କ୍ରୀଡା

ଓ୍ଵାସିମ ଆକ୍ରମଙ୍କ ବଡ ଖୁଲାସା, ଡ୍ରଗ୍ସ ଓ କୋକିନ ଯୋଗୁଁ ମୋ କ୍ୟାରିଅର ଓ ଜୀବନ ନଷ୍ଟ ହୋଇଗଲା

ଟି-୨୦ବିଶ୍ୱକପରେ ଲଗାତାର ଦୁଇ ଦୁଇଟି ମ୍ୟାଚ୍‌ ପାକିସ୍ତାନ ହାରିବା ପରେ ଦେଶବାସୀ ଏବଂ ଫ୍ୟାନ୍ସଙ୍କ ମନୋବଳ ଭାଙ୍ଗିଯାଇଛି। ବାରମ୍ବାର ଖେଳାଳିଙ୍କୁ ଟ୍ରୋଲ କରୁଛନ୍ତି ଫ୍ୟାନ୍ସ। ତେବେ ପାକିସ୍ତାନ କ୍ରିକେଟ ସହିତ ଜଡିତ ଅନେକ ଏମିତି କଥା ରହିଛି, ଯାହା ଫ୍ୟାନ୍ସଙ୍କୁ ବିଚଳିତ କରୁଛି। ପାକିସ୍ତାନ କ୍ରିକେଟ ସହିତ ଜଡିତ ମ୍ୟାଚ୍‌ ଫିକ୍ସିଂ, ସ୍ପଷ୍ଟ ଫିକ୍ସିଂ ବିଭିନ୍ନ ପ୍ରକାର ମାମଲା ରହିଛି। ଅନେକ ଥର ଖେଳାଳି ଉପରେ ବିଭିନ୍ନ ଆରୋପ ଲାଗିଛି। ହେଲେ ଏବେ ଓ୍ଵାସିମ ଆକ୍ରମଙ୍କ ବୟାନ ପୁଣିଥରେ ସମସ୍ତଙ୍କ ମନ ଦୁଃଖ କରିଦେଇଛି। ୫୬ ବର୍ଷୀୟ ଓ୍ଵାସିମ ଆକ୍ରମ କହିଛନ୍ତି, ଡ୍ରଗ୍ସ ମୋ ଜୀବନ ନଷ୍ଟ କରିଦେଇଛି। କେବଳ ଏତିକି ନୁହେଁ, କୋକିନ ଯୋଗୁଁ ମୋ ଜୀବନ ବରବାଦ ହୋଇଯାଇଛି। କିନ୍ତୁ ଏକ ଦୁର୍ଘଟଣା ମୋ ଜୀବନକୁ ବଦଳାଇ ରଖିଦେଇଥିଲା।

ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ଦ୍ରୁତ ବୋଲର ଓ୍ଵାସିମ ଆକ୍ରମ ଅଟୋବାୟୋଗ୍ରାଫିରେ ଅନେକ ଗୁମର ବିଷୟରେ ଜଣାପଡିଛି। ଏହି ଗୁମର ଖୋଲିବା ପରେ ଓ୍ଵାସିମ ଆକ୍ରମଙ୍କ ଫ୍ୟାନ୍ସ ଏବଂ ସଂପୂର୍ଣ୍ଣ କ୍ରିକେଟ ଜଗତ ଆଶ୍ଚର୍ଯ୍ୟ ହୋଇଛି। ରିପୋର୍ଟ ମୁତାବକ, ଆକ୍ରମଙ୍କ ଅଟୋବାୟୋଗ୍ରାଫି ‘ ସୁଲତାନ ଏ ମେମୋର’ରେ କୋକିନ ଏବଂ ଡ୍ରଗ୍ସରେ କିପରି ସେ ଅଭ୍ୟସ୍ତ ଥିଲେ ତାହା ବଖାଣିଛନ୍ତି। ଡ୍ରଗ୍ସ ନେବା ତାଙ୍କର ଏକ ଖରାପ ଅଭ୍ୟାସରେ ପରିଣତ ହୋଇଥିଲା। କେବଳ ଏତିକି ନୁହେଁ ନିଜ କ୍ରିକେଟ କ୍ୟାରିଅର ଛଡା ନିଜ ଜୀବନ ସହିତ ଜଡିତ ଅନେକ ରହସ୍ୟ ଉପରୁ ପରଦା ଉଠାଇଛନ୍ତି।

