Below header

ବାହୁବଳୀରେ ଥିବା ଷଣ୍ଢ ସିନର ସତ୍ୟତା ଜାଣନ୍ତି କି ? ଦେଖନ୍ତୁ କେମିତି ଆଖିଲେ ଧୂଳି ପକାଇଥିଲେ ଭଲ୍ଲାଲଦେବ

ଭାରତୀୟ ସିନେମା ଇତିହାସରେ ଏକ ମାଇଲଷ୍ଟୋନ୍ ଫିଲ୍ମ ବାହୁବଳୀ । ଯାହା ବକ୍ସ ଅଫିସରେ କରିଥିଲା ରେକର୍ଡ ପରେ ରେକର୍ଡ । ବାହୁବଳୀର ଉଭୟ ସିରିଜର ପ୍ରତିଟି ଚିତ୍ର, ଚରିତ୍ର, ସିନ୍, ଭିଜୁଆଲ୍ ଇଫେକ୍ଟ ସହ ଭବ୍ୟ ସେଟ୍ ଦର୍ଶକଙ୍କ ମନ ଏବଂ ମସ୍ତିସ୍କରେ ନିଜର ଅଲିଭା ଛାପ ଛାଡି ଯାଇଛି । ବାହୁବଳୀ ପରି ଭବ୍ୟ ଫିଲ୍ମ ଦ୍ବିତୀୟ ଥର ତିଆରି ହେବା ସହଜ ନୁହେଁ । ତେବେ ବାହୁବଳୀର ପ୍ରଥମ ପାର୍ଟ ୧୦ ଜୁଲାଇ ୨୦୧୫ରେ ରିଲିଜ୍ ହୋଇଥିଲା । ଆଜି ଏହି ସିନେମାକୁ ପୁରା ୪ ବର୍ଷ ପୁରା ହୋଇସାରିଲାଣି । ତଥାପି ଫିଲ୍ମର କ୍ରେଜ୍ ଏଯାଏଁ ଯାଇନି ।

ଏହା ସହ ପଢନ୍ତୁ ଦୁଇ ହିରୋଙ୍କ ଏଣ୍ଟ୍ରି ସିନର ବଜେଟ କେବଳ ୪୦ କୋଟି . . . ବାହୁବଳିକୁ ଟପିବ କି ରାଜାମୌଲିଙ୍କ ଏହି ସିନେମା ?

ଫିଲ୍ମର ଦୁଇ ମୁଖ୍ୟ ଚରିତ୍ର ପ୍ରଭାସ ଏବଂ ରାଣା ଦୁଗୁବତୀ ନିଜ ଦମଦାର ଅଭିନୟରେ ଦର୍ଶକଙ୍କ ହୃଦୟ ଜିତିନେଇଥିଲେ । ଏହି ଫିଲ୍ମରେ ଥିଲା ଏକକୁ ଆରେକ ବଳି ଆକ୍ସନ୍ ସିନ୍ । ତେବେ ଏହି ସିନ୍ ଗୁଡିକ ମଧ୍ୟରେ ଗୋଟିଏ ସିନ୍ ଥିଲା ଯେଉଁଥିରେ ଭଲ୍ଲାଲ ଦେବ ଗୋଟିଏ ଷଣ୍ଢ ସହ ଲଢେଇ କରୁଛନ୍ତି । ଏହି ସିନରେ ଯେତେବେଳେ ଷଣ୍ଢଟି ଦୌଡି ଭଲ୍ଲାଲଦେବଙ୍କ ଆଡକୁ ଆସୁଛି ସେତେବେଳେ ଦର୍ଶକଙ୍କ ନିଶ୍ବାସ କିଛି ସମୟ ପାଇଁ ଅଟକି ଯିବ । ହେଲେ କଣ ଆପଣ ଜାଣନ୍ତି କଣ ଅଛି ଏହି ସିନ୍ ପଛର ସତ୍ୟତା । କଣ ସତରେ ଭଲ୍ଲାଲଦେବ ଷଣ୍ଢ ସହ ଲଢେଇ କରିଥିଲେ ।

Bahubalibahubaliଏହି ସିନଟି ଫିଲ୍ମର ସବୁଠାରୁ ଭଲ ସିନ୍ ମାନଙ୍କ ମଧ୍ୟରୁ ଗୋଟିଏ । ଏହାକୁ ସୁଟ୍ କରିବା ପାଇଁ ଭିଏଫଏକ୍ସ ଅର୍ଥାତ୍ ଭିଜୁଆଲ୍ ଇଫେକ୍ଟସର ବ୍ୟବହାର କରାଯାଇଥିଲା । ସେହି ଷଣ୍ଢଟି ପ୍ରକୃତରେ କିଛି ଏଭଳି ଦେଖିବାକୁ । ଭଲ୍ଲାଲଦେବ୍ କେବଳ ଆକ୍ସନ୍ କରିଥିଲେ । ଏହି ଲଢେଇରେ କେବଳ ଷଣ୍ଢର ଶିଙ୍ଗ ବ୍ୟବହାର ହୋଇଥିଲା । ବାକି ସବୁ ଭିଏଫଏକ୍ସ ସହାୟତାରେ ସିନରେ ଯୋଡାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.