Below header

କୁନି ଫୁଟବଲ ପ୍ଲେୟରଟିର କିକ୍ସ ଦେଖି ଆପଣ ବି ହୋଇଯିବେ ତାଜୁବ, ଭିଡିଓ ସେୟାର କଲେ ଭଜି

ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଫ ସ୍ପିନର ହରଭଜନ ସିଂହ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ନିଜକୁ ଖୁବ ଆକ୍ଟିଭ ରଖୁଥିବାର ଦେଖାଯାଉଛି । ଖାଲି ସମୟରେ ବିଭିନ୍ନ ରୋଚକ ପୂର୍ଣ୍ଣ ଭିଡିଓ ତଥା ଫଟୋ ଦେଖିବା ସହ ସୋସିଆଲ ମିଡ଼ିଆ ମାନଙ୍କରେ ମଧ୍ୟ ସେୟାର କରୁଛନ୍ତି । ତାଙ୍କୁ ପ୍ରଭାବିତ କରୁଥିବା ସମସ୍ତ ଭିଡିଓ ଓ ଫଟୋ ଆଦିକୁ ଭଜି ନିଜ ଫ୍ୟାନ୍ସ ମାନଙ୍କ ସହ ସେୟାର କରୁଛନ୍ତି । ନିକଟରେ ହିଁ ଭଜି ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ଏକ କୁନି ଫୁଟବଲ ଖେଳାଳି ଖେଳୁଥିବା ସମୟର ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏହି କୁନି ପ୍ଲେୟରଟି ବଲକୁ ଲଗାତାର କ୍ୱିକ୍ସ ଅଫ କରିବାରେ ଲାଗିଛି । କିନ୍ତୁ ଏତେ କ୍ୱିକ୍ସ ଅଫ କରି ବି ଏହି ଛୋଟ ଖେଳାଳିଟି ଜମା ବି ଥକି ପଡୁନାହିଁ କି ନିଜେ ବି ତଳେ ପଡି ଯାଉନାହିଁ । ଯାହାକୁ ଦେଖି ନିଜେ ହରଭଜନ ବି ଚକିତ ହୋଇ ଯାଇଛନ୍ତି ।

 

View this post on Instagram

 

Unbelievable skill at his age.. another great in years to come 🤔?? What say guys

A post shared by Harbhajan Turbanator Singh (@harbhajan3) on

ଭିଡିଓଟିକୁ ସେୟାର କରି ସ୍ପିନର ସିଂହ ଲେଖିଛନ୍ତିକି, ବୟସ ଅନୁଯାୟୀ ବାଳକଟିର ଅବିଶ୍ୱସନୀୟ ପ୍ରତିଭା ରହିଛି ? ଭବିଷ୍ୟତରେ ସେ ନିଶ୍ଚିତ ରୂପେ ଜଣେ ବଡ଼ ପ୍ରତିଭା ଭାବେ ଉଭା ହେବ । ଆପଣ ମାନଙ୍କୁ ମଧ୍ୟ ଏହାହିଁ ଲାଗୁଛି ନା ? କ୍ୟାପ୍ସନ ସହିତ ଏକ ଚିନ୍ତା କରୁଥିବା ଏକ ଇମୋଜୀ ବି ସେୟାର କରିଛନ୍ତି ଭାରତୀୟ କ୍ରିକେଟ ଦଳର ସ୍ପିନର । ଏହି ଭିଡିଓ ଟିରେ ମିନି ଫୁଟବଲ ପ୍ଲେୟାରଟିର ଦମଦାର ଜଗଲିଙ୍ଗ ଦେଖି ସମସ୍ତେ ତାଯୁବ ହୋଇ ଯାଇଛନ୍ତି । ଫ୍ୟାନ୍ସ ମାନେ ବି ଏହାକୁ ଖୁବ ପସନ୍ଦ କରିଛନ୍ତି ।

ସୂଚନା ଦେବା ଯୋଗ୍ୟକି, କୋଭିଡ ମହାମାରୀ କାରଣରୁ ହରଭଜନ ସିଂହ ଚଳିତ ଥର ନିଜ ଫ୍ୟାନ୍ସ ମାନଙ୍କୁ ନିଜ ଯାଦୁ ଦେଖେଇ ପାରିବାରୁ ବଂଚିତ ଅଛନ୍ତି । ଆଇପିଏଲର ଚଳିତ ସିଜିନରେ ଏମଏସ ଧୋନିଙ୍କ କ୍ୟାପଟେନସିପରେ ଭଜି ଏକ ଦମଦାର ପ୍ରଦର୍ଶନ କରିବା ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ । କିନ୍ତୁ ଜାରି ରହିଥିବା ଏହି ଘାତକ ମହାମାରୀ କାରଣରୁ ଏହା ସମ୍ଭବ ହୋଇପାରିନଥିଲା । ଅନିଶ୍ଚିତ କାଳ ପାଇଁ ଆଇପିଏଲକୁ ସ୍ଥଗିତ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.