କ୍ରୀଡା

WTC ଫାଇନାଲ : ବିରାଟ, ରାହାଣେ ଏବଂ ଜାଡେଜାଙ୍କ ଉପରେ ସମସ୍ତଙ୍କ ନଜର, ପୂର୍ବରୁ ୪୦୦ ରନର ଟାର୍ଗେଟକୁ ପୂରଣ କରିଛି ଭାରତ

WTC ଫାଇନାଲର ଆଜି ଶେଷ ଦିନ । ଅଷ୍ଟ୍ରେଲିଆ ଭାରତକୁ ୪୪୪ ରନର ଟାର୍ଗେଟ ଦେଇଛି । ଚତୁର୍ଥ ଦିନରେ ଭାରତ ୩ ୱିକେଟ ହରାଇ ୧୬୪ ରନ୍‌ କରି । ଆଜି ଅପରାହ୍ନ ୩ଟାରେ ଖେଳ ଆରମ୍ଭ ହେବ । ଭାରତକୁ ଜିତିବା ପାଇଁ ୨୮୦ ରନ୍‌ ଦରକାର ।  ଭାରତକୁ ଜିତିବାକୁ ହେଲେ ୱିକେଟ ହାତରେ ରଖି ଖେଳିବାକୁ ହେବ ।

ଶେଷ ଦିନରେ ବିରାଟ କୋହଲି(୪୪) ଏବଂ ଅଜିଙ୍କ୍ୟ  ରାହାଣେ (୨୦) ମଇଦାନକୁ ଫେରିବେ । ଚତୁର୍ଥ ଦିନରେ ଭାରତ ପକ୍ଷରୁ ରୋହିତ ଶର୍ମା(୪୩), ଶୁବମନ ଗିଲ(୧୮), ଚେତେଶ୍ବର ପୂଜାରା(୨୭) ରନ୍‌ କରି ଆଉଟ ହୋଇଥିଲେ ।

୪୪୪ ରନର ଟାର୍ଗେଟକୁ ପିଛା କରିବା ଭାରତ ପାଇଁ କଷ୍ଟ ନୁହେଁ । ପୂର୍ବରୁ ଟିମ୍‌ ଇଣ୍ଡିଆ ୪୦୦ ରନ୍‌ ଟାର୍ଗେଟକୁ ପିଛା କରି ବିଜୟ ହାସଲ କରିଛି । କୋହଲି, ରାହାଣେ ଏବଂ ରବିନ୍ଦ୍ର ଜାଡେଜାଙ୍କ ଉପରେ ଏବେ ସମସ୍ତଙ୍କ ନଜର । ଏମାନେ ଭଲ ପ୍ରଦର୍ଶନ କଲେ ଭାରତର ବିଜୟ ସୁନିଶ୍ଚିତ ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି ।

ଶେଷ ଦିନରେ ଭାରତକୁ ଆଉ ୨୮୦ ରନ୍‌ କରିବାର ରହିଛି । କୋହଲି, ରାହାଣେ ଏବଂ ଜାଡେଜା ମ୍ୟାଚରେ ଭଲ ପ୍ରଦର୍ଶନ କଲେ ଭାରତ ନିଶ୍ଚିତ ଜିତିବ । ଏହାଛଡା ଶାର୍ଦ୍ଦୁଳ ଠାକୁର ମଧ୍ୟ ରହିଛନ୍ତି ।

ଟେଷ୍ଟ ଇତିହାସରେ ଏପର୍ଯ୍ୟନ୍ତ ସବୁଠୁ ଅଧିକ ଟାର୍ଗେଟକୁ ପିଛା କରିଥିବା ଟିମ ଭିତରେ ଭାରତର ନାମ ରହିଛି । ୨୦୦୮ରେ ଭାରତ ୩୮୭ ରନର ଟାର୍ଗେଟକୁ ୪ ୱିକେଟରେ ଇଂଲଣ୍ଡକୁ ହରାଇ ପୂରଣ କରିଥିଲା । ସେହିପରି ୧୯୭୬ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୪ ୱିକେଟ ହରାଇ ୪୦୬ ରନ୍‌ କରି ବିଜୟ ପାଇଥିଲା ଭାରତ ।

