Below header

ପାଖରେ ଏଟିଏମ୍ କାର୍ଡ ଥାଇ ଆକାଉଣ୍ଟରୁ ଗାୟବ ହୋଇଗଲା ଟଙ୍କା, ଯାଜପୁରରୁ ଜାରକା ଏସବିଆଇ ଶାଖାର ଗ୍ରାହକଙ୍କ ଅଭିଯୋଗ

ଯାଜପୁର: ଏଟିଏମ୍ ହ୍ୟାକ୍ ଅଭିଯୋଗ । ଗ୍ରାହକଙ୍କ ପାଖରେ ଏଟିଏମ୍ କାର୍ଡ ଥାଇ ମଧ୍ୟ ଆକାଉଣ୍ଟରୁ ଟଙ୍କା ଗାୟବ । ଏପରିକି ମୋଇବାଲ ନମ୍ବରକୁ ଆସିଲାନାହିଁ କୈାଣସି ମେସେଜ୍ । ଫଳରେ ଗ୍ରାହକଙ୍କ ଆକାଉଣ୍ଟରୁ ଅଜାଣତରେ ଚାଲିଗଲା ୪୦ହଜାର ଟଙ୍କା । ଏଭଳି ଅଭିଯୋଗ ଆଣିଛନ୍ତି ଯାଜପୁର ଜିଲ୍ଲା ଜାରକା ଏସବିଆଇ ଶାଖାର ଗ୍ରାହକ ଧିରେନ୍ଦ୍ର ମହାନ୍ତି ।

ଗତ ନଭେମ୍ବର ୭ତାରିଖରେ ସେ ଏଟିଏମ ସାହାଯ୍ୟରେ ୨ହଜାର ଟଙ୍କା ଉଠାଇଥିଲେ । ପରେ ତାଙ୍କ ଆକାଉଣ୍ଟରେ ୧ଲକ୍ଷ ୨୯ହଜାର ଟଙ୍କା ବାଲାନ୍ସ ରହିଥିବା ମୋବାଇଲକୁ ମେସେଜ୍ ଆସିଥିଲା । ତେବେ ଡିସେମ୍ବର ୯ତାରିଖ ଦିନ ଧିରେନ୍ଦ୍ର ଟଙ୍କା ଉଠାଇବାକୁ ଯାଇଥିବା ବେଳେ ଏଟିଏମ କାର୍ଡ କାମ କରିନଥିଲା । ପରେ ସେ ଶାଖା ସହ ଯୋଗାଯୋଗ କରିବାରୁ ତାଙ୍କ ଏଟିଏମ ବ୍ଲକ ହୋଇଯାଇଥିବା ଜାଣିବାକୁ ପାଇଥିଲେ।

accountପରଦିନ ସେ ଜମା ଖାତା ଆଣି ଆକାଉଣ୍ଟ ଯାଂଚ କରିବା ପରେ ତାଙ୍କ ଆକାଉଣ୍ଟରୁ ୪୦ହଜାର ଟଙ୍କା ଚାଲିଯାଇଥିବା ଜାଣିବାକୁ ପାଇଥିଲେ । ତେବେ ଏହି ଟଙ୍କା ଝାଡଖଣ୍ଡ ରାଂଚି କଂଟାଟୋଲି ଛକ ସ୍ଥିତ ଏଟିଏମ କାଉଁଟରରୁ ସେହି ଦିନ ରାତି ୧୧.୧୯ମି. ସମୟରେ କ୍ରମାନ୍ୱୟରେ ୧୦ହଜାର ଟଙ୍କା କରି ୪ଥର ଉଠାଯାଇଥିବା ଷ୍ଟେଟମେଂଟ୍‌ରୁ ଜଣାପଡିଛି ।

ଏସଂପର୍କରେ ଧିରେନ୍ଦ୍ର ଶାଖା ପରିଚାଳକ ଓ ଧର୍ମଶାଳା ଥାନରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଏସଂପର୍କରେ ଶାଖା ପରିଚାଳକ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଥିବା ବେଳେ ଏସବିଆଇ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟକୁ ଅଭିଯୋଗ ପଠାଇ ଦେଇଥିବା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.