ରାଜ୍ୟ

ଫୁଲବଡ଼ି ତିଆରି କରି ପୋଷୁଛନ୍ତି ପେଟ, ଜିଲ୍ଲା ପାଇଁ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ

କେନ୍ଦୁଝରର ପ୍ରସିଦ୍ଧ ଫୁଲବଡ଼ି । ଦେଖିବାକୁ ଫୁଲପରି, ହାଲୁକା ଓ ଖାଇବାକୁ ଭାରି ମଜା । ପ୍ରଥମ ଥର ଦେଖିଲେ ଏହା ସମସ୍ତଙ୍କ ମନ କିଣିନିଏ । କେନ୍ଦୁଝର ସହର ଓ ଆଖପାଖ ଅଞ୍ଚଳରେ ଏହା ଏକ କୁଟୀର ଶିଳ୍ପରେ ପରିଣତ ହୋଇଛି । ଶତାଧିକ ଲୋକେ ଫୁଲବଡ଼ି ତିଆରି କରି, ଜିଲ୍ଲା ତଥା ଜିଲ୍ଲା ବାହାରେ ବିକ୍ରି କରି ପରିବାର ପ୍ରତିପୋଷଣ କରି ପାରୁଛନ୍ତି । ଆସନ୍ତୁ ଜାଣିବା କିଭଳି ପ୍ରସ୍ତୁତ ହୁଏ ଏହି ଫୁଲବଡ଼ି ।

କେନ୍ଦୁଝର ସହରର ଆଟୋପୁର ଅଞ୍ଚଳ । ଶୀତଦିନେ ସକାଳୁ ସକାଳୁ ଉଠି ମହିଳାମାନେ ଫୁଲବଡ଼ି ତିଆରିରେ ଲାଗିପଡନ୍ତି । କିଏ ବିରି ବାଟେ ତ ଆଉ କିଏ ବିରି ଫେଣାଇବା କାମ କରନ୍ତି, ତ ଅନ୍ୟ କିଏ ଖସା ଉପରେ ଫୁଲବଡ଼ି ପକାଇଥାନ୍ତି । ଫୁଲବଡ଼ି ବିକ୍ରି କରି ଲୋକମାନେ ବେଶ୍ ଦୁଇପଇସା ରୋଜଗାର କରିପାରୁଛନ୍ତି ।

ଗୋଟିଏ ଦିନ ପୂର୍ବରୁ ପାଣିରେ ଭିଜା ହୋଇଥିବା ବିରିକୁ ବାଟି ପ୍ରଥମେ ଚିକ୍କଣ କରାଯାଏ । ଏହାପରେ ଏହାକୁ ଶିଳରେ ଭଲଭାବେ ଫେଣାଯାଏ । ଦୁଇଥର ଫେଣାଯାଇଥିବା ଏହି ବିରିକୁ ଖସା ଉପରେ ଫୁଲ ଭଳି ମୋଡ଼ାଯାଏ । ମହିଳାମାନଙ୍କର ଏହି ‘‘ବଡ଼ିମୋଡ଼ା’’କାର୍ଯ୍ୟ କୌଣସି କଳା ଠାରୁ କମ୍ ନୁହେଁ । ଏହା ଖରାରେ ଶୁଖିବା ପରେ ଏହି ଫୁଲବଡ଼ିକୁ ତେଲରେ ଭାଜି ପରସାଯାଏ । ଫୁଲବଡ଼ି ଦେଖିବାକୁ ଯେତିକି ସୁନ୍ଦର, ଏହାର ସ୍ବାଦ ସେତିକି ନିଆରା । ଆଟୋପୁର ଅଞ୍ଚଳର ଶତାଧିକ ପରିବାର ଫୁଲବଡ଼ି ତିଆରି କରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିକ୍ରି କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି । ଯାହା ଜିଲ୍ଲା ପାଇଁ ସୃଷ୍ଟି କରିଛି ଏକ ସ୍ବତନ୍ତ୍ର ପରିଚୟ । ଅତିଦୁଃଖର ସହ ବଡ଼ି ପ୍ରସ୍ତୁତକାରୀ କହିଛନ୍ତି ଯେ ତାଙ୍କୁ ସରକାରଙ୍କ ତରଫରୁ କୌଣସି ସହାୟତା ମିଳୁ ନାହିଁ, ସରକାର ଯଦି ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଅନ୍ତେ ସେମାନେ ଏହି ବଡ଼ି ବ୍ୟବସାୟ କୁ ବଡ଼ ଆକାରରେ କରି ଅଧିକ ଦି ପଇସା ରୋଜଗାର କରିପାରନ୍ତେ ବୋଲି ପ୍ରକାଶ କରିଛନ୍ତି ।

