ଦୁନିଆର ସବୁଠାରୁ ବଡ଼ ଫୁଲ, ଅନ୍ୟ ଗ୍ରହର ଜୀବ ପରି ଦେଖାଯାଏ ଏହି ଫୁଲ

ଦୁନିଆର ସବୁଠାରୁ ବଡ଼ ଫୁଲର ନାମ ହେଉଛି ରାଫେଲସିଆ । ଏହି ଫୁଲର ଦୈର୍ଘ୍ୟ ୩ ମିଟରରୁ ଅଧିକ ଥାଏ । ଏହି କାରଣରୁ ଏହି ଫୁଲକୁ ଦୁନିଆର ସବୁଠାରୁ ବଡ଼ ଫୁଲ କୁହାଯାଏ । ଏହି ଫୁଲ ଇଣ୍ଡୋନେସିଆର ସୁମାତ୍ରାରେ ଦେଖିବାକୁ ମିଳିଥାଏ ।

ଦୁନିଆରେ ପାଖାପାଖି ୪ ଲକ୍ଷ ଭିନ୍ନ ଭିନ୍ନ ପ୍ରଜାତିର ଗଛ ଦେଖିବାକୁ ମିଳେ । ଏହି ଗଛମାନଙ୍କ ମଧ୍ୟରୁ ଫୁଲ ଗଛ ୭୦ ପ୍ରତିଶତ ରହିଛି । ଏଥି ମଧ୍ୟରୁ କିଛି ସୁଗନ୍ଧ ଦେଇଥାଏ ଏବଂ ଅନ୍ୟ କିଛି ଫୁଲ ଗଛରେ ଔଷଧୀୟ ଗୁଣ ରହିଥାଏ । କିନ୍ତୁ ଏହି ସମସ୍ତ ଫୁଲ ମଧ୍ୟରୁ ଏକ ବଡ଼ ଫୁଲ ରହିଛି । ଯାହା ଅନ୍ୟ ସମସ୍ତ ଫୁଲ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ଏହି ଫୁଲ ଦୁନିଆର ସୁବଠାରୁ ବଡ଼ ଫୁଲର ମାନ୍ୟତା ପାଇଛି । ଏହି ଫୁଲକୁ ନିକଟରେ ଦେଖିଲେ ଏହା ଅନ୍ୟ ଗ୍ରହର ଜୀବ ପରି ଦେଖାଯାଇଥାଏ । ଦୁନିଆର ସବୁଠାରୁ ବଡ଼ ଫୁଲ ହୋଇଥିଲେ ମଧ୍ୟ ଏଥିରୁ ସୁଗନ୍ଧ ବଦଳରେ ଏଥିରୁ ଦୁର୍ଗନ୍ଧ ବାହାରିଥାଏ ।

ଦୁନିଆର ସବୁଠାରୁ ବଡ଼ ଫୁଲର ନାମ ହେଉଛି ରାଫେଲସିଆ । ଏହି ଫୁଲର ଦୈର୍ଘ୍ୟ ୩ ମିଟରରୁ ଅଧିକ ଥାଏ । ଏହି କାରଣରୁ ଏହି ଫୁଲକୁ ଦୁନିଆର ସବୁଠାରୁ ବଡ଼ ଫୁଲ କୁହାଯାଏ । ଏହି ଫୁଲ ଇଣ୍ଡୋନେସିଆର ସୁମାତ୍ରାରେ ଦେଖିବାକୁ ମିଳିଥାଏ । ଏହି ଫୁଲ କୌଣସି ବୈଜ୍ଞାନିକଙ୍କ ଦ୍ୱାରା ସନ୍ଧାନ କରାଯାଇ ନାହିଁ । ଏହା ଜଣେ ସାଧାରଣ ଲୋକ ଖୋଜି ବାହାର କରିଥିବା କୁହାଯାଏ । ସୂଚନା ଅନୁସାରେ, ସୁମାତ୍ରାର ଘଞ୍ଚ ଜଙ୍ଗଲରେ ଜଣେ ବ୍ୟକ୍ତି ବୁଲିବାକୁ ଯାଇଥିବା ସମୟରେ ଏହି ଫୁଲ ଦେଖିବାକୁ ପାଇଥିଲେ । ଏପରି ବଡ଼ ଫୁଲ ଦେଖି ବ୍ୟକ୍ତି ଜଣଙ୍କ ଆଶ୍ଚର୍ଯ୍ୟ ହୋଇଥିଲେ । ପରେ ବ୍ୟକ୍ତି ଜଣଙ୍କ ଏହି ଫୁଲର ଫଟୋ ଉଠାଇ ଇଣ୍ଟରନେଟରେ ପୋଷ୍ଟ କରିଥିଲେ ।

ରାଫେଲସିଆ ଫୁଲର ଓଜନ ୭ କିଲୋରୁ ଅଧିକ ଥାଏ । ଲାଲ ରଙ୍ଗର ଏହି ଫୁଲ ଦୂରରୁ ହିଁ ଦେଖାଯାଇଥାଏ । ଏହି ଫୁଲ ନିକଟକୁ ଗଲେ ଏଥିରୁ ଦୁର୍ଗନ୍ଧ ଆସିଥାଏ । ଦୁର୍ଗନ୍ଧ ଆସୁଥିବାରୁ ଏହି ଫୁଲ ନିକଟକୁ କୌଣସି ଜୀବ ଆସି ନଥାନ୍ତି । ଏହି ଫୁଲ ଗୋଟିଏ ଦିନ ପାଇଁ ହିଁ ଫୁଟି ଥାଏ, ଏବଂ ପରେ ଏହା ଝାଉଁଳି ଯାଏ । ସୁମାତ୍ରା ଅଧିବାସୀ ଏହାକୁ ସ୍ଥାନୀୟ ଭାଷାରେ ମୃତ ଫୁଲ କହିଥାନ୍ତି । ଏହି ଫୁଲକୁ ଦେଖିବା ପାଇଁ ଦୂର ଦୂରାନ୍ତରରୁ ପର୍ଯ୍ୟଟକମାନେ ଆସିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.