Below header

୨୧ ଜିଲ୍ଲାରୁ ପୁଣି ୫୯୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୦୧ ଲୋକାଲ କେସ୍

କେନ୍ୟୁଜ୍(ବ୍ୟୁରୋ): ୨୪ ଘଣ୍ଟାରେ ରାଜ୍ୟରେ ଆଉ ୫୯୫  କରୋନା ପଜିଟିଭ୍‌ ଚିହ୍ନଟ । କ୍ୱାରେଣ୍ଟାଇନ୍‌ରୁ ୩୯୪, ୨୦୧ ଲୋକାଲ କଣ୍ଟାକ୍ଟ କେସ୍‌ ଆସିଛି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୩୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ୯୭ ଓ ଖୋର୍ଦ୍ଧାରୁ ୭୬ ନୂଆ ସଂକ୍ରମିତ ବାହାରିଛନ୍ତି ।ସେହିଭଳି ଜଗତସିଂହପୁରରୁ ୫, କଳାହାଣ୍ଡିରୁ ୪, କେନ୍ଦ୍ରାପଡାରୁ ୨, କେନ୍ଦୁଝରରୁ ୩, କୋରାପୁଟରୁ ୪୪, ମାଲକାନଗିରିରୁ ୩୬,ମୟୂରଭଞ୍ଜରୁ ୧୪, ନୟାଗଡରୁ ୫,ପୁରୀରୁ ୧୦, ରାୟଗଡାରୁ ୨, ସମ୍ବଲପୁରରୁ ୨, ସୁନ୍ଦରଗଡରୁ ୮, ବାଲେଶ୍ବରରୁ ୧୧, ବରଗଡରୁ ୩, ଭଦ୍ରକ ୧୧, ବଲାଙ୍ଗିରରୁ ଜଣେ ଓ କଟକରୁ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩ ହଜାରୀ୧୨୧କୁ ବୃଦ୍ଧି ପାଇଛି । ୪ହଜାର ୬୭୭ ଚିକିତ୍ସାଧୀନ ଥିବା ବେଳେ ୮ ହଜାର ୩୬୦ ସୁସ୍ଥ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.