କେନ୍ଦୁଝରରେ ପୁଣି ହାତୀ ଉପଦ୍ରବ, ଘରୁ ଟାଣିଆଣି ନାବାଳିକାଙ୍କୁ ଦଳିଦେଲା ଦନ୍ତା

କେନ୍ଦୁଝର(କେନ୍ୟୁଜ୍) : କେନ୍ଦୁଝର ଜିଲ୍ଲାରେ ପୁଣି ହାତୀ ଉପଦ୍ରବ। ଘରୁ ଟାଣିଆଣି ନାବାଳିକାଙ୍କୁ ଦଳିଦେଲା ଦନ୍ତା। ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ମାଲଦା ଗାଁ ମୁଣ୍ଡାସାହିରେ ଏହି ଅଘଟଣ ଘଟିଛି। ଗତକାଲି ରାତିରେ ପରିବାରର ସମସ୍ତେ ଶୋଇପଡିଥିବାବେଳେ ହାତୀଟି ଗାଁରେ ପଶିଥିଲା। ଏହାପରେ ବାଜାଇ ମୁଣ୍ଡାଙ୍କ ଘର ଭାଙ୍ଗି ଧାନ ଚାଉଳ ଖାଇବା ସହ ନାବାଳିକାକୁ ଦଳି ଦେଇଥିଲା। ଅନ୍ୟ ୨ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଝୁମ୍ପୁରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ କରୁଛି। ଗତ କିଛି ଦିନ ହେଲା ଚମ୍ପୁଆରେ ଏକ ହାତୀ ପଲ ଆତଙ୍କ ଖେଳାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.