ଢେଙ୍କାନାଳ ଭୁବନ ବାଜି ରାଉତ ବ୍ରିଜ୍‌ ଉପରେ ଓଭରଟେକକୁ ନେଇ ଯାତ୍ରୀବାହୀ ବସ୍‌ ଉପରକୁ ଗୁଳିମାଡ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଭୁବନ ବାଜି ରାଉତ ବ୍ରିଜ୍‌ ଉପରେ ଓଭରଟେକକୁ ନେଇ ଯାତ୍ରୀବାହୀ ବସ୍‌ ଉପରକୁ ଗୁଳିମାଡ । କଟକରୁ ଭୁବନ ଅଭିମୁଖେ ଯାଉଥିବା ମଲ୍ଲିକ ନାମକ ଏକ ଯାତ୍ରୀବାହୀ ବସ ଉପରକୁ ଗୁଳି ମାଡ଼ କରାଯାଇଛି । ତେବେ ଗୁଳିଟି ବସର କାଚରେ ବାଜିଥିବାବେଳେ କାହାରି କିଛି କ୍ଷତି ହୋଇନଥିବା ଜଣାପଡିଛି ।

ବସଟିକୁ କପିଳାସ ନିକଟରେ ଦୁଇ ଜଣ ଯୁବକ ଓ ଜଣେ ଯୁବତୀ ବାଇକ ଯୋଗେ ଓଭରଟେକ କରିଥିଲେ । ଏପରିକି ଚାରି ପାଞ୍ଚ ଥର କରିବାପରେ ବସର ଡ୍ରାଇଭର ଦୁର୍ଯ୍ୟୋଧନ ସ୍ୱାଇଁଙ୍କ ସହିତ , ଓଭରଟେକକୁ ନେଇ ସେମାନଙ୍କର ଗାଳିଗୁଲଜ ହୋଇଥିଲା । ବାଜିରାଉତ ସେତୁ ନିଳକଣ୍ଠପୁର ଗ୍ରାମ ଛକରେ ବସକୁ ଅଟକାଇ ଉତ୍ୟକ୍ତ ଯୁବକ ଡ୍ରାଇଭରକୁ ଗାଳିଗୁଲଜ ଓ ଟଣାଓଟରା କରି ସାଥୀ ଯୁବତୀଙ୍କ ଭ୍ୟାନିଟରୁ ବନ୍ଧୁକ କାଢି ଡ୍ରାଇଭର ଉପରକୁ ଗୁଳି ଚାଳନା କରିଥିଲେ ।

ତେବେ ସୌଭାଗ୍ଯବଶତଃ ଗୁଳିଟି ବସର ଆଗ କାଚରେ ବାଜିଥିଲା । ଘଟଣାସ୍ଥଳକୁ ସ୍ଥାନୀୟ ଲୋକେ ଦୌଡି ଆସିବା ପରେ ୩ ଜଣ ଯୁବକ ଓ ଯୁବତୀ ଫେରାର ହୋଇଯାଇଥିଲେ । ଏଯାଏ ସେମାନଙ୍କର ପରିଚୟ ମିଳିପାରି ନାହିଁ । ଏନେଇ ସୂଚନା ପାଇ ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.