Below header

ସ୍କୁଲ ପାଖ କୂଅରେ ପଡ଼ି ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

ବରଗଡ଼ : ଷଷ୍ଠ ଶ୍ରେଣୀରେ ଫଢୁଥିଲା ରସିତା । ସ୍କୁଲକୁ ଯାଇଥିଲା ପାଠ ପଢ଼ିବାକୁ । ହେଲେ ଆଉ ଘରକୁ ଫେରି ପାରିଲାନି । ସ୍କୁଲ ପାଖ ଗଭୀର କୂଅରେ ପଡ଼ି ମୃତ୍ୟୁ ଘଟିଛି ରସିତା ପଟେଲର । ବରଗଡ଼ ଜିଲ୍ଲା ଆମ୍ବାଭୋନା ଥାନା ଅନ୍ତର୍ଗତ ପ୍ରକାଶପୁରରେ ଘଟିଛି ଏହି ଦୁଃଖଦ ଘଟଣା । ବ୍ଲକ୍‌ କଲୋନୀ ପ୍ରାଥମିକ ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ରୀ ରସିତା ଆଜି ଦିନ ସାଢ଼େ ଗୋଟାଏ ବେଳେ ସ୍କୁଲର ଖେଳ ଛୁଟି ସମୟରେ ବାହାରକୁ ଆସିଥିଲା । ସେତିକି ବେଳେ ସ୍କୁଲ ପାଖରେ ଥିବା ୪୦ ଫୁଟ ଗଭୀର କୂଅରେ ପଡ଼ି ଯାଇଥିଲା । କୂଅରେ ପୂରା ପାଣି ଥିଲା । ପରେ ଅଗ୍ନିଶମ କର୍ମଚାରୀ ଆସି ରସିତାର ମୃତଦେହ ଉଦ୍ଧାର କରିଥିଲେ । ଘଟଣାକୁ ନେଇ ସେଠାରେ ଉତ୍ତେଜନା ସୃଷ୍ଟି ହୋଇତିଲା । ସ୍ଥାନୀୟ ଲୋକେ ସ୍କୁଲ ପ୍ରଧାନଶିକ୍ଷକଙ୍କ ଅବହେଳାକୁ ଦାୟୀ କରି କାର୍ୟ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.