ବ୍ୟବସାୟ ଓ ଅର୍ଥନୀତି

ତେଲ ପକାଇବା ପୂର୍ବରୁ ଜାଣନିଅନ୍ତୁ ଆଜି କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର

ଆଜି ପେଟ୍ରୋଲ ଓ ଡିଜେଲ ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି। ଲଗାତର ଭାବରେ ତୈଳ ଦର ବଢ଼ୁଥିବାବେଳେ ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ସକାଳ ସୁଦ୍ଧା ଲିଟର ପିଛା ୮୨ ଟଙ୍କା ୭୪ ପଇସା ଥିବା ନେଇ ଜଣାଯାଇଛି । ଠିକ ସେହିପରି ଡିଜେଲ ମୂଲ୍ୟ ଲିଟର ପିଛା ସାମାନ୍ୟ ବଢ଼ି ବଢ଼ି ୭୮ ଟଙ୍କା ୫୫ ପଇସା ଛୁଇଁଥିବା ନେଇ ରେକର୍ଡ ହୋଇଛି । ଗତ କିଛି ଦିନ ହେବ ଉଭୟ ଦରରେ ସେପରି କୌଣସି ପରିବର୍ତ୍ତନ ଆସିଥିବା ଲକ୍ଷ କରାଯାଇନାହିଁ |

ପେଟ୍ରୋଲ ଏବଂ ଡିଜେଲ ଦାମ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ। ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ। ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ।

ପ୍ରତିଦିନ ଛଅଟା ବେଳେ ବଦଳିଯାଏ ମୂଲ୍ୟ

ସୂଚନା ମୁତାବକ ପ୍ରତ୍ୟେକ ଦିନ ସକାଳ ୬ଟା ରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ | ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ ।

Pritiparna

Recent Posts

ଭୋଟ ଗଣତି କେନ୍ଦ୍ରକୁ ମୋବାଇଲ ବାରଣ

ଭୁବନେଶ୍ୱର(କେନ୍ୟୁଜ୍‌) : ରାତି ପାହିଲେ ଭୋଟ ଗଣତି । ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ ପେଡି । ସକାଳ ୮ଟାରୁ ଆରମ୍ଭ…

34 mins ago

ଶ୍ରୀକ୍ଷେତ୍ର ଭଉଁରୀ ବାଣ ବିସ୍ପୋରଣ ଘଟଣାରେ ୪ ଗିରଫ

ପୁରୀ(କେନ୍ୟୁଜ୍‌) : ପୁରୀ ବାଣ ବିସ୍ଫୋରଣ ଘଟଣାରେ ୪ ଗିରଫ । ଗିରଫ ଅଭିଯୁକ୍ତ ବାଣ ବେପାରୀ ଚାରିଛକର ପ୍ରଶାନ୍ତ…

1 hour ago

ଛତିଶଗଡ଼ରୁ ଯାଉଥିଲେ ଜଗା ପାଖକୁ ଅଧାବାଟରୁ ଡାକିନେଲା ଯମ

ଲାଗିଥିଲା କାଳିଆ ଡୋରି । ଭାବିଥିଲେ ଆଜି ଟିକିଏ ପୁରୀ ଯାଇ କାଳିଆ ଦର୍ଶନ କରିବେ । ଆଉ ଦର୍ଶନ…

1 hour ago

ଭୋଟ ଗଣତି ପରବର୍ତ୍ତୀ ବିଜୟ ଉତ୍ସବ ପାଳନରେ ଲାଗିଲା କଟକଣା, ବାଜିପାରିବନି ଡିଜେ ଓ ଫୁଟିବନି ବାଣ

ପୁରୀ(କେନ୍ୟୁଜ୍‌) : ରାତି ପାହିଲେ ଭୋଟ ଗଣତି ବାହାରିବ ନିର୍ବାଚନ ଫଳ । କିଏ ପିନ୍ଧିବ ବିଜୟ ମୁକୁଟ ସେନେଇ…

2 hours ago

ଆସନ୍ତାକାଲିଠାରୁ ପୁଣି ବଢ଼ିବ ତାତି, ତତଲା କଡ଼େଇରେ ଭାଜି ହେବେ ଓଡ଼ିଶାବାସୀ

ଭୁବନେଶ୍ୱର(କେନ୍ୟୁଜ୍‌): ରାଜ୍ୟରେ କାଳବୈଶାଖୀ ବର୍ଷା ପ୍ରଭାବରେ କମିଛି ତାତି । ଫଳରେ ଆସନ୍ତା ୨୪ ଘଣ୍ଟା ଯାଏ ନାହିଁ ଗ୍ରୀଷ୍ମ…

3 hours ago

ଲୋକଙ୍କୁ ଉଷୁକାଇ କରୁଥିଲା ଦଙ୍ଗା, ପୋଲିସ ହାତରେ ଧରାପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ ଅମ୍ବିକା ଦାସ

ସୋରଡ଼ା(କେନ୍ୟୁଜ୍‌): ଦୁର୍ଦ୍ଦାନ୍ତ ଅପରାଧୀ ଅମ୍ବିକା ଦାସ ଗିରଫ। ଅମ୍ବିକା ଦାସକୁ ଗିରଫ କଲା ସୋରଡ଼ା ପୋଲିସ । ଗଞ୍ଜାମ ଜିଲ୍ଲା…

3 hours ago