ସେମି ଫାଇନାଲରେ କାହିଁକି ହାରିଲା ଟିମ୍‌ ଇଣ୍ଡିଆ? ଧୋନୀଙ୍କ ବ୍ୟାଟିଂ କ୍ରମକୁ ନେଇ ପ୍ରଶ୍ନ ଉଠାଇଲେ ବରିଷ୍ଠ ଖେଳାଳି

ମନ ଭାଙ୍ଗିଦେଲା ମ୍ୟାନ୍‌ ଇନ୍‌ ବ୍ଲୁ । ବିଶ୍ୱକପ୍‌ର ଗୋଟିଏ ପାଦ ପୂର୍ବରୁ ଅଟକି ଗଲା ବିରାଟ ରଥ । ତୃତୀୟ ଥର ବିଶ୍ୱବିଜୟୀ ହେବାର ସ୍ୱପ୍ନ ଭାଙ୍ଗି ଚୂରମାର ହୋଇଗଲା । ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇ ବିଶ୍ୱକପ୍‌ ଅଭିଯାନ ଶେଷ କଲା ଟିମ୍‌ ଇଣ୍ଡିଆ । ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ମାତ୍ର ୧୮ ରନ୍‌ରେ ହାରିଗଲା ଭାରତ । ଆରମ୍ଭରୁ ଖରାପ ପ୍ରଦର୍ଶନ, ପରେ ସଂଘର୍ଷ କରି ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ । ହେଲେ ଶେଷରେ ସବୁ କିଛି ଓଲଟପାଲଟ ହୋଇଗଲା । ଧୋନୀ ଓ ଜାଡେଜାଙ୍କ ଯୋଡି ମ୍ୟାଚ୍‌କୁ ନିଜ ଅକ୍ତିଆରକୁ ଆଣିଥିଲେ । ହେଲେ ପ୍ରଥମେ ଜାଡେଜାଙ୍କ ଓ୍ଵିକେଟ୍‌ ଓ ପରେ ଧୋନୀଙ୍କ ରନ୍‌ ଆଉଟ୍‌ ଖେଳକୁ ବିଗାଡି ଦେଇଥିଲା । ହାରିଗଲା ଟିମ୍‌ ଇଣ୍ଡିଆ । ଚଳିତ ବିଶ୍ୱକପ୍‌ରେ ହେଲା ଟିମ୍‌ ଇଣ୍ଡିଆର ଦୁଃଖଦ ଅନ୍ତ । ହେଲେ ଟିମ୍‌ ଇଣ୍ଡିଆ ହାରିଲା କାହିଁକି ?

Rohit Sharmaଦଳର ବ୍ୟାଟିଂ କ୍ରମକୁ ନେଇ ପ୍ରଶ୍ନ ଉଠିଛି । କେବଳ ପ୍ରଶଂସକ ନୁହଁ ବିଶେଷଜ୍ଞମାନେ ମଧ୍ୟ ଏନେଇ ପ୍ରଶ୍ନ ଉଠାଇଛନ୍ତି । ରୋହିତ ଶର୍ମା, ଲୋକେଶ ରାହୁଲ ଓ ବିରାଟ କୋହଲି ୧ ରନ୍‌ ଲେଖାଏଁ କରି ଆଉଟ୍‌ ହୋଇଥିଲେ । ଚତୁର୍ଥ ସ୍ଥାନରେ ଆସିଥିଲେ ହାର୍ଦ୍ଦିକ୍‌ ପାଣ୍ଡ୍ୟା ଓ ପଞ୍ଚମ ସ୍ଥାନରେ ପଡ଼ିଆକୁ ଆସିଥିଲେ ଦିନେଶ କାର୍ତ୍ତିକ । ଏହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି, ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି । ଭାରତର ୫ ରନ୍‌ରେ ତିନି ଓ୍ଵିକେଟ୍‌ ପଡ଼ିଯାଇଥିବା ବେଳେ ଧୋନୀଙ୍କୁ ଚତୁର୍ଥ ସ୍ଥାନରେ ଖେଳାଇବାର ଥିଲା । ଧୋନୀଙ୍କ ଆଗରୁ କାର୍ତ୍ତିକଙ୍କୁ ଖେଳାଇବା ବଡ଼ ଭୁଲ୍‌ ।

dhoniଚଳିତ ବିଶ୍ୱକପ୍‌ରେ ଦ୍ୱିତୀୟ ମ୍ୟାଚ୍‌ ଖେଳୁଥିବା କାର୍ତ୍ତିକ୍‌ ଖାତା ଖୋଲିବା ପାଇଁ ୨୧ ବଲ୍‌ ନେଇଥିଲେ । ୨୫ ବଲ୍‌ରୁ ମାତ୍ର ୬ ରନ୍‌ କରି ଆଉଟ୍‌ ହୋଇଥିଲେ । ଗାଙ୍ଗୁଲିଙ୍କ ବ୍ୟତୀତ ସଚିନ୍‌ ତେନ୍ଦୁଲକର ଓ ଭିଭିଏସ୍‌ ଲକ୍ଷ୍ମଣ ମଧ୍ୟ ଧୋନୀଙ୍କ ବ୍ୟାଟିଂ କ୍ରମ ଉପରେ ପ୍ରଶ୍ନ ଉଠାଇ, ବିରାଟଙ୍କ ଏହା ବଡ଼ ଭୁଲ ବୋଲି କହିଛନ୍ତି ।

viratସେପଟେ ବିଶ୍ୱକପ୍‌ ଶେଷ ହୋଇଗଲା ହେଲେ ୪ ନମ୍ବର ସମସ୍ୟାର ସମାଧାନ କରିପାରିଲେ ନାହିଁ ବିରାଟ କୋହଲି । ରୋହିତ ଶର୍ମା ଓ ଶିଖର ଧାଓ୍ଵନ ଓପନିଂ କରୁଥିବା ବେଳେ ୪ ନମ୍ବରକୁ ନେଇ ସମସ୍ୟା ଥିଲା । ଲୋକେଶ ରାହୁଲ ନା ଆଉ କିଏ, ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିଲା । ଶିଖରଙ୍କ ପରେ ଲୋକେଶ ରାହୁଲ ଓପନିଂ କରିଥିଲେ । ଏହା ପରେ ବି ୪ ନମ୍ବରକୁ ନେଇ ସମସ୍ୟା ରହିଥିଲା । କେତେବେଳେ ଋଷଭ ପନ୍ଥ, କେତେବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୪ ନମ୍ବରରେ ଖେଳିବାକୁ ଆସିଥିଲେ ।

 

Leave A Reply

Your email address will not be published.