ପରାଜୟ ପରେ ଇସ୍ତଫା ପର୍ବ ଆରମ୍ଭ, ଟିମ୍ ଇଣ୍ଡିଆର ବଡ଼ ସଦସ୍ୟ ନେଲେ ବିଦାୟ

ବିଶ୍ୱକପରୁ ବିଦା ହୋଇଛି ବିରାଟ ବାହିନୀ ।  ନ୍ୟୁଜିଲାଣ୍ଡ ଠାରୁ ୧୮ ରନରେ ପରାସ୍ତ ହୋଇ ଫାଇନାଲ ଆଶାକୁ ଧୂଳିସାତ କରିଛି ଟିମ୍ ଇଣ୍ଡିଆ । ଲକ୍ଷ୍ୟ ବେଶି ବଡ଼ ନଥିଲା । ହେଲେ ଲଢ଼େଇ କରିଥିଲେ ମଧ୍ୟ ପାଖାପାଖି ଯାଇ ମାତ୍ର ୧୮ ରନ୍‌ରେ ହାରିଗଲା ଭାରତ । ଯାହା ଆଦୌ ଆଶା କରାଯାଉ ନଥିଲା ତାହା କରି ଦେଖାଇଲା ଟିମ୍ ଇଣ୍ଡିଆ । ବର୍ଷା ଯୋଗୁଁ ବାଧାପ୍ରାପ୍ତ ଆଇସିସି ବିଶ୍ବକପ୍ ପ୍ରଥମ ସେମିଫାଇନାଲରେ ଏମିତି ଭାବେ ହାରିଲା ଯେ ଯାହାକୁ କେହି ସ୍ବପ୍ନରେ ବି ଭାବି ନଥିଲେ । ତେବେ ବିଶ୍ୱକପ ଆରମ୍ଭରୁ ବିଜୟ ଅଭିଯାନକୁ ଖୁବ୍ ସୁନ୍ଦର ଭାବରେ ଆରମ୍ଭ କରିଥିଲା ଭାରତ । କିନ୍ତୁ ସେମିଫାଇନାଲରେ ପରାଜୟ ପରେ ଭାଙ୍ଗିଯାଇଛି ୧୩୦ କୋଟି ଭାରତୀୟଙ୍କ ସ୍ୱପ୍ନ ।

ଏହା ସହ ପଢନ୍ତୁ ସେମି ଫାଇନାଲରେ କାହିଁକି ହାରିଲା ଟିମ୍‌ ଇଣ୍ଡିଆ? ଧୋନୀଙ୍କ ବ୍ୟାଟିଂ କ୍ରମକୁ ନେଇ ପ୍ରଶ୍ନ ଉଠାଇଲେ ବରିଷ୍ଠ ଖେଳାଳି

ଆଉ ଟିମ୍ ଇଣ୍ଡିଆର ଏହି ପରାଜୟ ପରେ ଆରମ୍ଭ ହୋଇଛି ଇସ୍ତଫାର ପର୍ବ । ଆଜ୍ଞା ହଁ ଭାରତୀୟ ଟିମ ମ୍ୟାନେଜମେଂଟର ଜଣେ ସଦସ୍ୟ କାଲି ଇସ୍ତଫା ଦେଇଛନ୍ତି । ଫିଜିଓ ପେଟ୍ରିକ୍ ଫରହାର୍ଟ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବା ପରେ ନିଜ ଟୁଇଟର ଆକାଉଂଟରେ ଲେଖିଛନ୍ତି, ଭାରତୀୟ ଟିମ୍ ସହ ମୋର ଶେଷ ଦିନ । ଆମେ ଯେମିତି ଚାହୁଁଥିଲୁ ସେମିତି ପ୍ରଦର୍ଶନ କରିପାରିଲୁ ନାହିଁ । ମୁଁ ବିସିସିଆଇକୁ ଧନ୍ୟବାଦ ଦେବି ଯିଏ ମତେ ଭାରତୀୟ ଟିମ୍ ସହ ୪ ବର୍ଷ କାମ କରିବା ପାଇଁ ସୁଯୋଗ ଦେଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.