ବର୍ଷା ଦିନରେ ବଡ଼ି ପ୍ରସ୍ତୁତ ହୋଇ ପାରୁ ନଥିବାବେଳେ ସେହି ସମୟରେ ସେମାନେ ଯେଉଁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେଥିରୁ ମୁକ୍ତି ପାିଇ ପାରନ୍ତେ । ତେବେ କେନ୍ଦୁଝରର ଏହି ବଡ଼ିକୁ ଖାଇବା ପାଇଁ ଲୋକଙ୍କ ମନରେ ବେଶ ଆଗ୍ରହ ଦେଖାଯାଏ । ଦୂର ଦୂରାନ୍ତରରୁ ଲୋକମାନେ ଆସି ଏହି ବଡ଼ି କିଣି ଘରକୁ ନେଇ ଥାନ୍ତି ।

Subhalaxmi Das

Recent Posts

କେନ୍ଦୁପତ୍ର ଗୋଦାମରେ ଅଗ୍ନିକାଣ୍ଡ, ୫ କୋଟିରୁ ଅଧିକ ଟଙ୍କାର କେନ୍ଦୁପତ୍ର ପୋଡି ପାଉଁଶ

ମାଲକାନଗିରି (କେନ୍ୟୁଜ): କେନ୍ଦୁପତ୍ର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଗଲା କେନ୍ଦୁପତ୍ର । ମାଲକାନଗିରି ଜିଲ୍ଲା ଏମଭି-୩…

7 mins ago

କଟକ ଏସ୍‌ସିବିରୁ ଡିସ୍‌ଚାର୍ଜ ହେଲେ ପ୍ରଶାନ୍ତ ଜଗଦ୍ଦେବ

କଟକ (କେନ୍ୟୁଜ): କଟକ ଏସସିବିରୁ ଡିସଚାର୍ଜ ହେଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ୧୧ ଦିନ ପରେ ତାଙ୍କୁ…

30 mins ago

କିଏ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ, ଆସନ୍ତାକାଲି ବିଧାୟକ ଦଳ ବୈଠକରେ ହେବ ନିଷ୍ପତ୍ତି

ଭୁବନେଶ୍ୱର (କେନ୍ୟୁଜ); କିଏ ହେବେ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ । ଚାଲିଛି ଅଙ୍କକଷା । ଏସବୁ ଭିତରେ ମୁଖ୍ୟମନ୍ତ୍ରୀ…

49 mins ago

ଦେଖୁ ଦେଖୁ ଆଖି ପିଛୁଳାକେ ଲାଗିଗଲା ନିଆଁ, ହେଲେ କେମିତି?

ବାସୁଦେବପୁର(କେନ୍ୟୁଜ): ବାପ୍ ରେ ବାପ୍ କି ଧୂଆଁ । ଏ କି ଭୟଙ୍କର ଦୃଶ୍ୟ । ବିଚ୍ ରାସ୍ତାରେ ପୁଣି ଆମ୍ବୁଲାନ୍ସଟି…

1 hour ago

ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି, ଗାଡ଼ିରେ ଭର୍ତ୍ତି ପୂର୍ବରୁ ଜାଣିନିଅନ୍ତୁ ରେଟ୍‌

ଭୁବନେଶ୍ୱରରେ କମିଲା ପେଟ୍ରୋଲ ଦାମ । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୮୯ ପଇସା ରହିଛି ।…

1 hour ago

ସବୁଦିନ ପରିବର୍ତ୍ତନ ହେଉଛି ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ବଜାରରେ ମୂଲ୍ୟ?

ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଆଜି ସୁନା ଦର ବୃଦ୍ଧି ପାଇଛି ।…

2 hours ago