Below header

ଭିନ୍ନ ଭିନ୍ନ ଦାବି ନେଇ ୧୨ ଘଣ୍ଟିଆ ବଡମ୍ବା ଓ କବିସୂର୍ଯ୍ୟନଗର ବନ୍ଦ ଡାକରା

କେନ୍ୟୁଜ୍: ବିଭିନ୍ନ ଦାବି ନେଇ ସର୍ବ-ଦଳୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ବଡମ୍ବା ବନ୍ଦ ପାଳନ କରାଯାଉଛି । ବଡମ୍ବା କୋଟ ସାମ୍ନାରେ କଟକ-ନରସିଂହପୁର ମୁଖ୍ୟ ରାସ୍ତାକୁ ଅବରୋଧ କରାଯାଇଛି ।

badamba ରାସ୍ତା ମଝିରେ ଟାୟାର ଜାଳି ରାସ୍ତାରୋକ ହୋଇଛି। ଯାହାଫଳରେ ଯାତାୟତ ଠପ ହୋଇଛି । ବଡମ୍ବା କୋର୍ଟକୁ ସବ ଜର୍ଜ ପ୍ରତିଷ୍ଠା ଦାବି, ଡାକ୍ତରଖାନାରେ ଡାକ୍ତର ଓ ସମ୍ପୂର୍ଣ୍ଣ ସୁବିଧା, ସବ ଜେଲର ସ୍ଥାନାନ୍ତରକୁ ବିରୋଧ ଓ ମାଣିଆବନ୍ଦ ଫାଣ୍ଡିକୁ ଥାନାରେ ପରିଣତ କରିବାକୁ ଦାବି କରାଯାଇଛି ।

kabisurjya nagarକବିସୂର୍ଯ୍ୟନଗର ଓକିଲ ସଂଘ ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଥାନା ଅଧିକାରୀ ତପନ କୁମାର ପତି ଓକିଲଙ୍କୁ ଦୁର୍ବ୍ୟବହାର କରିଥିବା ପ୍ରତିବାଦରେ ବନ୍ଦ ପାଳନ କରାଯାଉଛି । ଏଥିପାଇଁ ତାଙ୍କୁ ବଦଳି ଦାବି କରାଯାଇଛି । ସକାଳ ୬ଟାରୁ ବନ୍ଦ ଆରମ୍ଭ କରାଯାଇଛି । ବନ୍ଦ ଯୋଗୁ ଆସିକା-ଭୁବନେଶ୍ୱର ଗାଡି ଚଳାଚଳ ବନ୍ଦ ରହିଛି । ଏହାସହ ସହରରେ ଥିବା ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଥିବାର ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.