Below header

ପାଟକୁରା ନିର୍ବାଚନକୁ ଆଉ ୯ ଦିନ, ପ୍ରକାଶ ପାଇଲା ବିଜେଡି ଓ ବିଜେପିର ଷ୍ଟାର ପ୍ରଚାରକ ତାଲିକା

ପାଟକୁରା(କେନ୍ୟୁଜ୍): ପାଟକୁରା ନିର୍ବାଚନକୁ ଆଉ ୯ ଦିନ ବାକି । ନିର୍ବାଚନ ପାଇଁ ଜୋର ଧରିଲାଣି ପ୍ରଚାର । ଆଜି ବିଜେଡି ତାର ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି । ତାଲିକାର ଆଗରେ ରହିଛି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାଁ । ପାଟକୁରାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ପ୍ରଚାରର ଶେଷ ପର୍ଯ୍ୟାୟରେ ୧୭ ଓ ୧୮ ତାରିଖରେ ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ । ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରମିଳା ମଲ୍ଲିକ, ପ୍ରଫୁଲ୍ଲ ମଲ୍ଲିକ, ଶଶୀଭୂଷଣ ବେହେରା, ଦେବୀ ପ୍ରସାଦ ମିଶ୍ର, ପ୍ରତାପ କେଶରୀ ଦେବ, ପ୍ରତାପ ଜେନା, ଅରୁଣ ସାହୁ, ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚ୍ଚୀ ନାୟକ, ସୁଶାନ୍ତ ସିଂ, ଅନୁଭବ ମହାନ୍ତି, ଅନନ୍ତ ନାରାୟଣ ଜେନାଙ୍କ ନାଁ ରହିଛି । ସେହିପରି ସଂଜୟ ଦାସବର୍ମା, ପ୍ରଦୀପ ପାଣିଗ୍ରାହୀ, ସମୀର ଦାସ, ରଘୁନନ୍ଦନ ଦାଶ, ଦିବ୍ୟଶଙ୍କର ମିଶ୍ର, ଅରିନ୍ଦମ ରାୟ, ଆକାଶ ଦାସ ନାୟକ, କୁନା ତ୍ରିପାଠୀ ଆଦି ପ୍ରଚାର ମଇଦାନକୁ ଓହ୍ଲାଇବେ । ୪୦ ଜଣ ଷ୍ଟାର ପ୍ରଚାରକ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ଵାଲଙ୍କ ପାଇଁ ପ୍ରଚାର କରିବେ ।

electionସେହିପରି ବିଜେପି ମଧ୍ୟ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି । ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ପ୍ରଚାର ମଇଦାନକୁ ଓହ୍ଲାଇବେ । ଗତକାଲି ପ୍ରତାପ ଷଡଙ୍ଗୀ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାର କରିଥିଲେ । ଏମାନଙ୍କ ବ୍ୟତୀତ ସାଂସଦ ଜୁଏଲ ଓରାମ, ସାଂସଦ ସୁରେଶ ପୂଜାରୀ, ସାଂସଦ ବସନ୍ତ ପଣ୍ଡା, ଅପରାଜିତା ଷଡଙ୍ଗୀ, ସଙ୍ଗୀତା ସିଂହଦେଓ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରଚାର କରିବେ । ସେହିପରି ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ, ଡାକ୍ତର ଦାମୋଦର ରାଉତ, ସମୀର ଦେ, ସୁରମା ପାଢୀ, ମନମୋହନ ସାମଲ, ଭୃଗୁ ବକ୍ସିପାତ୍ର, ପୃଥ୍ଵୀରାଜ ହରିଚନ୍ଦନ, ରଦ୍ର ନାରାୟଣ ପାଣି ପ୍ରମୁଖ ଦଳୀୟ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାର କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.