ବରଗଡ଼ : ଷଷ୍ଠ ଶ୍ରେଣୀରେ ଫଢୁଥିଲା ରସିତା । ସ୍କୁଲକୁ ଯାଇଥିଲା ପାଠ ପଢ଼ିବାକୁ । ହେଲେ ଆଉ ଘରକୁ ଫେରି ପାରିଲାନି । ସ୍କୁଲ ପାଖ ଗଭୀର କୂଅରେ ପଡ଼ି ମୃତ୍ୟୁ ଘଟିଛି ରସିତା ପଟେଲର । ବରଗଡ଼ ଜିଲ୍ଲା ଆମ୍ବାଭୋନା ଥାନା ଅନ୍ତର୍ଗତ ପ୍ରକାଶପୁରରେ ଘଟିଛି ଏହି ଦୁଃଖଦ ଘଟଣା । ବ୍ଲକ୍ କଲୋନୀ ପ୍ରାଥମିକ ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ରୀ ରସିତା ଆଜି ଦିନ ସାଢ଼େ ଗୋଟାଏ ବେଳେ ସ୍କୁଲର ଖେଳ ଛୁଟି ସମୟରେ ବାହାରକୁ ଆସିଥିଲା । ସେତିକି ବେଳେ ସ୍କୁଲ ପାଖରେ ଥିବା ୪୦ ଫୁଟ ଗଭୀର କୂଅରେ ପଡ଼ି ଯାଇଥିଲା । କୂଅରେ ପୂରା ପାଣି ଥିଲା । ପରେ ଅଗ୍ନିଶମ କର୍ମଚାରୀ ଆସି ରସିତାର ମୃତଦେହ ଉଦ୍ଧାର କରିଥିଲେ । ଘଟଣାକୁ ନେଇ ସେଠାରେ ଉତ୍ତେଜନା ସୃଷ୍ଟି ହୋଇତିଲା । ସ୍ଥାନୀୟ ଲୋକେ ସ୍କୁଲ ପ୍ରଧାନଶିକ୍ଷକଙ୍କ ଅବହେଳାକୁ ଦାୟୀ କରି କାର୍ୟ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବି କରିଛନ୍ତି ।
ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…
ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…
ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…
ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…
ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…
ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…