କୋଚି: ଭାରତୀୟ ନୌସେନାର ଚେତକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, କ୍ରୁ ସଦସ୍ୟଙ୍କ ମୃତ୍ୟୁ, ପାଇଲଟ୍ ଗୁରୁତର
କେରଳର କୋଚିରେ ଭାରତୀୟ ନୌସେନାର ଏକ ଚେତକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣେ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ପାଇଲଟ୍ଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଯେତେବେଳେ ଏହି ଦୁର୍ଘଟଣା ଘଟିଥିଲା, ସେତେବେଳେ ହେଲିକପ୍ଟରରେ ଦୁଇଜଣ ଥିଲେ।

କେରଳର କୋଚିରେ ଭାରତୀୟ ନୌସେନାର ଏକ ଚେତକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣେ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ପାଇଲଟ୍ଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। କିନ୍ତୁ ଏ ପର୍ଯ୍ୟନ୍ତ ଭାରତୀୟ ନୌସେନା ପକ୍ଷରୁ କୌଣସି ସରକାରୀ ବୟାନ ସାମ୍ନାକୁ ଆସିନାହିଁ। ଯେତେବେଳେ ଏହି ଦୁର୍ଘଟଣା ଘଟିଥିଲା, ସେତେବେଳେ ହେଲିକପ୍ଟରରେ ଦୁଇଜଣ ଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଚେତକ ହେଲିକପ୍ଟର ତାଲିମ ପାଇଁ ବ୍ୟବହୃତ ହେଉଥିଲା। ପ୍ରଶିକ୍ଷଣ ପାଇଁ ହେଲିକପ୍ଟରଟି ଉଡ଼ାଣ ଭରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କୋଚିସ୍ଥିତ ଭାରତୀୟ ନୌସେନାର ମୁଖ୍ୟାଳୟ INS ଗରୁଡ଼ର ରନୱେରେ ହେଲିକପ୍ଟର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ପ୍ରାଥମିକ ରିପୋର୍ଟ ମୁତାବକ, ଏହି ଦୁର୍ଘଟଣା ଶନିବାର ଅପରାହ୍ନ ୨ଟା ୩୦ ମିନିଟ୍ରେ ଘଟିଥିଲା। ବର୍ତ୍ତମାନ କେରଳ ପୋଲିସ ଏବଂ ସେନାର ଏଜେନ୍ସି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି।
ଏହି ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଏଲ୍ଏଏମ୍ ଯୋଗେନ୍ଦ୍ର ସିଂଙ୍କୁ ନୌସେନାର ମୁଖ୍ୟ ଆଡମିରାଲ ଆର୍. ହରି କୁମାର ଏବଂ ସମସ୍ତ ନୌସେନା କର୍ମଚାରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରିପୋର୍ଟ ଅନୁଯାୟୀ, ରନୱେରେ ଉଡ଼ାଣ ଭରିବା ସମୟରେ ହେଲିକପ୍ଟରର ରୋଟର୍ ବ୍ଲେଡ୍ରେ କାଟି କ୍ରୁ ସଦସ୍ୟଙ୍କର ମୃତ୍ୟୁ ହୋଇଛି। ସେପଟେ ଆହତ ପାଇଲଟଙ୍କୁ ଭାରତୀୟ ନୌସେନାର ସଞ୍ଜୀବନୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ସେଠାରେ ତାଙ୍କର ଚିକିତ୍ସା ଚାଲିଛି।
Indian Navy Chief Admiral R Hari Kumar & all personnel of the Indian Navy mourn the loss of life & pay tribute to Yogendra Singh, LAM who lost his life in the unfortunate accident at Kochi and extend heartfelt condolences to the bereaved family: Spokesperson of the Indian Navy https://t.co/YdI0LV0he2 pic.twitter.com/R01TeDi9BT
— ANI (@ANI) November 4, 2023