ଦୁଇ ମୁଣ୍ଡ ଓ ଗୋଟିଏ ଶରୀର ନେଇ ଜୀବନ ଯାପନ କରୁଛନ୍ତି ଏହି ଦୁଇ ଭଉଣୀ, ଜାଣନ୍ତୁ ତାଙ୍କ ବିଷୟରେ କିଛି

ପୃଥିବୀରେ ଯୋଡ଼ା ଶିଶୁ ମାନଙ୍କ ଜନ୍ମ ନେବାର ଉଦାହରଣ ହୁଏତ କମ ନାହିଁ । ପରସ୍ପର ସହ ଯୋଡି ହୋଇ ରହିବା କାରଣରୁ ସେମାନଙ୍କୁ ସାଧାରଣ ଭାବେ ଜୀବନ ବଞ୍ଚିବା ଖୁବ କଷ୍ଟକର ହୋଇଥାଏ । ସେମାନେ ନା ନିଜ ଇଚ୍ଛା ଅନୁସାରେ କିଛି କରି ପାରନ୍ତି ନା ନିଜ ଅନୁସାରେ କିଛି କରି ପାରନ୍ତି  । ସେମାନଙ୍କର ଦୁଇଟି ମନ ଥିବ ସିନା ଶରୀର କିନ୍ତୁ ଗୋଟେ ହିଁ ଥିବ । ନିକଟରେ ଆମ ରାଜ୍ୟ ଓଡ଼ିଶାର ଜଗା ବଳିଆ ଯୋଡ଼ା ମୁଣ୍ଡ ଶିଶୁ ଘଟଣା ମଧ୍ୟ ବିଶ୍ୱ ସାରା ବେଶ ହଇଚଇ ସୃଷ୍ଟି କରିଥିଲା । ଏମିତି ହିଁ ଏକ ଜୀବନ ବଞ୍ଚୁଛନ୍ତି ଆମେରିକାର ଦୁଇ ଭଉଣୀ ହେଉଛନ୍ତି ଆଵି ଓ ବ୍ରିଟାନି । ଜନ୍ମରୁ ସେମାନଙ୍କ ଦୁଇଟି ମୁଣ୍ଡ କିନ୍ତୁ ଗୋଟିଏ ଶରୀର । ଏମିତିକି ସେମାନଙ୍କ ଶରୀରର ଏକାଧିକ ଅଙ୍ଗ ଯୋଡି ହୋଇ ରହିଛି । ୧୯୯୦ ମସିହାରେ ହିଁ ସେମାନଙ୍କର ଜନ୍ମ ହୋଇଥିଲା । ଜନ୍ମ ହେବାର ପ୍ରଥମ ରାତି ବି ଏହି ଯୋଡ଼ା ଶିଶୁଙ୍କର ବଞ୍ଚି ରହିବା ହୁଏତ ସମ୍ଭବ ପର ନଥିଲା । କିନ୍ତୁ ମେଡିକାଲ ସାଇନ୍ସରେ ଏହାକୁ ଏକ ଆଶ୍ଚର୍ଯ୍ୟ କହିଲେ ମଧ୍ୟ ଚଳିବ ଆଜି ପର୍ଯ୍ୟନ୍ତ ଏହି ଦୁଇ ଭଉଣୀ ଏକ ସୁସ୍ଥ ଜୀବନ ଅତିବାହିତ କରୁଛନ୍ତି ।

