ଅତି ଆଶ୍ଚର୍ଯ୍ୟ , ୨୨ ବର୍ଷ ପରେବି ମାଟିତଳୁ ବାହାରିଲା ସତେଜ ଶବ

ଯେତେବେଳେ କାହାର ମୃତ୍ୟୁ ହୁଏ ତାର ଶବକୁ ପରିବାର ଲୋକେ ନିଜ ନିଜ ଧାର୍ମିକ ରୀତି ଅନୁସାରେ ସତ୍କାର କରିଥାନ୍ତି । କିଛି ଲୋକ ନିଆଁରେ ପୋଡି ଶବସତ୍କାର କରୁଥିବା ବେଳେ କିଛି ଲୋକ ଭୂମିରେ ପୋତି ସତ୍କାର କରିଥାନ୍ତି । କିନ୍ତୁ ଆପଣ ମାନେ ଏହା କେବେ ଶୁଣିଛନ୍ତି କି ଜଣେ ବ୍ୟକ୍ତିର ମୃତ୍ୟୁ ଘଟିବାର ୨୨ ବର୍ଷ ପରେ ମଧ୍ୟ ତାହାର ଶବ ଏପର୍ଯ୍ୟନ୍ତ ସତେଜ ଅଛି । ଆସନ୍ତୁ ଜାଣିବା ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ବିଷୟରେ ।

ଉତ୍ତର ପ୍ରଦେଶର ବାନ୍ଦା ଜିଲ୍ଲାରେ ନିକଟରେ ଏପରି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଜିଲ୍ଲାର ଏକ ଶ୍ମଶାନରେ ଦୀର୍ଘ ୨୨ ବର୍ଷ ତଳେ ଏକ ଶବ ଦାହ କରାଯାଇଥିଲା । ମୃତ ବ୍ୟକ୍ତିଙ୍କର ନାମ ଥିଲା ନାସିର ଅହମ୍ମଦ । ତେବେ ଲଗାଣ ବର୍ଷା ଯୋଗୁଁ କିଛି ଦିନ ତଳେ ମାଟି ଧସିବା ଆରମ୍ଭ କରିଦେଇଥିଲା । ସେହିସମୟରେ ଏକ ପୂର୍ବରୁ ପୋତାଯାଇଥିବା କଫନର କିଛି ଅଂଶ ବାହାରକୁ ଦେଖାଯାଇଥିଲା । ପରେ ତାହାକୁ ଖୋଳା ଖୋଳି କରି ଶବଟିକୁ ବାହାରକୁ ବାହାର କରିବା ପରେ ଦେଖାଯାଇଥିଲା ଯେ ଶବଟି ପୁରା ସତେଜ ଅଛି । ଯାହାକୁ ଦେଖି ପାଖରେ ଠିଆହୋଇଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାଠାରୁ ମଧ୍ୟ ବେଶୀ ଆଶ୍ଚର୍ଯ୍ୟକର ଥିଲା ଶବ ଉପରେ ଘୋଡା ଯାଇଥିବା କପଡାଟି କାରଣ ଏହା ଏକଦମ ସଫା ସୁତୁରା ଥିଲା ମାଟିରେ ଏତେ ବର୍ଷ ପୋତା ଯାଇଥିଲେ ମଧ୍ୟ ଏହା ଟିକେବି ମଳି ହୋଇନଥିଲା ।

ଏହାସହ ପଢନ୍ତୁ ମଙ୍ଗଳ ଗ୍ରହର ସେହି ରହସ୍ୟମୟ ଚିତ୍ର, ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା

ପାଖ ଆଖର ଲୋକଙ୍କ କହିବା ଅନୁଯାୟୀ ଆଜକୁ ପ୍ରାୟ ୨୨ ବର୍ଷ ତଳେ ୫୫ ବର୍ଷୀୟ ନାସିର ଅହମଦ ନାମକ ଜଣେ ଲୋକକୁ ଏହି ଶ୍ମଶାନରେ କବର ଦିଆଯାଇଥିଲା । ଏତେ ଦିନର ବ୍ୟବଧାନ ପରେବି ତାଙ୍କ ଶବ କିପରି ସତେଜ ରହିଛି ସେହି ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି । ଏହାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ପଡିଶା ଲୋକଙ୍କ କହିବା ଅନୁଯାୟୀ ନାସିର ପେସାରେ ଜଣେ ନାଇ ଥିଲେ । ତାଙ୍କର ମଧ୍ୟ ପାଖ ବଜାରରେ ଏକ ଦୋକାନ ଥିଲା । ତାଙ୍କର ମୃତ୍ୟୁ ଅଚାନକ ହିଁ ଘଟିଥିଲା ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ବ୍ୟବସାୟୀଙ୍କ ପାଇଁ କିପରି କଟିବ ଦିନ

ମେଷ : କାର୍ଯ୍ୟ ସମ୍ବନ୍ଧୀୟ କିଛି ସୃଜନାତ୍ମକ ଚିନ୍ତାଧାରା ମନକୁ ଆସିପାରେ, ଯାହାକୁ ଆପଣ ନିଜ କାମରେ ବ୍ୟବହାର କରିପାରିବେ,…

34 mins ago

ଓଡ଼ିଶାର ଗଣମାଧ୍ୟମ ପରିବାର ପକ୍ଷରୁ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମ ଜଗତର ପ୍ରମୁଖ ବ୍ୟକ୍ତିିତ୍ୱ ରାମୋଜୀ ରାଓଙ୍କ ବିୟୋଗରେ ଓଡ଼ିଶାର ମିଡିଆ ପରିବାର ମଧ୍ୟରେ ଗଭୀର…

1 hour ago

ଫେସବୁକ ପ୍ରେମର କରୁଣ ପରିଣତି, ପ୍ରେମିକାର ଗଳା କାଟିବା ପରେ ନିଜ ଗଳା କାଟି ଜୀବନ ହାରିଲେ ପ୍ରେମିକ

ଦେବଗଡ଼ : ଫେସବୁକ ପ୍ରେମର କରୁଣ ପରିଣତି l ସାହି ଦାଣ୍ଡରେ ପ୍ରେମିକାର ତଣ୍ଟି କାଟିବା ପରେ ନିଜେ ନିଜ…

2 hours ago

ଥାନାକୁ ଡାକି ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ କରିବା ଘଟଣା : ନିଲମ୍ବିତ ହେଲେ ପୋଲିସ ଏଏସଆଇ

ସୁବର୍ଣ୍ଣପୁର : ମିଛ କେଶରେ ଯୁବକଙ୍କୁ ଥାନାକୁ ଡାକି ଥାର୍ଡ଼ ଡିଗ୍ରୀ କରିବା ଏଏସଆଇଙ୍କୁ ମହଙ୍ଗା ପଡିଲା  l ଘଟଣାକୁ…

2 hours ago

ରୋଗୀ ଆଣୁଥିବା ବେଳେ 108 ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ଡ୍ରାଇଭର

ବାସୁଦେବପୁର :  ଭଦ୍ରକ ଜିଲ୍ଲା ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡା ପେଟ୍ରୋଲ ପମ୍ପ ନିକଟରେ ରୋଗୀ ଆଣୁଥିବା ବେଳେ 108 …

3 hours ago

କୋଇଲା ଟ୍ରେନରେ ନିଆଁ, ଆୟତ୍ତ କରିବା ପାଇଁ ଲାଗିଛନ୍ତି ଦମକଳ ବାହିନୀ

ସୋର : କୋଇଲା ବଗିରେ ଲାଗିଛି ନିଆଁ  l କୋଇଲା ବୋଝେଇ ଟ୍ରେନ ଧାମରାରୁ ଖଡ଼ଗପୁର ଯିବା ବେଳେ ସୋର…

4 hours ago