୪୧୮/୭ – ୯ ମଇ ୨୦୦୩ରେ ୱେଷ୍ଟଇଣ୍ଡିଜ ଅଷ୍ଟ୍ରେଲିଆକୁ ୩ ୱିକେଟରେ ପରାସ୍ତ କରିଛି।
୪୧୪/୭ – ୧୭ ଡିସେମ୍ବର ୨୦୦୮ରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି।
୪୦୬/୪ – ୭ ଏପ୍ରିଲ ୧୯୭୬ରେ  ଭାରତ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ପରାସ୍ତ କରିଛି ।
୪୦୪/୩ – ୨୨ ଜୁଲାଇ ୧୯୪୮ରେ ଅଷ୍ଟ୍ରେଲିଆ ଇଂଲଣ୍ଡକୁ ୭ ୱିକେଟରେ ପରାସ୍ତ କରିଛି ।

୩୯୫/୭ -୩ ଫେବୃଆରୀ ୨୦୨୧ରେ ୱେଷ୍ଟଇଣ୍ଡିଜ ବାଂଲାଦେଶକୁ ୩ ୱିକେଟରେ ପରାସ୍ତ କରିଛି।
୩୯୧/୬ – ୧୪ଜୁଲାଇ ୨୦୧୭ ଶ୍ରୀଲଙ୍କା ଜିମ୍ବାୱେକୁ ୪ ୱିକେଟରେ ପରାସ୍ତ କରିଛି ।

୩୮୭/୬ – ୧୧ ଡିସେମ୍ବର ୨୦୦୮ରେ ଇଂଲଣ୍ଡକୁ ୬ ୱିକେଟରେ ପରାସ୍ତ କରିଛି ।

Swagatika

Recent Posts

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଯୁବକଙ୍କୁ ହତ୍ୟା ।  ଭୁବନେଶ୍ୱର ନାକା ଗେଟ୍ ନିକଟରୁ ଯୁବକଙ୍କ ମୃତଦେହ ଜବତ ହୋଇଛି । …

15 mins ago

ରବିନା ଟଣ୍ଡନଙ୍କ ବିରୁଦ୍ଧରେ ମାରପିଟ୍‌ ଅଭିଯୋଗ, ନିଶାରେ ବୟସ୍କା ମହିଳାଙ୍କୁ କରିଛନ୍ତି ଆକ୍ରମଣ

ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଉପରେ ଅଭିଯୋଗ । ରବିନା ଜଣେ ବୟସ୍କା ମହିଳା ଏବଂ ତାଙ୍କ ପରିବାର ସହିତ…

16 mins ago

ବ୍ରେକଅପ୍‌ ଆମକୁ କଣ ଶିକ୍ଷା ଦିଏ ? ଜାଣନ୍ତୁ କିଛି ରୋଚକ କଥା

ମେଣ୍ଟାଲ ହେଲଥ୍‌ ଏବଂ ଇମୋସନ୍‌ ପାଇଁ ବ୍ରେକଅପ୍‌ ଭଲ ହୋଇନଥାଏ । ଏହା ଅନେକ ଲୋକଙ୍କ ପାଇଁ ଜୀବନର ସବୁଠାରୁ…

49 mins ago

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା, ଜାଣନ୍ତୁ କ’ଣ ଏହାର ସ୍ୱତନ୍ତ୍ରତା?

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ । ଏକ…

57 mins ago

କୋଚିନ ସିପୟାର୍ଡରେ ସେଫ୍ଟି ଆସିଷ୍ଟାଣ୍ଟ ପଦବୀରେ ଭର୍ତ୍ତି, ଜାଣନ୍ତୁ କେତେ ମିଳିବ ଦରମା

କୋଚିନ ସିପୟାର୍ଡ ଲିମିଟେଡ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ୩୦ରୁ ଅଧିକ ପଦବୀରେ…

1 hour ago

ସତସଙ୍ଗ ବିହାରରେ ସିରିଜ୍‌ ଦୁର୍ଘଟଣା, ଦୁଇଟି କାର୍‌କୁ ପଛରୁ ପିଟିଲା ବସ୍‌

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ସିରିଜ୍‌ ଦୁର୍ଘଟଣା । ଭୁବନେଶ୍ବର ସତସଙ୍ଗ ବିହାର ନିକଟରେ ଘଟିଛି ଏହି ଦୁର୍ଘଟଣା । ପ୍ରଥମେ…

1 hour ago