ଏସିଆର ସବୁଠାରୁ ଦାମୀ ଅଭିନେତା ହେଲେ ରଜନୀକାନ୍ତ, ବଢାଇଲେ ନିଜ ଫିଲ୍ମ ଫି’

ଲୋକେଶ କନଗରାଜଙ୍କ ଫିଲ୍ମ ପାଇଁ ସୁପରଷ୍ଟାର ରଜନୀକାନ୍ତଙ୍କ ଫି' ୨୦୦ କୋଟି ଟଙ୍କା ଅତିକ୍ରମ କରିଥିବା ଖବର ସାମ୍ନାକୁ ଆସିଛି । ଏହି ଫି ତାଙ୍କୁ ଏସିଆର ସବୁଠାରୁ ଦାମୀ ଅଭିନେତା ଭାବରେ ପରିଣତ କରିଛି ।

ଏସିଆର ସବୁଠାରୁ ଦାମୀ ଅଭିନେତା ହେଲେ ସୁପରଷ୍ଟାର ରଜନୀକାନ୍ତ । ଦରବାର, ପେଟା, 2.0, ଚନ୍ଦ୍ରମୁଖୀ ଏବଂ କାଲା ଭଳି ଫିଲ୍ମ ପାଇଁ ରଜନୀକାନ୍ତ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ଚଳିତ ବର୍ଷ ତାଙ୍କ ଫିଲ୍ମ ‘ଜେଲର’ ରିଲିଜ ହୋଇଥିଲା । ଏହି ଫିଲ୍ମ ବକ୍ସ ଅଫିସରେ ବ୍ଲକବଷ୍ଟର ହୋଇଥିଲା । ବର୍ତ୍ତମାନ ଖବର ଆସିଛି ଯେ ରଜନୀକାନ୍ତ ଏସିଆର ସବୁଠାରୁ ଦାମୀ ଅଭିନେତା, କାରଣ ସେ ଲୋକେଶ କନଗରାଜଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ ଅତ୍ୟଧିକ ମହଙ୍ଗା ଫି’ ଡିମାଣ୍ଡ କରିଛନ୍ତି । ଏହା ଶୁଣି ଫ୍ୟାନମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଏବେ ସୁପରଷ୍ଟାର ରଜନୀକାନ୍ତଙ୍କର ହାତରେ ଦୁଇଟି ଭଲ ପ୍ରୋଜେକ୍ଟ ଅଛି ଏବଂ ସେଥିମଧ୍ୟରୁ ଗୋଟିଏ ଲୋକେଶ କାନାଗରାଜଙ୍କ ସହିତ ରହିଛି । ଏହାର ଟାଇଟଲ୍ ହେଉଛି ‘ଥାଲାଇଭର୍ 171’, ଯେଉଁଥିରୁ ସୁପରଷ୍ଟାରଙ୍କ ଫି ସମ୍ବନ୍ଧୀୟ ସୂଚନା ସାମ୍ନାକୁ ଆସିଛି । ଯଦି ଗୁଜବକୁ ବିଶ୍ଵାସ କରାଯାଏ, ତେବେ ସୁପରଷ୍ଟାର ‘ଥାଲାଇଭର୍ 171′ ପାଇଁ ୨୬୦-୨୮୦ କୋଟି ଟଙ୍କା ଚାର୍ଜ କରିଛନ୍ତି ଏବଂ ଯଦି ଏହି ଗୁଜବ ସତ, ତେବେ ବର୍ତ୍ତମାନ ରଜନୀକାନ୍ତ ଇତିହାସ ସୃଷ୍ଟି କରିଛନ୍ତି । କାରଣ ଏହି ଫି’ ତାଙ୍କୁ ଏସିଆର ସବୁଠାରୁ ଦାମୀ ଅଭିନେତା ଭାବରେ ପରିଣତ କରିଛି ।

ଯଦିଓ ଏହା ପ୍ରଥମ ନୁହେଁ ଯେ ରଜନୀ ଏସୀୟ ତାଲିକାରେ ଟପ୍ ପୋଜିସନ ହାସଲ କରିଛନ୍ତି, ଏହାପୂର୍ବରୁ ମଧ୍ୟ ସେ ଜ୍ୟାକି ଖାନଙ୍କ ଫି’କୁ ପଛରେ ପକେଇଥିଲେ । ‘ଥାଲାଇଭର୍ 171’ ସନ୍ ପିକ୍ଚର୍ସ ଦ୍ୱାରା ନିର୍ମିତ ହେଉଛି, ଯାହାକି ପୂର୍ବରୁ ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର୍’ ମଧ୍ୟ ନିର୍ମାଣ କରିଥିଲା ​​। ‘ଜେଲର’ ବିଷୟରେ କହିବାକୁ ଗଲେ, ୨୨୫ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ବ୍ଲକବଷ୍ଟର ଫିଲ୍ମ ୬୦୫ କୋଟି ଟଙ୍କା ରୋଜଗାର କରିଛି । କେବଳ ଏତିକି ନୁହେଁ, ଏହା OTT ରେ ମଧ୍ୟ ଖୁବ ଲୋକପ୍ରିୟ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.