Below header

ସାଢେ ତିନି ବର୍ଷରେ ୪୭ଶହ ମହିଳାଙ୍କ ହାତ ଛାଡି ଯାଇଛନ୍ତି ସେମାନଙ୍କ NRI ସ୍ବାମୀ

ଗତ ସାଢେ ତିନି ବର୍ଷରେ ଦେଶର ୪,୬୯୮ ମହିଳାଙ୍କୁ ସେମାନଙ୍କ ଏନଆରଆଇ ସ୍ବାମୀ ଏକା ଛାଡି ଚାଲିଯାଇଥିବା ନେଇ ତଥ୍ୟ ସାମ୍ନାକୁ ଆସିଛି । ଲୋକସଭାରେ ଏକ ପତ୍ରର ଜବାବରେ ବୈଦେଶିକ ରାଜ୍ୟ ମନ୍ତ୍ରୀ ବି.ମୁରଲିଧରନ୍ କହିଛନ୍ତି କି, ଏହି ମାମଲା ଜାନୁଆରୀ ୨୦୧୬ ରୁ ୩୧ ମଇ ୨୦୧୯ ଭିତରେ ହିଁ ରୁଜୁ ହୋଇଛି ।

nriଏନଆରଆଇ ସ୍ବାମୀମାନଙ୍କ ଉପରେ ମାମଲା ରୁଜୁ କରିବା, ଲୁକ୍ ଆଉଟ୍ ନୋଟିସ୍ ଜାରି କରିବା,ଭାରତୀୟ ପାସପୋର୍ଟ ରଦ୍ଦ କରିବା ଭଳି ପଦକ୍ଷପ ଉଠାଯାଉଛି । ଏକ ସଂଯୁକ୍ତ ନୋଡାଲ୍ ଏଜେନ୍ସି ଗଠନ କରାଯାଇଛି, ଯେଉଁଠାରେ ଆଠ ଜଣ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛନ୍ତି । ବିଦେଶରେ ଫସିରହିଥିବା ନାଗରିକଙ୍କ ପାଇଁ ‘ସାହାଯ୍ୟ’ ନାମକ ପୋର୍ଟାଲ ୨୦୧୫ରେ ଆରମ୍ଭ କରାଯାଇଥିଲା । ଏଥିରେ ବୈବାହିକ ମାମଲା ଭାଗ ମଧ୍ୟ ଯୋଡାଯାଇଛି । ସମସ୍ୟାରେ ରହିଥିବା ମହିଳାଙ୍କର ସବୁ ମାମଲାରେ ଅର୍ଥ ସମ୍ବନ୍ଧୀୟ ସାହାଯ୍ୟ ରୂପେ ଚାରି ହଜାର ଆମେରିକୀୟ ଡଲାର ଯୋଗାଇ ଦିଆଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.