ଆକ୍ରମ ନିକ ପୁସ୍ତକରେ ଲେଖିଛନ୍ତି, ପ୍ରଥମ ଥର ପାଇଁ ଇଂଲଣ୍ଡରେ ଏକ ପାର୍ଟିରେ ସେ କୋକିନ ନେଇଥିଲେ। ପ୍ରଥମେ ପ୍ରଥମେ କୋକିନର ଗୋଟେ ଲାଇନ ସେ ନେଉଥିଲେ। ତା’ ପରେ ଦୁଇ, ତିନିରୁ ବଢି କେତେ ବେଳେ ୧ କିମ୍ବା ୨ ଗ୍ରାମ କୋକିନ ନେଉଥିଲେ, ତାହା ଜାଣିପାରିନଥିଲେ। ଏହି ନିଶା ତାଙ୍କ ଉପରେ କବଜା କରିନେଇଥିଲା। କ୍ୟାରିଅର ସହିତ ବ୍ୟକ୍ତିଗତ ଜୀବନ ମଧ୍ୟ ପ୍ରଭାବିତ ହେଲା। ଆଉ ଏମିତି ସମୟ ଆସିଲା, ଯେତେବେଳେ ସେ ଡ୍ରଗ୍ସ ବିନା ବଞ୍ଚିବା ଅସମ୍ଭବ ହୋଇପଡିଥିଲା।

ପାର୍ଟିକୁ ଯିବାକୁ ବହୁତ ପସନ୍ଦ କରୁଥିଲ ଆକ୍ରମ। ତେଣୁ ଗୋଟେ ରାତିରେ ୧୦-୧୦ଟି ପାର୍ଟିକୁ ଯାଉଥିଲେ। ଏହି କାରଣ ଯୋଗୁଁ ତାଙ୍କ ଖେଳ ଉପରେ ବେଶ୍‌ ପ୍ରଭାବ ପଡିଥିଲା। ତେବେ ପ୍ରଥମ ପତ୍ନୀ ହୁମାଙ୍କ ମୃତ୍ୟୁ ତାଙ୍କ ଜୀବନରେ ସବୁକିଛି ପରିବର୍ତ୍ତନ କରିଥିଲା। ୨୦୦୯ରେ ଏକ ଦୁର୍ଲଭ ଫଙ୍ଗଲ ଇମ୍ଫେକ୍ସନରେ ହୁମାଙ୍କ ମୃତ୍ୟୁ ହୋଇଥିଲା। ହୁମା ଶେଷ ସମୟ ଯାଏ ଆକ୍ରମଙ୍କ ନିଶା ଛଡାଇବାକୁ ଚାହିଁଥିଲେ। ଏହା ପରେ ସେ କୋକିନ ଖାଇବେନି ବୋଲି ନିଷ୍ପତ୍ତି ନେଇଥିଲେ।

୧୯୮୪ରେ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟରେ ପଦାର୍ପଣ କରିଥିଲେ ଓ୍ଵାସିମ ଆକ୍ରମ । ପାକିସ୍ତାନ ପାଇଁ ୧୦୪ଟି ଟେଷ୍ଟ ଏବଂ ୩୫୬ ଅର୍ନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ଖେଳିଛନ୍ତି। ସେ ୧୯୯୨ରେ ଟିମ୍‌ ସହିତ ବିଶ୍ୱକପ୍‌ ମଧ୍ୟ ଜିତିଛନ୍ତି। ତେବେ ଆକ୍ରମ କ୍ରିକେଟରୁ ସନ୍ନ୍ୟାସ ନେବା ପରେ କମେଣ୍ଟ୍ରି କରୁଥିବାର ନଜର ଆସୁଛନ୍ତି। ଓ୍ଵାସିମ ଆକ୍ରମ କ୍ରିକେଟରେ ମୋଟ ୯୧୬ଟି ଓ୍ଵିକେଟ ନେଇଥିବା ବେଳେ ଫାଷ୍ଟ କ୍ଲାସ କ୍ରିକେଟରେ ୧୦୪୨ ଓ୍ଵିକେଟ ନେଇଛନ୍ତି।

Swagatika

Recent Posts

ଓଏସଆରଟିସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

2 mins ago

ଆଜିର ରାଶିଫଳ : ରାଶି ଅନୁସାରେ ଜାଣନ୍ତୁ ଆଜି କିପରି କଟିବ ଆପଣଙ୍କ ଦିନ

ମେଷ: ମନ ଖୁସି ରହିବ । ବ୍ୟବସାୟରେ ବୃଦ୍ଧି ଘଟିବ । ଅଧିକ ପରିଶ୍ରମୀ ହେବେ । ପୁରୁଣା ବନ୍ଧୁ…

2 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

9 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

10 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

28 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

54 mins ago