twin

ଖାଲି ବଞ୍ଚି ନାହାନ୍ତି ଜୀବନକୁ ଭରପୁର ମାତ୍ରାରେ ଉପଭୋଗ ମଧ୍ୟ କରୁଛନ୍ତି । କିନ୍ତୁ ସବୁଠୁ ଅଧିକ ବିସ୍ମୟକର ହେଉଛି ସେହି ସମୟରେ ବି ବିଜ୍ଞାନ ଯଥେଷ୍ଟ ଆଗେଇଥିଲେ ମଧ୍ୟ ଜନ୍ମ ପୂର୍ବରୁ ସେମାନଙ୍କ ପିତା ମାତା କି ଡାକ୍ତରଙ୍କୁ ମଧ୍ୟ ଏସମ୍ବନ୍ଧରେ କୌଣସି ପ୍ରକାର ସୂଚନା ମିଳି ନଥିଲା । ଏକ ରିପୋର୍ଟ ଅନୁଯାୟୀ ପ୍ରାୟ ୨ ଲକ୍ଷରେ ଗୋଟିଏ ଶିଶୁ ଯୋଡ଼ା ଭାବେ ଜନ୍ମ ଗ୍ରହଣ କରିଥାନ୍ତି । କିନ୍ତୁ ସେମାନଙ୍କର ତିଷ୍ଟିବାର ସମ୍ଭାବନା ମାତ୍ର ୫ ରୁ ୨୫ ପ୍ରତିଶତ ଥାଏ । ଆହୁରି ଏମାନଙ୍କ ଭିତରୁ ପ୍ରାୟ ଅଧା ସଂଖ୍ୟକ ଶିଶୁ ଜନ୍ମର ୧ ବର୍ଷ ଭିତରେ ହିଁ ମୃତ୍ୟୁ ବରଣ କରିଥାନ୍ତି । ଦୁଇ ଭଉଣୀ ଭିତରୁ ଜଣେ ଶରୀରର ଡାହାଣ ପାଖକୁ ନିୟନ୍ତ୍ରଣ କରିପାରୁଥିବା ବେଳେ ଅନ୍ୟ ଜଣେ ଶରୀରର ବାମ ପାଖକୁ ନିୟନ୍ତ୍ରଣ କରିପାରିଥାଏ । ଦୁହିଁଙ୍କ ଭିତରୁ କେହି ବି ସମ୍ପୂର୍ଣ୍ଣ ଶରୀରରକୁ ଅନୁଭବ କରିପାରିନଥାଏ । ଜନ୍ମ ସମୟରେ ସେମାନଙ୍କର ତିନୋଟି ହାତ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଗୋଟିଏକୁ ଅପରେସନ ମାଧ୍ୟମରେ କଢ଼ା ଯାଇଥିଲା । ଏମିତିବି ଦେଖାଯାଏ କି ଦୁହିଁଙ୍କ ଦେହ ମଧ୍ୟ ଭିନ୍ନ ଭିନ୍ନ ସମୟରେ ହିଁ ଅସୁସ୍ଥ ହୋଇଥାଏ ।

twin

ଦୁହିଁଙ୍କ ଭିତରୁ ଆଵି ସବୁବେଳେ ଅପରେସନ କରି ଭିନ୍ନ ହେବା ପାଇଁ  ରାଜି ଥିବା ବେଳେ ଅନ୍ୟ ଜଣେ କିନ୍ତୁ ଅପରେସନକୁ ଖୁବ ଭୟ କରିଥାଏ । କିନ୍ତୁ ଆଵି ନିଜ ଭଉଣୀକୁ  ଏମିତି କିଛି ହେବ ନାହିଁ ଓ ସେମାନେ ଦୁହେଁ ଆଜୀବନ ଏକାଠି ହୋଇ ରହିବେ ବୋଲି ଆଶ୍ୱାସନା ଦେଇଥାନ୍ତି । ଅନ୍ୟ ପକ୍ଷରେ ଆବେ ଓ ବ୍ରିଟାଣିଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ଅନୁଯାୟୀ ଏମାନଙ୍କ ଶରୀର ବେଶ ଜଟିଳ । ମା’ ପେଟରୁ ‘ସିଙ୍ଗଲ ଏଗ ଫର୍ଟିଲାଇଜ’ ହୋଇଥିବାରୁ ଏମିତି ହିଁ ହୋଇଛି ବୋଲି ଡାକ୍ତରଙ୍କ ମତ । ଡାକ୍ତରଙ୍କ ଅନୁଯାୟୀ ଦୁହିଁଙ୍କର ଗୋଟିଏ ମେରୁଦଣ୍ଡ, ୨ଟି ହୃଦଯନ୍ତ୍ର, ୨ଟି ପାକସ୍ଥଳୀ,୩ଟି କିଡ୍ନୀ, ୨ଟି ପିତ୍ତ କୋଷ, ୪ଟି ଫୁସଫୁସ, ଗୋଟିଏ ଲିଭର ପରସ୍ପର ସହ ଯୋଡି ହୋଇ ରହିଛନ୍ତି  । କିନ୍ତୁ ଏମାନଙ୍କର ଗୋଟିଏ ୟୁରିନାରୀ ବ୍ଲାଡର, ଗୋଟିଏ ଅଗ୍ନାଶୟ, ଗୋଟିଏ ପ୍ରଜନନ ଯନ୍ତ୍ର ରହିଛି । କିନ୍ତୁ ଏତେ ସବୁ ଜଟିଳତା ଭିତରେ ବି ଜୀବନକୁ ବେଶ ଉପଭୋଗ କରି ବଞ୍ଚନ୍ତି ଏହି ଦୁଇ ଭଉଣୀ । ଶାରୀରିକ ଭାବେ ଯୋଡି ହୋଇଥିଲେ ମଧ୍ୟ ଦୁହିଁଙ୍କ ପିତା ଦୁହିଁଙ୍କୁ ସବୁବେଳେ ସ୍ୱାଧୀନ ଭାବେ ଚିନ୍ତା କରିବାକୁ ପ୍ରେରଣା ଦେଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.