Below header

ମହିଳାଙ୍କ ଏମିତି କାମରେ ରାଗିଗଲା ହାତୀ, ମାରିଲା ଜୋରଦାର ଚାପୁଡା

ଭାବନା ସମସ୍ତଙ୍କର ଥାଏ ସେ ମଣିଷ ହେଉ କି ପଶୁ । ଟିକେ ଭାବନ୍ତୁ ଆପଣଙ୍କୁ ଯଦି କୌଣସି ଏକ ପିଞ୍ଜରା ଭିତରେ ବନ୍ଦ କରିଦିଆଯାଏ ଏବଂ ସେଥିରେ ଆପଣଙ୍କ ଅନୁମତି ବିନା କିଏ ଆପଣଙ୍କ ସହିତ ସେଲ୍ଫି ନିଏ ତେବେ ଆପଣଙ୍କୁ କେମିତି ଲାଗିବ । ମନ ହେବ କି ବୁଲେଇକି ଗୋଟେ ଚାପୁଡା ମାରନ୍ତି କି । କିଛି ଏମିତି ହିଁ ଘଟିଛି ଏକ ହାତୀ ସହିତ । କିଛି ଲୋକ ହାତୀର ଫଟୋ ଉଠାଇ ମଜା ନେଉଥିଲେ । ଯାହା ହାତୀଟିକୁ ପସନ୍ଦ ଆସିନଥିଲା । ତାପରେ ହାତୀଟି ନିଜ ଶୁଣ୍ଢ ସାହାଯ୍ୟରେ ଏମିତି କିଛି କଲା ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଦେଖନ୍ତୁ ଭିଡିଓ :

ଏହି ଭିଡିଓଟି ଏରନେଇ ଲେ ନାମକ ଏକ ଟ୍ବିଟର ୟୁଜର ସେୟାର କରିଛନ୍ତି । ଏହି ଭିଡିଓରେ କିଛି ପର୍ଯ୍ୟଟକ ହାତୀର ମଜା ନେଉଥିବାର ନଜର ଆସୁଛନ୍ତି । କିନ୍ତୁ ଏହି ମଜା ସମୟରେ ଜଣେ ମହିଳା ନିଜ ମୋବାଇଲରେ ଯେମିତି ହିଁ ଫଟୋ ଉଠାଇବାକୁ ଆରମ୍ଭ କରିଛନ୍ତି ହାତୀଟିକୁ ତାହା ପସନ୍ଦ ଆସିନାହିଁ । ଫଳରେ ହାତୀଟି ଫଟୋ ଉଠାଉଥିବା ମହିଳାଙ୍କୁ ଶୁଣ୍ଢରେ ଏମିତି ପ୍ରହାର କରିଛି ଯାହାପରେ କେବେବି ମହିଳା ଜଣଙ୍କ ଆଉ ଫଟୋ ଉଠାବାକୁ ସାହାସ କରିବେନି । ତେବେ ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କିଏ ହାତୀ ସପକ୍ଷରେ ଯୁକ୍ତି କରିଛନ୍ତି ତ କିଏ ମହିଳାଙ୍କ ପକ୍ଷରେ ମଧ୍ୟ ସ୍ବର ଉଠାଇଛନ୍ତି ।

ଏହାସହ ପଢନ୍ତୁ : ବୃଦ୍ଧ ଦମ୍ପତିଙ୍କୁ ଘରୁ ବାହାର କରିବା ପାଇଁ ଯୋଜନା କରୁଥିଲା ପୁଅ,…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.