Categories: ରାଜ୍ୟ

ପାଖରେ ଏଟିଏମ୍ କାର୍ଡ ଥାଇ ଆକାଉଣ୍ଟରୁ ଗାୟବ ହୋଇଗଲା ଟଙ୍କା, ଯାଜପୁରରୁ ଜାରକା ଏସବିଆଇ ଶାଖାର ଗ୍ରାହକଙ୍କ ଅଭିଯୋଗ

ଯାଜପୁର: ଏଟିଏମ୍ ହ୍ୟାକ୍ ଅଭିଯୋଗ । ଗ୍ରାହକଙ୍କ ପାଖରେ ଏଟିଏମ୍ କାର୍ଡ ଥାଇ ମଧ୍ୟ ଆକାଉଣ୍ଟରୁ ଟଙ୍କା ଗାୟବ । ଏପରିକି ମୋଇବାଲ ନମ୍ବରକୁ ଆସିଲାନାହିଁ କୈାଣସି ମେସେଜ୍ । ଫଳରେ ଗ୍ରାହକଙ୍କ ଆକାଉଣ୍ଟରୁ ଅଜାଣତରେ ଚାଲିଗଲା ୪୦ହଜାର ଟଙ୍କା । ଏଭଳି ଅଭିଯୋଗ ଆଣିଛନ୍ତି ଯାଜପୁର ଜିଲ୍ଲା ଜାରକା ଏସବିଆଇ ଶାଖାର ଗ୍ରାହକ ଧିରେନ୍ଦ୍ର ମହାନ୍ତି ।

ଗତ ନଭେମ୍ବର ୭ତାରିଖରେ ସେ ଏଟିଏମ ସାହାଯ୍ୟରେ ୨ହଜାର ଟଙ୍କା ଉଠାଇଥିଲେ । ପରେ ତାଙ୍କ ଆକାଉଣ୍ଟରେ ୧ଲକ୍ଷ ୨୯ହଜାର ଟଙ୍କା ବାଲାନ୍ସ ରହିଥିବା ମୋବାଇଲକୁ ମେସେଜ୍ ଆସିଥିଲା । ତେବେ ଡିସେମ୍ବର ୯ତାରିଖ ଦିନ ଧିରେନ୍ଦ୍ର ଟଙ୍କା ଉଠାଇବାକୁ ଯାଇଥିବା ବେଳେ ଏଟିଏମ କାର୍ଡ କାମ କରିନଥିଲା । ପରେ ସେ ଶାଖା ସହ ଯୋଗାଯୋଗ କରିବାରୁ ତାଙ୍କ ଏଟିଏମ ବ୍ଲକ ହୋଇଯାଇଥିବା ଜାଣିବାକୁ ପାଇଥିଲେ।

ପରଦିନ ସେ ଜମା ଖାତା ଆଣି ଆକାଉଣ୍ଟ ଯାଂଚ କରିବା ପରେ ତାଙ୍କ ଆକାଉଣ୍ଟରୁ ୪୦ହଜାର ଟଙ୍କା ଚାଲିଯାଇଥିବା ଜାଣିବାକୁ ପାଇଥିଲେ । ତେବେ ଏହି ଟଙ୍କା ଝାଡଖଣ୍ଡ ରାଂଚି କଂଟାଟୋଲି ଛକ ସ୍ଥିତ ଏଟିଏମ କାଉଁଟରରୁ ସେହି ଦିନ ରାତି ୧୧.୧୯ମି. ସମୟରେ କ୍ରମାନ୍ୱୟରେ ୧୦ହଜାର ଟଙ୍କା କରି ୪ଥର ଉଠାଯାଇଥିବା ଷ୍ଟେଟମେଂଟ୍‌ରୁ ଜଣାପଡିଛି ।

ଏସଂପର୍କରେ ଧିରେନ୍ଦ୍ର ଶାଖା ପରିଚାଳକ ଓ ଧର୍ମଶାଳା ଥାନରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଏସଂପର୍କରେ ଶାଖା ପରିଚାଳକ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଥିବା ବେଳେ ଏସବିଆଇ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟକୁ ଅଭିଯୋଗ ପଠାଇ ଦେଇଥିବା କହିଛନ୍ତି ।

Sonalisa

Recent Posts

ଗରମରୁ ଏଭଳି ବଞ୍ଚାନ୍ତୁ ନିଜ ଫୋନ, ନଚେତ ହୋଇପାରେ ଅନେକ ସମସ୍ୟା

ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…

18 mins ago

ଗାଡ଼ି ଚଲାଇବା ସମୟରେ ମୋବାଇଲରେ ହେଉଥିଲେ କଥା, ଗାଡ଼ି ସହ ମୋବାଇଲ୍ ଜବତ

ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…

33 mins ago

ସର୍ଜରୀ ପରେ ମହିଳାଙ୍କ ପେଟରୁୁ ବାହାରିଲା ୨.୫ କେଜିର ଚୁଟି

ଆଜିକାଲି ରୋଗରେ ପିଡ଼ିତ ହେବା ସାଧାରଣ କଥା ହୋଇଗଲାଣି । ଷ୍ଟୋନ୍‌ ଆଉ ଟ୍ୟୁମର ପ୍ରାୟତଃ ସମସ୍ତଙ୍କୁ ହେଉଛି ।…

41 mins ago

ଅରୁଣାଚଳ ପ୍ରଦେଶରେ ବାଜି ମାରିଲା ବିଜେପି, ୪୬ ସିଟରେ ମିଳିଲା ବିଜୟ

ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜି ମାରିଛି ବିଜେପି । ବିଜେପି ପୁଣିଥରେ ଅରୁଣାଚଳ ପ୍ରଦେଶରେ ୪୬ ସିଟରେ ବିଜୟ…

46 mins ago

ଏହି ସବୁ ଜୀବ ଘର ପାଇଁ ହୋଇଥାନ୍ତି ଅଶୁଭ, ଦେଇଥାନ୍ତି ବିପତ୍ତିର ସଙ୍କେତ

ଯେତେବେଳେ ବି ଆମେ କୌଣସି କାର୍ଯ୍ୟ କରିବା ପାଇଁ ବାହାରିଥାଉ, ଆମ ମୂଳ ଉଦ୍ଦେଶ୍ୟ ହୋଇଥାଏ ସେହି କାର୍ଯ୍ୟକୁ ସଂପୂର୍ଣ୍ଣ…

49 mins ago

ଗତକାଲି ଡ୍ୟୁଟି ସାରି ଘରକୁ ଫେରିଥିଲେ, ଆଜି ଡାକ୍ତରଙ୍କ ମିଳୁନି ପତ୍ତା

କାଲିମେଳା : ଘରେ ମୋବାଇଲ ଆଉ ବାଇକ୍ ଅଛି । ହେଲେ ଘରେ ନାହାଁନ୍ତି ଡାକ୍ତର ବାବୁ । ଗତକାଲି…

1 hour ago