Below header

ଏବେ ବି ବଞ୍ଚିଛି ମାନବିକତା, ବାତ୍ୟା ସମୟରେ ବୁଲା କୁକୁରଙ୍କୁ ଆଶ୍ରୟ ଦେବା ପାଇଁ ଘରର କବାଟ ଖୋଲିଲେ ଲୋକେ

ସ୍ଥଳଭାଗ ସ୍ପର୍ଶ କରିଛି ଘୂର୍ଣ୍ଣିଝଡ଼ ନିଭାର। ୨୬ ନଭେମ୍ବର ରାତି ପ୍ରାୟ ୨.୩୦ରେ ଏହା ସ୍ଥଳ ଭାଗ ଛୁଇଁଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୨୦ କିଲୋମିଟର ଥିଲା। ପରେ ଧୀରେ ଧୀରେ ଏହି ବେଗ କମି ୧୦୦ରୁ ୧୧୦ କିଲୋମିଟର ପ୍ରତି ଘଣ୍ଟା ହୋଇଥିଲା। ତେବେ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ କୁକୁରଙ୍କ ପାଇଁ କିଛି ଲୋକ ଦେବଦୂତ ସାଜିଛନ୍ତି। ଲୋକମାନେ ବାତ୍ୟା ବେଳେ କୁକୁରଙ୍କୁ ସାହାରା ଦେବା ପାଇଁ ନିଜ ନିଜ ଘରର କବାଟ ଖୋଲିଥିବା ଦେଖାଯାଇଛି।

ଚେନ୍ନାଇର ଭିଗ୍ନେଶ ସୁକୁମାରଙ୍କ କହିବାନୁସାରେ ଗତକାଲି ପ୍ରବଳ ବର୍ଷା ଯୋଗୁ ୧୩ ଟି କୁକୁର ଛୁଆଙ୍କ ମୃତ୍ୟୁ ଘଟିଥିଲା। ତାହା ଦେଖି ସେ କୁକୁରଙ୍କୁ ସାହାରା ଦେବାକୁ ନିଷ୍ପତ୍ତି ନେଇଥିଲେ। ଏଣୁ ବାତ୍ୟା ଆସିବା ପରେ ସେ କୁକୁରଙ୍କ ପାଇଁ ନିଜ ଘରର କବାଟ ଖୋଲି ଦେଇଥିଲେ। ଫଳରେ କୁକୁରମାନେ ସୁରକ୍ଷିତ ଭାବେ ତାଙ୍କ ଘରେ ରହିପାରିଛନ୍ତି। ଏବେ ୬ଟି କୁକୁର ତାଙ୍କ ଘରେ ଆଶ୍ରୟ ନେଇଛନ୍ତି। ସମସ୍ତେ ବୁଲାକୁକୁର। କୁକୁରମାନେ ଘରର ଗୋଟିଏ କୋଣରେ ଚୁପ୍‌ଚାପ ବସିଛନ୍ତି। ଭିଗ୍ନେଶ ମେଡିକାଲରେ କାମ କରୁଥିବା ବେଳେ ତାଙ୍କ ପାଖରେ ପୂର୍ବରୁ ବି ୧୪ଟି କୁକୁର ଥିଲେ।

ତେବେ କେବଳ ଭିଗ୍ନେଶ ନୁହେଁ ତାଙ୍କ ଘର ପାଖରେ ରହୁଥିବା ଯୋଗଲକ୍ଷ୍ମୀ ମଧ୍ୟ ୩ଟି ବୁଲା କୁକୁରକୁ ଆଶ୍ରୟ ଦେଇଛନ୍ତି। ସେହିପରି ଏମ୍‌ ମହେଶ ନାମକ ଜଣେ ଦୋକାନୀ ମଧ୍ୟ ୧୦ଟି କୁକୁରକୁ ସାହାରା ଦେଇଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.