ରାଜ୍ୟ

କୂର୍ମୀଙ୍ଗିଆ ଓ ରାଇପଦା ଅଞ୍ଚଳରେ ୧୮ଟି କିଆ ହାତୀ ପଲ, ଫସଲ ନଷ୍ଟ କରୁଥିବା ଅଭିଯୋଗ

ଜି.ଉଦୟଗିରି : ଉତ୍ତର ଘୁମୁସର ବନଖଣ୍ଡରୁ ବିଳମ୍ବିତ ରାତ୍ରୀରେ ୧୮ ଟିକିଆ ହାତୀପଲ ଆସି ଜି.ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ କୁର୍ମିଙ୍ଗିଆ ଓ ରାଇପଦା ଅଞ୍ଚଳରେ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ଅଞ୍ଚଳବାସୀ ବନବିଭାଗକୁ ଖବର ଦେବା ପରେ ବିଭାଗ ପକ୍ଷରୁ ବନପାଳ ରଶ୍ମିତା ବକ୍ସି, ବନରକ୍ଷୀ ବିଭୁ ରଞ୍ଜନ ସାମନ୍ତରାୟ ଓ ପାରା ଗାର୍ଡ ଘଟଣାସ୍ଥଳରେ ପହଞ୍ଚି  ହାତୀର ଗତିବିଧି ଅନୁଧ୍ୟାନ କରିଥିବା ବିଭାଗ ତତଫରୁ ସୂଚନା ମିଳିଛି । ୧୮ଟି କିଆ ହାତୀପଲ ମଧ୍ୟରେ ୩ଟି ଦନ୍ତା, ୧୦ଟି ମାଇ ହାତୀ, ୫ଟି ଛୁଆ ହାତୀ ଥିବା ଜଣାପଡିଛି।

ଅଞ୍ଚଳବାସୀଙ୍କୁ ଜଙ୍ଗଲାଜାତ ଦ୍ରବ୍ୟ ସଂଗ୍ରହ କରିବା ପାଇଁ ଜଙ୍ଗଲ ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ରାଇପଦା ସ୍ଥିତ ରାଧାମୋହନ ସାହୁଙ୍କ ବଗିଚାରେ ପଶି କଦଳୀ, ବାଉଁଶ ,ଆମ୍ବ, ଆମ୍ବୃତଭଣ୍ଡା ଆଦି ନଷ୍ଟ କରିଥିବା ଜଣାପଡିଛି । ସେହିପରି ବିକ୍ରମ ପ୍ରଧାନ, ହିରବତୀ ପ୍ରଧାନ, ଅମିୟ କୁମାର ପ୍ରଧାନ ଓ ଜଗୁ ସାହୁ ପ୍ରମୁଖଙ୍କ ଫସଲ ନଷ୍ଟ କରିଥିବା ଜଣାପଡିଛି । ଉତ୍ତର ଘୁମୁସର ବନଖଣ୍ଡରେ ମାତ୍ରାଧିକ ଗରମ ଅନୁଭୁତ ହେଉଥିବାରୁ ଏବଂ ଖାଦ୍ୟ ସନ୍ଧାନ କରିବା ପାଇଁ ହାତୀପଲ କନ୍ଧମାଳ ମୁହାଁ ହୋଇଥିବା ଶୁଣିବାକୁ ମିଳୁଛି।

Niharanjan

Recent Posts

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

57 mins ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

1 hour ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

2 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

3 hours ago

ବାପା ମାଟି ତଳୁ ଉଦ୍ଧାର ମା’ ଏବେବି ନିଖୋଜ ; ପୁଅକୁ ଉଚିତ୍‌ ଦଣ୍ଡ ଦେବାକୁ ଝିଅର ଦାବି

ସୋର(କେନ୍ୟୁଜ୍‌): ଜହ୍ଲାଦ ପୁଅ । ସବୁ ସୀମା ପାର୍‌ କଲା । ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ ।…

4 hours ago