Below header

ଜଟଣୀ ବିଏସଏଫ କ୍ୟାମ୍ପକୁ ପ୍ରବେଶ କଲା କରୋନା, ଦୁଇ ଯବାନ କରୋନାରେ ଆକ୍ରାନ୍ତ

ଖୋର୍ଦ୍ଧା(କେନ୍ୟୁଜ୍): ଜଟଣୀ ବିଏସଏଫ କ୍ୟାମ୍ପକୁ ପ୍ରବେଶ କଲା କରୋନା। BSF କ୍ୟାମ୍ପ୍‌ରେ ୨ଜଣ ଯବାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ।

ବିଏସଏଫ କ୍ୟାମ୍ପର ୨୪୫ ଜଣଙ୍କ ସ୍ୱାବ୍ ଟେଷ୍ଟ୍‌ ହୋଇଥିଲା ସେଥିରୁ ଦୁଇ ଜଣଙ୍କ ସ୍ବାବ ପଜେଟିଭ ଆସିଥିଲା। ଏହି ଆକ୍ରାନ୍ତ ଦୁଇ ଯବାନ କ୍ବାରେଣ୍ଟାଇନରେ ଥିଲେ। ଗତ କାଲି ତାଙ୍କର  ସ୍ବାବ୍ ରିପୋର୍ଟ ପଜେଟିଭ ଆସିବା  ପରେ ତାଙ୍କୁ ଭୁବନେଶ୍ବରର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଯେହେତୁ ସେମାନେ କ୍ବାରେଣ୍ଟାଇନରେ ରହୁଥିଲେ ତେଣୁ ପୁରା କ୍ୟାମ୍ପକୁ ସାନିଟାଇଜ କରାଯିବା ଆବଶ୍ୟକ ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ। କିନ୍ତୁ ସଂକ୍ରମିତ ୨ ଯବାନ ରହୁଥିବା ରୁମ୍‌ର ଅନ୍ୟମାନଙ୍କର ୫ ଦିନ ପରେ ପୁଣି ଥରେ ସ୍ୱାବ୍‌ ଟେଷ୍ଟ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.