ଝାରପଡ଼ା ଜେଲରେ ରାତି କାଟିଲେ ବିଳାସମୟ ଲାଇଫ ଷ୍ଟାଇଲ ଜିଉଁଥିବା ଅଭୟକାନ୍ତ ଓ ତାଙ୍କ ପୁଅ ଆକାଶ, ଖାଇଥିଲେ ଘରୁ ଆସିଥିବା ଖାଦ୍ୟ

ଭୁବନେଶ୍ବର: ଆଇଏଫଏସ୍‌ ଅଫିସର ଅଭୟକାନ୍ତ ପାଠକଙ୍କ ନୂଆ ଠିକଣା ଭୁବନେଶ୍ୱର ଝାରପଡ଼ା ଜେଲ୍‌ । ବିଳାସମୟ ଲାଇଫ ଷ୍ଟାଇଲ ଜିଉଁଥିବା ଅଭୟ ଓ ତାଙ୍କ ପୁଅ ଆକାଶ ଜେଲରେ ରାତି କାଟିଛନ୍ତି । ଗିରଫ ପରେ ଗତକାଲି ବାପା-ପୁଅ ଯୋଡ଼ିଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଥିଲା । ସେମାନଙ୍କର କୋଭିଡ୍‌ ଟେଷ୍ଟ ହୋଇ ନଥିବାରୁ ଜେଲର ଆଇସୋଲେସନ୍‌ ଓ୍ଵାର୍ଡରେ ରହିଥିଲେ । ଖାଇଥିଲେ ଘରୁ ଆସିଥିବା ଖାଦ୍ୟ । ଡିସେମ୍ବର ୯ତାରିଖ ଯାଏଁ ଅଭୟକାନ୍ତ ଓ ଆକାଶଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଆୟଠୁ ଅଧିକ ସମ୍ପତ୍ତି ଠୁଳ କରିବା ଆଇଏଫଏସ୍‌ ଅଭୟକାନ୍ତଙ୍କୁ ମହଙ୍ଗା ପଡ଼ିଛି । ଜେଲ ଯିବା ସହ ଚାକିରିରୁ ବି ନିଲମ୍ବିତ ହୋଇଛନ୍ତି । ଗିରଫ ପରେ ଅଭୟକାନ୍ତ ପାଠକଙ୍କ ବିରୋଧରେ ଆକ୍ସନ ହୋଇଛି । ତାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଓ ମାମଲାର ତଦନ୍ତ ପାଇଁ ଗଠନ ହୋଇଛି ଏସଆଇଟି । ଏକ ୨୦ ଜଣିଆ ଏସଆଇଟି ଗଠନ କରାଯାଇଛି । ଏନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

akshya pathakକେଉଁ କେଉଁ ସୂତ୍ରରୁ ସେ ଆୟଠୁ ଅଧିକ ସମ୍ପତ୍ତି ଠୁଳ କରିଥିଲେ ତାର ସରଜମିନ ଖୋଳତାଡ ହେବ । ଅଭୟକାନ୍ତଙ୍କର ୯ କୋଟି ୩୫ ଲକ୍ଷ ୪୨ ହଜାର ଟଙ୍କାରୁ ଅଧିକ ଆୟ ବହିର୍ଭୁତ ସମ୍ପତ୍ତି ଠାବ ହୋଇଛି । ଆୟଠାରୁ ୪୩୫ ପ୍ରତିଶତ ଅଧିକ ସମ୍ପତ୍ତି । ବେନାମୀ ଟ୍ରାଞ୍ଜାକସନ୍‌ ଓ ସମ୍ପତ୍ତିର ଖୋଳତାଡ କରିବ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ ।

ଘରୋଇ ବ୍ୟାଙ୍କର କ୍ୟାସ କାଉଣ୍ଟର ଓ ଏଟିଏମ୍‌ ଜରିଆରେ ଆକାଉଣ୍ଟରେ ବିପୁଳ ନଗଦ ଟଙ୍କା ଜମା ହୋଇଛି । ସେସବୁ ବ୍ୟାଙ୍କର ବି ତଦନ୍ତ ପରିସରକୁ ଆସିବେ । ଭୁବନେଶ୍ୱର ଟ୍ରାଭେଲ ଏଜେନ୍ସୀ ଜରିଆରେ କରିଥିବା ଚାର୍ଟର ପ୍ଲେନ ବୁକିଂ ଓ ଟଙ୍କା ପୈଠ ବି ତଦନ୍ତ ପରିସରଭୁକ୍ତ ହେବ । ଆଉ କେଉଁଠି ସବୁ ଟଙ୍କା ଲଗାଇଛନ୍ତି ସେସବୁର ତଦନ୍ତ କରିବ ୨୦ ଜଣିଆ ଏସଆଇଟି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.