ରାଜ୍ୟ

ଝାରପଡ଼ା ଜେଲରେ ରାତି କାଟିଲେ ବିଳାସମୟ ଲାଇଫ ଷ୍ଟାଇଲ ଜିଉଁଥିବା ଅଭୟକାନ୍ତ ଓ ତାଙ୍କ ପୁଅ ଆକାଶ, ଖାଇଥିଲେ ଘରୁ ଆସିଥିବା ଖାଦ୍ୟ

ଭୁବନେଶ୍ବର: ଆଇଏଫଏସ୍‌ ଅଫିସର ଅଭୟକାନ୍ତ ପାଠକଙ୍କ ନୂଆ ଠିକଣା ଭୁବନେଶ୍ୱର ଝାରପଡ଼ା ଜେଲ୍‌ । ବିଳାସମୟ ଲାଇଫ ଷ୍ଟାଇଲ ଜିଉଁଥିବା ଅଭୟ ଓ ତାଙ୍କ ପୁଅ ଆକାଶ ଜେଲରେ ରାତି କାଟିଛନ୍ତି । ଗିରଫ ପରେ ଗତକାଲି ବାପା-ପୁଅ ଯୋଡ଼ିଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଥିଲା । ସେମାନଙ୍କର କୋଭିଡ୍‌ ଟେଷ୍ଟ ହୋଇ ନଥିବାରୁ ଜେଲର ଆଇସୋଲେସନ୍‌ ଓ୍ଵାର୍ଡରେ ରହିଥିଲେ । ଖାଇଥିଲେ ଘରୁ ଆସିଥିବା ଖାଦ୍ୟ । ଡିସେମ୍ବର ୯ତାରିଖ ଯାଏଁ ଅଭୟକାନ୍ତ ଓ ଆକାଶଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଆୟଠୁ ଅଧିକ ସମ୍ପତ୍ତି ଠୁଳ କରିବା ଆଇଏଫଏସ୍‌ ଅଭୟକାନ୍ତଙ୍କୁ ମହଙ୍ଗା ପଡ଼ିଛି । ଜେଲ ଯିବା ସହ ଚାକିରିରୁ ବି ନିଲମ୍ବିତ ହୋଇଛନ୍ତି । ଗିରଫ ପରେ ଅଭୟକାନ୍ତ ପାଠକଙ୍କ ବିରୋଧରେ ଆକ୍ସନ ହୋଇଛି । ତାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଓ ମାମଲାର ତଦନ୍ତ ପାଇଁ ଗଠନ ହୋଇଛି ଏସଆଇଟି । ଏକ ୨୦ ଜଣିଆ ଏସଆଇଟି ଗଠନ କରାଯାଇଛି । ଏନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

କେଉଁ କେଉଁ ସୂତ୍ରରୁ ସେ ଆୟଠୁ ଅଧିକ ସମ୍ପତ୍ତି ଠୁଳ କରିଥିଲେ ତାର ସରଜମିନ ଖୋଳତାଡ ହେବ । ଅଭୟକାନ୍ତଙ୍କର ୯ କୋଟି ୩୫ ଲକ୍ଷ ୪୨ ହଜାର ଟଙ୍କାରୁ ଅଧିକ ଆୟ ବହିର୍ଭୁତ ସମ୍ପତ୍ତି ଠାବ ହୋଇଛି । ଆୟଠାରୁ ୪୩୫ ପ୍ରତିଶତ ଅଧିକ ସମ୍ପତ୍ତି । ବେନାମୀ ଟ୍ରାଞ୍ଜାକସନ୍‌ ଓ ସମ୍ପତ୍ତିର ଖୋଳତାଡ କରିବ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ ।

ଘରୋଇ ବ୍ୟାଙ୍କର କ୍ୟାସ କାଉଣ୍ଟର ଓ ଏଟିଏମ୍‌ ଜରିଆରେ ଆକାଉଣ୍ଟରେ ବିପୁଳ ନଗଦ ଟଙ୍କା ଜମା ହୋଇଛି । ସେସବୁ ବ୍ୟାଙ୍କର ବି ତଦନ୍ତ ପରିସରକୁ ଆସିବେ । ଭୁବନେଶ୍ୱର ଟ୍ରାଭେଲ ଏଜେନ୍ସୀ ଜରିଆରେ କରିଥିବା ଚାର୍ଟର ପ୍ଲେନ ବୁକିଂ ଓ ଟଙ୍କା ପୈଠ ବି ତଦନ୍ତ ପରିସରଭୁକ୍ତ ହେବ । ଆଉ କେଉଁଠି ସବୁ ଟଙ୍କା ଲଗାଇଛନ୍ତି ସେସବୁର ତଦନ୍ତ କରିବ ୨୦ ଜଣିଆ ଏସଆଇଟି ।

Sonalisa

Recent Posts

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

3 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

9 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

17 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

20 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

27 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

53 mins ago