ଖୋର୍ଦ୍ଧା(କେନ୍ୟୁଜ୍): ଜଟଣୀ ବିଏସଏଫ କ୍ୟାମ୍ପକୁ ପ୍ରବେଶ କଲା କରୋନା। BSF କ୍ୟାମ୍ପ୍ରେ ୨ଜଣ ଯବାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ।
ବିଏସଏଫ କ୍ୟାମ୍ପର ୨୪୫ ଜଣଙ୍କ ସ୍ୱାବ୍ ଟେଷ୍ଟ୍ ହୋଇଥିଲା ସେଥିରୁ ଦୁଇ ଜଣଙ୍କ ସ୍ବାବ ପଜେଟିଭ ଆସିଥିଲା। ଏହି ଆକ୍ରାନ୍ତ ଦୁଇ ଯବାନ କ୍ବାରେଣ୍ଟାଇନରେ ଥିଲେ। ଗତ କାଲି ତାଙ୍କର ସ୍ବାବ୍ ରିପୋର୍ଟ ପଜେଟିଭ ଆସିବା ପରେ ତାଙ୍କୁ ଭୁବନେଶ୍ବରର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଯେହେତୁ ସେମାନେ କ୍ବାରେଣ୍ଟାଇନରେ ରହୁଥିଲେ ତେଣୁ ପୁରା କ୍ୟାମ୍ପକୁ ସାନିଟାଇଜ କରାଯିବା ଆବଶ୍ୟକ ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ। କିନ୍ତୁ ସଂକ୍ରମିତ ୨ ଯବାନ ରହୁଥିବା ରୁମ୍ର ଅନ୍ୟମାନଙ୍କର ୫ ଦିନ ପରେ ପୁଣି ଥରେ ସ୍ୱାବ୍ ଟେଷ୍ଟ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…
ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…
ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…
ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…
ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…
ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…