WTC ଫାଇନାଲ : ବିରାଟ, ରାହାଣେ ଏବଂ ଜାଡେଜାଙ୍କ ଉପରେ ସମସ୍ତଙ୍କ ନଜର, ପୂର୍ବରୁ ୪୦୦ ରନର ଟାର୍ଗେଟକୁ ପୂରଣ କରିଛି ଭାରତ
ଟେଷ୍ଟ ଇତିହାସରେ ଏପର୍ଯ୍ୟନ୍ତ ସବୁଠୁ ଅଧିକ ଟାର୍ଗେଟକୁ ପିଛା କରିଥିବା ଟିମ ଭିତରେ ଭାରତର ନାମ ରହିଛି । ୨୦୦୮ରେ ଭାରତ ୩୮୭ ରନର ଟାର୍ଗେଟକୁ ୪ ୱିକେଟରେ ଇଂଲଣ୍ଡକୁ ହରାଇ ପୂରଣ କରିଥିଲା । ସେହିପରି ୧୯୭୬ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୪ ୱିକେଟ ହରାଇ ୪୦୬ ରନ୍ କରି ବିଜୟ ପାଇଥିଲା ଭାରତ ।
WTC ଫାଇନାଲର ଆଜି ଶେଷ ଦିନ । ଅଷ୍ଟ୍ରେଲିଆ ଭାରତକୁ ୪୪୪ ରନର ଟାର୍ଗେଟ ଦେଇଛି । ଚତୁର୍ଥ ଦିନରେ ଭାରତ ୩ ୱିକେଟ ହରାଇ ୧୬୪ ରନ୍ କରି । ଆଜି ଅପରାହ୍ନ ୩ଟାରେ ଖେଳ ଆରମ୍ଭ ହେବ । ଭାରତକୁ ଜିତିବା ପାଇଁ ୨୮୦ ରନ୍ ଦରକାର । ଭାରତକୁ ଜିତିବାକୁ ହେଲେ ୱିକେଟ ହାତରେ ରଖି ଖେଳିବାକୁ ହେବ ।
ଶେଷ ଦିନରେ ବିରାଟ କୋହଲି(୪୪) ଏବଂ ଅଜିଙ୍କ୍ୟ ରାହାଣେ (୨୦) ମଇଦାନକୁ ଫେରିବେ । ଚତୁର୍ଥ ଦିନରେ ଭାରତ ପକ୍ଷରୁ ରୋହିତ ଶର୍ମା(୪୩), ଶୁବମନ ଗିଲ(୧୮), ଚେତେଶ୍ବର ପୂଜାରା(୨୭) ରନ୍ କରି ଆଉଟ ହୋଇଥିଲେ ।
୪୪୪ ରନର ଟାର୍ଗେଟକୁ ପିଛା କରିବା ଭାରତ ପାଇଁ କଷ୍ଟ ନୁହେଁ । ପୂର୍ବରୁ ଟିମ୍ ଇଣ୍ଡିଆ ୪୦୦ ରନ୍ ଟାର୍ଗେଟକୁ ପିଛା କରି ବିଜୟ ହାସଲ କରିଛି । କୋହଲି, ରାହାଣେ ଏବଂ ରବିନ୍ଦ୍ର ଜାଡେଜାଙ୍କ ଉପରେ ଏବେ ସମସ୍ତଙ୍କ ନଜର । ଏମାନେ ଭଲ ପ୍ରଦର୍ଶନ କଲେ ଭାରତର ବିଜୟ ସୁନିଶ୍ଚିତ ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି ।
ଶେଷ ଦିନରେ ଭାରତକୁ ଆଉ ୨୮୦ ରନ୍ କରିବାର ରହିଛି । କୋହଲି, ରାହାଣେ ଏବଂ ଜାଡେଜା ମ୍ୟାଚରେ ଭଲ ପ୍ରଦର୍ଶନ କଲେ ଭାରତ ନିଶ୍ଚିତ ଜିତିବ । ଏହାଛଡା ଶାର୍ଦ୍ଦୁଳ ଠାକୁର ମଧ୍ୟ ରହିଛନ୍ତି ।
That’s Stumps on Day 4 of #WTC23 Final!
We have an action-packed Day 5 in store tomorrow! #TeamIndia reach 164/3 and need 280 more runs to win, with @imVkohli & @ajinkyarahane88 at the crease 👌🏻👌🏻
Scorecard ▶️ https://t.co/0nYl21oYkY pic.twitter.com/0frfkWrEp0
— BCCI (@BCCI) June 10, 2023
ଟେଷ୍ଟ ଇତିହାସରେ ଏପର୍ଯ୍ୟନ୍ତ ସବୁଠୁ ଅଧିକ ଟାର୍ଗେଟକୁ ପିଛା କରିଥିବା ଟିମ ଭିତରେ ଭାରତର ନାମ ରହିଛି । ୨୦୦୮ରେ ଭାରତ ୩୮୭ ରନର ଟାର୍ଗେଟକୁ ୪ ୱିକେଟରେ ଇଂଲଣ୍ଡକୁ ହରାଇ ପୂରଣ କରିଥିଲା । ସେହିପରି ୧୯୭୬ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୪ ୱିକେଟ ହରାଇ ୪୦୬ ରନ୍ କରି ବିଜୟ ପାଇଥିଲା ଭାରତ ।
୪୧୮/୭ – ୯ ମଇ ୨୦୦୩ରେ ୱେଷ୍ଟଇଣ୍ଡିଜ ଅଷ୍ଟ୍ରେଲିଆକୁ ୩ ୱିକେଟରେ ପରାସ୍ତ କରିଛି।
୪୧୪/୭ – ୧୭ ଡିସେମ୍ବର ୨୦୦୮ରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି।
୪୦୬/୪ – ୭ ଏପ୍ରିଲ ୧୯୭୬ରେ ଭାରତ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ପରାସ୍ତ କରିଛି ।
୪୦୪/୩ – ୨୨ ଜୁଲାଇ ୧୯୪୮ରେ ଅଷ୍ଟ୍ରେଲିଆ ଇଂଲଣ୍ଡକୁ ୭ ୱିକେଟରେ ପରାସ୍ତ କରିଛି ।
୩୯୫/୭ -୩ ଫେବୃଆରୀ ୨୦୨୧ରେ ୱେଷ୍ଟଇଣ୍ଡିଜ ବାଂଲାଦେଶକୁ ୩ ୱିକେଟରେ ପରାସ୍ତ କରିଛି।
୩୯୧/୬ – ୧୪ଜୁଲାଇ ୨୦୧୭ ଶ୍ରୀଲଙ୍କା ଜିମ୍ବାୱେକୁ ୪ ୱିକେଟରେ ପରାସ୍ତ କରିଛି ।
୩୮୭/୬ – ୧୧ ଡିସେମ୍ବର ୨୦୦୮ରେ ଇଂଲଣ୍ଡକୁ ୬ ୱିକେଟରେ ପରାସ୍ତ କରିଛି ।