Categories: ରାଜ୍ୟ

ବାଲୁଗାଁ: ମାରିଦେଲେ ଲୁଟେରା, ଛିନତାଇ ବେଳେ ଚଳନ୍ତା ବାଇକରୁ ପଡି ମହିଳା ମୃତ

ସାମାନ୍ୟ କେତେଟା ଟଙ୍କା ପାଇଁ ଲୁଟେରା ନେଇଗଲେ ଜୀବନ। ମାନବିକତା ଆଗରେ ଜିତିଗଲା ଲୋଭର ରାକ୍ଷାସ। ଏମିତି କିଛି ଘଟଣା ଘଟିଛି ବାଲୁଗାଁର ନାଭାଲ ଅଞ୍ଚଳରେ। ଦୁର୍ବୃତ୍ତ ମାନେ ଭ୍ୟାନିଟ ବ୍ୟାଗକୁ ଝାମ୍ପି ନେବା ବେଳେ ବାଇକରୁ ପଡି ମହିଳାଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଗୋପପୁର ଚିକିଲି ଗାଁ ମଞ୍ଜୁଲତା ମହାନ୍ତି କୌଳାସ ମଲ୍ଲିକ ନାମକ ଜଣେ ସମ୍ପର୍କିୟଙ୍କ ସାଙ୍ଗେ ବାଇକ ଯୋଗେ ବଉଳାବନ୍ଧ ଯାଉଥିଲେ। ନାଭାଲ ଛକ ଠାରେ ବିପରିତ ଦିଗରୁ ଆସୁଥିବା ଏକ କଳା ପଲସର ହଠାତ ମହିଳାଙ୍କ ଭ୍ୟାନିଟ ବ୍ୟାଗକୁ ଛଡାଇ ନେଇଥିଲେ। ସେହି ସମୟରେ ବାଇକ ଚଳାଉଥିବା କୌଳାସ ବାଇକର ଭାରସାମ୍ୟ ରକ୍ଷା କରିପାରିଲେ ନାହିଁ। ତେଣୁ ଉଭୟ ସେଠାରେ ପଡି କିଛି ବାଟ ଘୋଶାଡି ହୋଇଯାଇଥିଲେ। ମହିଳା ଜଣଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ପ୍ରଥମେ ତାଙ୍କୁ  ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେହି ଡାକ୍ତରଖାନାର କର୍ମଚାରୀମାନେ ଏହାକୁ ଅପରାଧିକ ମାମଲା ଓ ମଞ୍ଜୁଳାଙ୍କ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ସେମାନେ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ କହିଥିଲେ। ପରେ ମଞ୍ଜୁଳାଙ୍କୁ ସେଠାରୁ ଆମ୍ବୁଲାନ୍ସ ଯୋଗେ ସରକାରୀ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାଣପୁର ଡାକ୍ତରଙ୍କ ଠାରୁ ସୂଚନା ପାଇବା ପରେ ଡାକ୍ତରଖାନାରେ ପୋଲିସ ପହଞ୍ଚି ପରିବାରକୁ ଖବର ଦେବା ସହ ତଦନ୍ତ ଚଳାଇଛି।

 

KNews Bureau

Recent Posts

ଗୋଟିଏ ମିନିଟରେ ହେବ ସ୍ମାର୍ଟଫୋନ ଚାର୍ଜ, ଆସିଲା ଫାଷ୍ଟ ଚାର୍ଜିଂ ଟେକ୍ନୋଲୋଜି

ସ୍ମାର୍ଟଫୋନ୍ ଓ ଇଲେକ୍ଟ୍ରିକ୍‌ ଗାଡ଼ି ର ଆବଶ୍ୟକତା ଆମ ଜୀବନରେ ବଢ଼ିବାରେ ଲାଗିଛି । ଏହି ସ୍ମାର୍ଟଫୋନ ଓ ଇଲେକ୍ଟ୍ରିକ୍‌…

9 mins ago

ଶ୍ରୀଲଙ୍କାରେ ପ୍ରବଳ ବର୍ଷା ଓ ଭୂସ୍ଖଳନ; ୧୦ ଜଣଙ୍କ ମୃତ୍ୟୁ, ୬ ନିଖୋଜ

ଶ୍ରୀଲଙ୍କାରେ ତାଣ୍ଡବ ରଚିଛି ବର୍ଷା । ଭୟଙ୍କର ବନ୍ୟା ପରିସ୍ଥିତି ଯୋଗୁ ସୋମବାର ସ୍କୁଲଗୁଡ଼ିକୁ ବନ୍ଦ କରି ଦିଆଯାଇଛି ।…

43 mins ago

ଓଜେଇ ୨୦୨୪ର ଫଳାଫଳ ପ୍ରକାଶ, ୨୩ ଟି ବିଭାଗରେ ୨୩ ଜଣ ଟପ୍ପର

 ଭୁବନେଶ୍ୱର : ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା -ଓଜେଇ ୨୦୨୪ର ଫଳାଫଳ ପ୍ରକାଶ । ଚଳିତ ବର୍ଷ ମେ'ରେ ହୋଇଥିଲା…

51 mins ago

ୟୁପି : ଜଣେ ଭିନ୍ନକ୍ଷମ ଶିଶୁକୁ ମାରିବା ଇନ୍ସପେକ୍ଟରଙ୍କ ପାଇଁ ପଡିଲା ମହଙ୍ଗା, ଭାଇରାଲ ହେଉଛି ଭିଡିଓ

ୟୁପିର ବିଜନୋରରେ ପିଲାଙ୍କୁ ପିଟିଥିବା ଇନ୍ସପେକ୍ଟରଙ୍କ ପାଇଁ ମହଙ୍ଗା ପଡିଛି । ଭିଡିଓ ଭାଇରାଲ ହେବା ପରେ ଇନ୍ସପେକ୍ଟରଙ୍କୁ ନିଲମ୍ବିତ…

56 mins ago

ରୋଜଗାର କରିବା ବୟସରେ ଦାଉ ସାଜୁଛି ରୋଗ, ପରିବାର ଚଳିବ କେମିତି ?

ନୟାଗଡ଼: ଜୀବନରେ ଦୁଃଖ ଆଉ ସୁଖ ଏ ତ ଲାଗି ରହିଛି । ହେଲେ ଏହି ଦୁଃଖ ବେଳେ ବେଳେ…

57 mins ago

ଏସି ଥଣ୍ଡାରେ ଚୋରି କରିବାକୁ ଭୁଲି ଶୋଇପଡିଲା ଚୋର, ସକାଳୁ ଉଠିଲା ବେଳକୁ ସାମ୍ନାରେ ପୋଲିସ

ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଦେଖିବାକୁ ମିଳିଛି ଅଦ୍ଭୁତ ଘଟଣା । ଚୋରି କରିବାକୁ ଆସିଥିବା ଚୋର ରୁମରେ ଏସି ଥଣ୍ଡା…

59 mins ago