Below header

ଅତି ଆଶ୍ଚର୍ଯ୍ୟ , ୨୨ ବର୍ଷ ପରେବି ମାଟିତଳୁ ବାହାରିଲା ସତେଜ ଶବ

ଯେତେବେଳେ କାହାର ମୃତ୍ୟୁ ହୁଏ ତାର ଶବକୁ ପରିବାର ଲୋକେ ନିଜ ନିଜ ଧାର୍ମିକ ରୀତି ଅନୁସାରେ ସତ୍କାର କରିଥାନ୍ତି । କିଛି ଲୋକ ନିଆଁରେ ପୋଡି ଶବସତ୍କାର କରୁଥିବା ବେଳେ କିଛି ଲୋକ ଭୂମିରେ ପୋତି ସତ୍କାର କରିଥାନ୍ତି । କିନ୍ତୁ ଆପଣ ମାନେ ଏହା କେବେ ଶୁଣିଛନ୍ତି କି ଜଣେ ବ୍ୟକ୍ତିର ମୃତ୍ୟୁ ଘଟିବାର ୨୨ ବର୍ଷ ପରେ ମଧ୍ୟ ତାହାର ଶବ ଏପର୍ଯ୍ୟନ୍ତ ସତେଜ ଅଛି । ଆସନ୍ତୁ ଜାଣିବା ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ବିଷୟରେ ।

Image result for miracle-body-of-a-dead-man-found-as-it-is-upat in uttarpradesh bandaଉତ୍ତର ପ୍ରଦେଶର ବାନ୍ଦା ଜିଲ୍ଲାରେ ନିକଟରେ ଏପରି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଜିଲ୍ଲାର ଏକ ଶ୍ମଶାନରେ ଦୀର୍ଘ ୨୨ ବର୍ଷ ତଳେ ଏକ ଶବ ଦାହ କରାଯାଇଥିଲା । ମୃତ ବ୍ୟକ୍ତିଙ୍କର ନାମ ଥିଲା ନାସିର ଅହମ୍ମଦ । ତେବେ ଲଗାଣ ବର୍ଷା ଯୋଗୁଁ କିଛି ଦିନ ତଳେ ମାଟି ଧସିବା ଆରମ୍ଭ କରିଦେଇଥିଲା । ସେହିସମୟରେ ଏକ ପୂର୍ବରୁ ପୋତାଯାଇଥିବା କଫନର କିଛି ଅଂଶ ବାହାରକୁ ଦେଖାଯାଇଥିଲା । ପରେ ତାହାକୁ ଖୋଳା ଖୋଳି କରି ଶବଟିକୁ ବାହାରକୁ ବାହାର କରିବା ପରେ ଦେଖାଯାଇଥିଲା ଯେ ଶବଟି ପୁରା ସତେଜ ଅଛି । ଯାହାକୁ ଦେଖି ପାଖରେ ଠିଆହୋଇଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାଠାରୁ ମଧ୍ୟ ବେଶୀ ଆଶ୍ଚର୍ଯ୍ୟକର ଥିଲା ଶବ ଉପରେ ଘୋଡା ଯାଇଥିବା କପଡାଟି କାରଣ ଏହା ଏକଦମ ସଫା ସୁତୁରା ଥିଲା ମାଟିରେ ଏତେ ବର୍ଷ ପୋତା ଯାଇଥିଲେ ମଧ୍ୟ ଏହା ଟିକେବି ମଳି ହୋଇନଥିଲା ।

ଏହାସହ ପଢନ୍ତୁ ମଙ୍ଗଳ ଗ୍ରହର ସେହି ରହସ୍ୟମୟ ଚିତ୍ର, ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା

ପାଖ ଆଖର ଲୋକଙ୍କ କହିବା ଅନୁଯାୟୀ ଆଜକୁ ପ୍ରାୟ ୨୨ ବର୍ଷ ତଳେ ୫୫ ବର୍ଷୀୟ ନାସିର ଅହମଦ ନାମକ ଜଣେ ଲୋକକୁ ଏହି ଶ୍ମଶାନରେ କବର ଦିଆଯାଇଥିଲା । ଏତେ ଦିନର ବ୍ୟବଧାନ ପରେବି ତାଙ୍କ ଶବ କିପରି ସତେଜ ରହିଛି ସେହି ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି । ଏହାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ପଡିଶା ଲୋକଙ୍କ କହିବା ଅନୁଯାୟୀ ନାସିର ପେସାରେ ଜଣେ ନାଇ ଥିଲେ । ତାଙ୍କର ମଧ୍ୟ ପାଖ ବଜାରରେ ଏକ ଦୋକାନ ଥିଲା । ତାଙ୍କର ମୃତ୍ୟୁ ଅଚାନକ ହିଁ ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.