ଜାଣନ୍ତୁ ଗ୍ରାଫ୍‌ – ୩ କ’ଣ ହୋଇଥାଏ ? କେଉଁ ପରିସ୍ଥିତିରେ ଏହା ସାରା ଦେଶରେ ଲାଗୁ କରାଯାଏ

ଦିଲ୍ଲୀରେ ଦ୍ରୁତ ଗତିରେ ବୃଦ୍ଧି ହେଉଛି ପ୍ରଦୂଷଣ ସ୍ତରକୁ ବର୍ତ୍ତମାନ ନିୟନ୍ତ୍ରଣ କରିବା ପାଇଁ ସରକାର ଗ୍ରାଫ୍‌ – ୩ କାର୍ଯ୍ୟକାରୀ କରିଛନ୍ତି । ତେବେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ ଗ୍ରାଫ୍‌ – ୩ କ’ଣ ହୋଇଥାଏ ।

ଦିଲ୍ଲୀରେ ପ୍ରଦୂଷଣ ଦ୍ରୁତ ଗତିରେ ବୃଦ୍ଧି ହୋଇଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି । ସେଥିପାଇଁ ଆବଶ୍ୟକ ହେଉଥିବା ପଦକ୍ଷେପ ମଧ୍ୟ ନିଆଯାଉଛି । ବର୍ତ୍ତମାନ ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଗ୍ରାଫ୍‌ – ୩ କାର୍ଯ୍ୟକାରୀ କରିଛନ୍ତି । ତେବେ ରାଜଧାନୀରେ ପ୍ରଦୂଷଣ ସ୍ତରକୁ ଠିକ୍‌ କରିବା ପାଇଁ ଏଏଆଇର ଏକ ରିପୋର୍ଟ ଜାରି କରିଛନ୍ତି, ଗୁରୁବାର ଦିନ ଦିଲ୍ଲୀ ଏନସିଆରରେ ହେଉଥିବା ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଦିଆଯାଇଛି । ଏହା ସହ CAQM ଡିଜେଲରେ ଚାଲୁଥିବା ଟ୍ରକଗୁଡ଼ିକୁ ରାଜଧାନୀରେ ପ୍ରବେଶ କରିବା ଉପରେ ପ୍ରତିବନ୍ଧକ ଲଗାଇବାକୁ ଆଦେଶ ଜାରି କରିଛନ୍ତି । ଗ୍ରାଫ୍‌ – ୩ ଏକ ଏୟାର କ୍ୱାଲିଟି ହୋଇଥାଏ । ଯାହା ଅତ୍ୟଧିକ ବାୟୁ ପ୍ରଦୂଷଣ ହେଲେ ଲାଗୁ କରାଯାଏ ।

ଗ୍ରାଫ୍‌ – ୩ ଦ୍ୱାରା ନିଆଯାଇଥିବା ପଦକ୍ଷେପ :
ଏହା ଗ୍ରାଫ୍‌ – ୩ ପର୍ଯ୍ୟାୟର ଏକ ଅଂଶ, କେନ୍ଦ୍ରର ବାୟୁ ପ୍ରଦୂଷଣ ପରିଚାଳନା ରଣନୀତି ଯାହା ଶୀତ ଋତୁ ସମଗ୍ର ଅଞ୍ଚଳରେ କାର୍ଯ୍ୟକାରୀ କରାଯାଇଥାଏ । ସୂଚନା ମୁତାବକ, ଆଜି ଅପରାହ୍ନ ୫ ସୁଦ୍ଧା ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ୪୦୨ ରହିଥିଲା । ଏହି ଦାୟିତ୍ୱରେ ଥିବା ଏଜେନ୍ସି CAQM ଦିଲ୍ଲୀ ଏନସିଆରରେ ବାୟୁ ପ୍ରଦୂଷଣ ସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ଏକ ବୈଠକ କରିଛନ୍ତି । ତେବେ ଏହି ବୈଠକରୁ ଜଣାପଡିଲା ଯେ ଖରାପ ପାଗ ଏବଂ ଜଳବାୟୁ କାରଣରୁ ପ୍ରଦୂଷଣ ସ୍ତର ଆହୁରି ବୃଦ୍ଧି ହେଉଛି ।

ସୂଚନା ଅନୁସାରେ ଏହି ଗ୍ରାଫ୍‌କୁ ଚାରୋଟି ଭାଗରେ ବିଭକ୍ତ କରାଯାଇଛି । ଯେପରି ପରିବେଶ ଅଳ୍ପ ଖରାପ ହୋଇଥିଲେ AQI ୨୦୧ ରୁ ୩୦୦, ବହୁତ ଖରାପ ହେଲେ AQI ୩୦୧ ରୁ ୪୦୦, ଗମ୍ଭୀର ପରିସ୍ଥିତିରେ AQI ୪୦୧ ରୁ ୫୫୦, ଏବଂ ଗମ୍ଭୀର ପ୍ଲସ୍ AQI> ୪୫୦ ଜାରି କରାଯାଏ । ଏହା ସହ ସେଠାରେ ପ୍ରଦୂଷଣ ହେଉଥିବା ସମସ୍ତ କାର୍ଯ୍ୟରେ ସରକାର ପ୍ରତିବନ୍ଧକ ଲଗାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.