ସିନ ଭଳି ବିଷ ମଧ୍ୟ ଅଛି ଯାହା ଅତ୍ୟନ୍ତ ବିଷାକ୍ତ ହୋଇଥାଏ । ଏହି ବିଷ ଦ୍ୱାରା ସହଜରେ ଅନେକ ଲୋକଙ୍କ ମୃତ୍ୟୁ ହେବା ସମ୍ଭବ । ଭୁଲରେ ବି ଯଦି ଏହା ଆପଣଙ୍କ ଶରୀରରେ ପ୍ରବେଶ କରିବେ ତେବେ ଆପଣଙ୍କ ମୃତ୍ୟୁ ସୁନିଶ୍ଚିତ । ଏଥିପାଇଁ ଏକ୍ସପର୍ଟମାନେ ଏଭଳି ରାସାୟନିକ ପଦାର୍ଥଠାରୁ ଦୂରେଇ ରୁହିବାକୁ ପରାମର୍ଶ ଦିଅନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.