Categories: କ୍ରୀଡା

ସେମି ଫାଇନାଲରେ କାହିଁକି ହାରିଲା ଟିମ୍‌ ଇଣ୍ଡିଆ? ଧୋନୀଙ୍କ ବ୍ୟାଟିଂ କ୍ରମକୁ ନେଇ ପ୍ରଶ୍ନ ଉଠାଇଲେ ବରିଷ୍ଠ ଖେଳାଳି

ମନ ଭାଙ୍ଗିଦେଲା ମ୍ୟାନ୍‌ ଇନ୍‌ ବ୍ଲୁ । ବିଶ୍ୱକପ୍‌ର ଗୋଟିଏ ପାଦ ପୂର୍ବରୁ ଅଟକି ଗଲା ବିରାଟ ରଥ । ତୃତୀୟ ଥର ବିଶ୍ୱବିଜୟୀ ହେବାର ସ୍ୱପ୍ନ ଭାଙ୍ଗି ଚୂରମାର ହୋଇଗଲା । ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇ ବିଶ୍ୱକପ୍‌ ଅଭିଯାନ ଶେଷ କଲା ଟିମ୍‌ ଇଣ୍ଡିଆ । ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ମାତ୍ର ୧୮ ରନ୍‌ରେ ହାରିଗଲା ଭାରତ । ଆରମ୍ଭରୁ ଖରାପ ପ୍ରଦର୍ଶନ, ପରେ ସଂଘର୍ଷ କରି ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ । ହେଲେ ଶେଷରେ ସବୁ କିଛି ଓଲଟପାଲଟ ହୋଇଗଲା । ଧୋନୀ ଓ ଜାଡେଜାଙ୍କ ଯୋଡି ମ୍ୟାଚ୍‌କୁ ନିଜ ଅକ୍ତିଆରକୁ ଆଣିଥିଲେ । ହେଲେ ପ୍ରଥମେ ଜାଡେଜାଙ୍କ ଓ୍ଵିକେଟ୍‌ ଓ ପରେ ଧୋନୀଙ୍କ ରନ୍‌ ଆଉଟ୍‌ ଖେଳକୁ ବିଗାଡି ଦେଇଥିଲା । ହାରିଗଲା ଟିମ୍‌ ଇଣ୍ଡିଆ । ଚଳିତ ବିଶ୍ୱକପ୍‌ରେ ହେଲା ଟିମ୍‌ ଇଣ୍ଡିଆର ଦୁଃଖଦ ଅନ୍ତ । ହେଲେ ଟିମ୍‌ ଇଣ୍ଡିଆ ହାରିଲା କାହିଁକି ?

ଦଳର ବ୍ୟାଟିଂ କ୍ରମକୁ ନେଇ ପ୍ରଶ୍ନ ଉଠିଛି । କେବଳ ପ୍ରଶଂସକ ନୁହଁ ବିଶେଷଜ୍ଞମାନେ ମଧ୍ୟ ଏନେଇ ପ୍ରଶ୍ନ ଉଠାଇଛନ୍ତି । ରୋହିତ ଶର୍ମା, ଲୋକେଶ ରାହୁଲ ଓ ବିରାଟ କୋହଲି ୧ ରନ୍‌ ଲେଖାଏଁ କରି ଆଉଟ୍‌ ହୋଇଥିଲେ । ଚତୁର୍ଥ ସ୍ଥାନରେ ଆସିଥିଲେ ହାର୍ଦ୍ଦିକ୍‌ ପାଣ୍ଡ୍ୟା ଓ ପଞ୍ଚମ ସ୍ଥାନରେ ପଡ଼ିଆକୁ ଆସିଥିଲେ ଦିନେଶ କାର୍ତ୍ତିକ । ଏହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି, ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି । ଭାରତର ୫ ରନ୍‌ରେ ତିନି ଓ୍ଵିକେଟ୍‌ ପଡ଼ିଯାଇଥିବା ବେଳେ ଧୋନୀଙ୍କୁ ଚତୁର୍ଥ ସ୍ଥାନରେ ଖେଳାଇବାର ଥିଲା । ଧୋନୀଙ୍କ ଆଗରୁ କାର୍ତ୍ତିକଙ୍କୁ ଖେଳାଇବା ବଡ଼ ଭୁଲ୍‌ ।

ଚଳିତ ବିଶ୍ୱକପ୍‌ରେ ଦ୍ୱିତୀୟ ମ୍ୟାଚ୍‌ ଖେଳୁଥିବା କାର୍ତ୍ତିକ୍‌ ଖାତା ଖୋଲିବା ପାଇଁ ୨୧ ବଲ୍‌ ନେଇଥିଲେ । ୨୫ ବଲ୍‌ରୁ ମାତ୍ର ୬ ରନ୍‌ କରି ଆଉଟ୍‌ ହୋଇଥିଲେ । ଗାଙ୍ଗୁଲିଙ୍କ ବ୍ୟତୀତ ସଚିନ୍‌ ତେନ୍ଦୁଲକର ଓ ଭିଭିଏସ୍‌ ଲକ୍ଷ୍ମଣ ମଧ୍ୟ ଧୋନୀଙ୍କ ବ୍ୟାଟିଂ କ୍ରମ ଉପରେ ପ୍ରଶ୍ନ ଉଠାଇ, ବିରାଟଙ୍କ ଏହା ବଡ଼ ଭୁଲ ବୋଲି କହିଛନ୍ତି ।

ସେପଟେ ବିଶ୍ୱକପ୍‌ ଶେଷ ହୋଇଗଲା ହେଲେ ୪ ନମ୍ବର ସମସ୍ୟାର ସମାଧାନ କରିପାରିଲେ ନାହିଁ ବିରାଟ କୋହଲି । ରୋହିତ ଶର୍ମା ଓ ଶିଖର ଧାଓ୍ଵନ ଓପନିଂ କରୁଥିବା ବେଳେ ୪ ନମ୍ବରକୁ ନେଇ ସମସ୍ୟା ଥିଲା । ଲୋକେଶ ରାହୁଲ ନା ଆଉ କିଏ, ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିଲା । ଶିଖରଙ୍କ ପରେ ଲୋକେଶ ରାହୁଲ ଓପନିଂ କରିଥିଲେ । ଏହା ପରେ ବି ୪ ନମ୍ବରକୁ ନେଇ ସମସ୍ୟା ରହିଥିଲା । କେତେବେଳେ ଋଷଭ ପନ୍ଥ, କେତେବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୪ ନମ୍ବରରେ ଖେଳିବାକୁ ଆସିଥିଲେ ।

 

KNews Bureau

Recent Posts

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

7 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

9 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

12 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

18 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

33 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

1 hour ago