ଗଜପତି: ପୋଲିସ ବାନ୍ଧିଲା ପୁତୁରାକୁ, କରିଥିଲା ୩୦ ତୁଳା ସୁନାଗହଣା ଚୋରି

ସୁନା ଚୋର ଗିରଫ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ରେଖେନା ସାହିର ପ୍ରମୋଦ କୁମାର ପଣ୍ଡାଙ୍କ ଘରୁ କିଛି ଦିନ ପୂର୍ବରୁ ୩୦ ତୁଳା ସୁନାଗହଣା ଚୋରି ହୋଇଥିଲା। ସୁନା ଚୋରକୁ ଖୋଜି ଖୋଜି ପ୍ରମୋଦଙ୍କ ପୁତୁରା, ଚିନ୍ମୟ ପାତ୍ର ନିକଟରେ ପହଞ୍ଚିଥିଲା। ଚିନ୍ମୟକୁ ଜେରା କରିବା ସହ, ସେ ନିଜ ଦୋଷ ସ୍ୱୀକାର କରିଛି। ଏନେଇ ଗଜପତି ଏସ୍‌ପି ସାରା ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଚିନ୍ମୟଙ୍କ ନିକଟରୁ ଦୁଇଟି ନେକଲେସ୍‌, ଗୋଟିଏ ମଙ୍ଗଳସୂତ୍ର, ୪ଟି ଚେନ୍‌, ସୁନା ଚୁଡ଼ି, ମୁଦି ଆଦି ଜବତ ହୋଇଛି। ଚୋରୀରେ ବ୍ୟବହୃତ କଟର ଓ ସ୍କୃ-ଡାଇଭର ଜବତ କରାଯାଇଛି।