ଲୋକପ୍ରିୟ ଅଭିନେତା ମଙ୍ଗଳ ଢିଲୋନଙ୍କ ନିଧନ, ଦୀର୍ଘଦିନରୁ କ୍ୟାନସରରେ ଥିଲେ ପୀଡିତ

ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତା ମଙ୍ଗଳ ଢିଲୋନଙ୍କ ପରଲୋକ । କ୍ୟାନସରରେ ପୀଡିତ ହୋଇ କିଛିଦିନ ହେଲାଣି ହସପିଟାଲରେ ହୋଇଥିଲେ ଭର୍ତ୍ତି । ତାଙ୍କ ନିଧନରେ ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରୀ ଶୋକରେ ରହିଛି ।

ଲୋକପ୍ରିୟ ଅଭିନେତା ମଙ୍ଗଳ ଢିଲୋନଙ୍କ ପରଲୋକ । କ୍ୟାନସରରେ ପୀଡିତ ହୋଇ କିଛିଦିନ ତଳେ ହସପିଟାଲରେ ଭର୍ତ୍ତି ହୋଇଥିଲେ । ଅଳ୍ପ କିଛି ଦିନ ତଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖୁବ୍‌ ଜଟିଳ ହୋଇପଡ଼ିଥିଲା। ମୃତ୍ୟୁ ପୂର୍ବରୁ ମଧ୍ୟ ତାଙ୍କୁ ଲୁଧିଆନାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳଙ୍କ ଦେହାନ୍ତରେ ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରୀ ଶୋକରେ ରହିଛି । ତାଙ୍କ ମୃତ୍ୟୁ ଖବର ୟଶପାଲ ଶର୍ମା ନିଜ ସୋସିଆଲ ମିଡିଆ ପେଜରେ ଦେଇଛନ୍ତି ।

ମଙ୍ଗଳଙ୍କ ଜନ୍ମ ପଞ୍ଜାବର ଏକ ଶିଖ୍‌ ପରିବାରରେ ହୋଇଥିଲା । ଛୋଟ ବେଳରୁ ତାଙ୍କ ବାପା ଉତ୍ତରପ୍ରଦେଶର ଫାର୍ମ ହାଉସକୁ ସିଫ୍ଟ କରାଯାଇଥିଲା । ସେ ପଞ୍ଜାବ ୟୁନିଭରସିଟିରୁ ଇଣ୍ଡିଆନ୍‌ ଥିଏଟର ଡିପାର୍ଟମେଣ୍ଟରେ ଜଏନ କରିଥିଲେ । ସେ ଏଠାରେ ପୋଷ୍ଟ ଗ୍ରାଜୁଏସନ କୋର୍ସ କରିଛନ୍ତି ।

ମଙ୍ଗଳ ୧୯୮୬ରେ ସିରିଅଲ ‘କଥା ସାଗର’ ଜରିଆରେ ଟିଭି ଇଣ୍ଡଷ୍ଟ୍ରୀରେ ପାଦ ରଖିଥିଲେ । ଏହା ପରେ ବୁନିୟାଦ, ଜୁନୁନ, ଦ ଗ୍ରେଟ, ମୌଲାନା ଆଜାଦ, ଯୁଗ, ନୁରଜାହାଁରେ କାମ କରିଛନ୍ତି । ଏହାଛଡା ଫିଲ୍ମ ‘ଖୁନ୍‌ ଭରି ମାଙ୍ଗ, ‘କାହାଁ ହେ କାନୁନ’ ବିଶ୍ବାତ୍ମା, ଟ୍ରେନ ଟୁ ପାକିସ୍ତାନ ଭଳି ଫିଲ୍ମରେ କାମ କରିଛନ୍ତି । ୧୯୮୮ରେ ରେଖାଙ୍କ ଅଭିନୀତ ‘ଖୁନ୍‌ ଭରି ମାଙ୍ଗ୍‌’ ଚଳଚ୍ଚିତ୍ରରେ ଜଣେ ଆଡ୍‌ଭୋକେଟ୍‌ ଚରିତ୍ରରେ ଅଭିନୟ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.